ବିଚାର

କୋଲେଷ୍ଟ୍ରୋଲ ର ସମସ୍ୟା କୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ଏହି ସବୁ ଖାଦ୍ୟର ସେବନ କରନ୍ତୁ , ଆପଣଙ୍କ ସମସ୍ୟା ସବୁଦିନ ପାଇଁ ହେବ ଦୂର

ବର୍ତ୍ତମାନ ସମୟରେ ଲୋକ ଖାଦ୍ୟପେୟ ଓ ବଦଳୁଥିବା ଜୀବନ ଶୈଳୀ କାରଣରୁ ବହୁତ ରୋଗର ଶିକାର ହେଉଛନ୍ତି । ଏହି ରୋଗ ମଧ୍ୟରୁ ଗୋଟିଏ କୋଲେଷ୍ଟ୍ରୋଲ ବଢିବା ବହୁତ ଲୋକଙ୍କ ମଧ୍ୟରେ ଦେଖାଦେଇଥାଏ । କୋଲେଷ୍ଟ୍ରୋଲ ବଢିବା ଦ୍ଵାରା ଲୋକଙ୍କୁ ବହୁତ ପ୍ରକାର ରୋଗର ଶିକାର ହେବାକୁ ପଡିଥାଏ । କୋଲେଷ୍ଟ୍ରୋଲ ଏକ ପ୍ରକାରର ଚର୍ବି ତତ୍ତ୍ଵ ଯାହାର ଉତ୍ପାଦନ ଲିଭର କରିଥାଏ । ଏହା କୋଷିକା ମାନଙ୍କର ଦ୍ଵାର, ନର୍ଭସ ସିଷ୍ଟମର ସୁରକ୍ଷା କବଚ ଓ ହରମୋନ ତିଆରି କରିବାରେ ମୁଖ୍ୟ ଭୂମିକା ନେଇଥାଏ । ଏହା ପ୍ରୋଟିନ ସହିତ ମିଶି ଲିପାପ୍ରୋଟିନ ତିଆରି କରିଥାଏ ଯିଏ ଚର୍ବିକୁ ରକ୍ତ ସହିତ ମିଶିବାରେ ବାଧା ଦେଇଥାଏ । ଯଦି କୌଣସି ବ୍ୟକ୍ତିକୁ କୋଲେଷ୍ଟ୍ରୋଲ ର ସମସ୍ୟା ଥାଏ ତେବେ ତାହାଙ୍କୁ ନିଶ୍ଵାସରେ ଅସୁବିଧା , ହୃଦରୋଗ ଭଳି ସମସ୍ୟା ହେବାର ସମ୍ଭାବନା ଥାଏ ।

ଯଦି ଆପଣ କୋଲେଷ୍ଟ୍ରୋଲର ସମସ୍ୟାକୁ ଶେଷକରିବାକୁ ଚାହାଁନ୍ତି ତେବେ ଏଥି ପାଇଁ ଆମେ ଆଜି ଆପଣଙ୍କୁ ଏମିତି କିଛି ଖାଦ୍ୟ ଜିନିଷ ଉପରେ ଜାଣିବା କଥା କହିବୁ ଯାହାର ସେବନ କରି ଆପଣ କୋଲେଷ୍ଟ୍ରୋଲର ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କୋଲେଷ୍ଟ୍ରୋଲ ସମସ୍ୟାକୁ ଦୂର କରିବା ପାଇଁ କେଉଁ ଜିନିଷର ସେବନ କରିବା ଆବଶ୍ୟକ –

ଡ୍ରାଇ ଫୃଟସ

ଯଦି ଆପଣ ଡ୍ରାଇଫୃଟସର ସେବନ କରନ୍ତି ତେବେ ଆପଣ କୋଲେଷ୍ଟ୍ରୋଲ ସମସ୍ୟାରୁ ମୁକ୍ତି ପାଇପାରିବେ । ବାଦାମ, ଅଖରୋଟ ଓ ପିସ୍ତାରେ ମିଳୁଥିବା ଫାଇବର ଓମେଗା 3 ଫ୍ୟାଟି ଏସିଡ ଓ ଭିଟାମିନ ଖରାପ କୋଲେଷ୍ଟ୍ରୋଲକୁ କାମାଇ ଓ ଭଲ କୋଲେଷ୍ଟ୍ରୋଲକୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଏଥିରରେ ଫାଇବର ରହିଥାଏ ଯିଏ ଡେରି ପର୍ଯ୍ୟନ୍ତ ପେଟ ଭରି ରହିବାର ଅନୁଭବ କରାଇଥାଏ ।

ରସୁଣ

ଯଦି ଆପଣ ରସୁଣର ସେବନ କରନ୍ତି ତେବେ ଏଥିରେ ଏମିତି ବହୁତ ଏନଜାଇମ ରହିଥାଏ ଯିଏ ଏଲଡ଼ିଏଲ କୋଲେଷ୍ଟ୍ରୋଲ କୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଏକ ଅଧ୍ୟୟନ ଅନୁସାରେ ରସୁଣର ନିୟମିତ ସେବନ ଦ୍ଵାରା ଏଲଡ଼ିଏଲ କୋଲେଷ୍ଟ୍ରୋଲର ସ୍ତର ୯ ରୁ ୧୫ % ପର୍ଯ୍ୟନ୍ତ କମ ହୋଇପାରେ। ଏହା ବ୍ୟତୀତ ରସୁଣର ନିୟମିତ ସେବନ ଦ୍ଵାରା ରକ୍ତଚାପ ବି ଆୟତ୍ତରେ ରହିଥାଏ ।

ଲେମ୍ବୁ

ଲେମ୍ବୁ ଖଟା ହୋଇଥାଏ ଓ ସବୁ ଖଟା ଫଳରେ ଦ୍ରବଣୀୟ ଫାଇବର ରହିଥାଏ ଯିଏ ଆମର ଶରୀରର ଭିତରେ ଥିବା ଖାଦ୍ୟ ଥଳିରେ ଥିବା ବ୍ୟାଡ କୋଲେଷ୍ଟ୍ରୋଲକୁ ରକ୍ତ ପ୍ରବାହରେ ଯିବାପାଇଁ ବାଧା ଦେଇଥାଏ। ଖଟା ଜିନିଷରେ ଭିଟାମିନ ସି ରହିଥାଏ ଯିଏ ରକ୍ତବାହିକା ନଳିକୁ ସଫା ରଖିଥାଏ। ଏହି ପ୍ରକାରରେ ବ୍ୟାଡ କୋଲେଷ୍ଟ୍ରୋଲ ପାଚନ ପ୍ରକ୍ରିୟା ମାଧ୍ୟମରେ ଶରୀରରୁ ବାହାରକୁ ବାହାରି ଯାଇଥାଏ। ଖଟା ଫଳରେ ଏମିତି ଏନଜାଇମ ରହିଥାଏ ଯିଏ ମେଟାବୋଲିଜିମ ପ୍ରକ୍ରିୟାକୁ ବଢାଇ ଶରୀରର କୋଲେଷ୍ଟ୍ରୋଲକୁ କମାଇବାରେ ସାହାର୍ଯ୍ୟ କରିଥାଏ।

ଆପଣ ସକାଳେ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ଖାଲି ପେଟରେ ସେବନ କରନ୍ତୁ । ଏଥିରୁ ଆପଣଙ୍କୁ କୋଲେଷ୍ଟ୍ରୋଲ କମାଇବାରେ ବହୁତ ସାହାର୍ଯ୍ୟ ମିଳିଥାଏ ।

ଯଦି ଲେଖାଟି ଭଲଲାଗିଲା ତେବେ ଅନ୍ୟମାନଙ୍କ ସହିତ ଶେୟାର କରି ସଚେତନ କରିବାରେ ସାହାଯ୍ୟ କରନ୍ତୁ । ଆଗକୁ ଆମ ସହିତ ଯୋଡି ହେଇ ରହିବା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button