ବିଚାର

ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ, ଛୁଟିଦିନ ଭାବି ରବିବାର ରେ ଆରାମ କରୁଥିଲେ ଜାଣନ୍ତୁ ଏହି ଭୟଙ୍କର କଥା

ସୌର ଜଗତର ସବୁ ଗ୍ରହ ସୂର୍ଯ୍ୟଙ୍କ ଠାରୁ ଶକ୍ତି ଗ୍ରହଣ କରନ୍ତି ବୋଲି ଆମେ ଜାଣିଛୁ । ଆଉ ଏହାବି ଜାଣିଛୁ କି ଆମ ରାଶି ଉପରେ ପ୍ରତ୍ଯେକ ଗ୍ରହର କିଛି ନା କିଛି ପ୍ରଭାବ ପଡିଥାଏ । ସେଥିପାଇଁ ଗ୍ରହଙ୍କୁ ଶାନ୍ତ ରଖିବା ପାଇଁ ପ୍ରତ୍ଯେକ ଦିନ ଅନୁସାରେ ଆମେ ଅନେକ ପ୍ରକାର ପୂଜାବିଧି ଓ ଉପାୟ କରିଥାଉ । କିନ୍ତୁ ରବିବାର ଦିନକୁ ଛୁଟି ଦିନ ଭାବି ଆରାମ କରିଥାଉ ଓ ମନ ପସନ୍ଦର ଖାଦ୍ଯ ଖାଇଥାଉ । ହେଲେ ଏପରି କରିବା ଠିକ ନା ଭୁଲ ଆସନ୍ତୁ ଜାଣିବା ।

ରବିବାର ହେଉଛି ସୂର୍ଯ୍ୟଦେବଙ୍କ ବାର । ଆମ ଜାତକରେ ଯଦି ସୂର୍ଯ୍ୟଦେବ ଦିଗ ବଦଳାଇ ଥାଆନ୍ତି ତେବେ ଆମକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ଏହିଦିନ କିଛି ଏପରି କାମ ରହିଛି ଯାହା କରିବା ଦ୍ଵାରା ସୂର୍ଯ୍ୟଦେବ ଅପ୍ରସନ୍ନ ହୋଇଥାନ୍ତି, ତେଣୁ ସେହିସବୁ କାର୍ଯ୍ୟ କରିବାରୁ ବଞ୍ଚିତ ହେବା ଉଚିତ । ରବିବାର ଦିନ ବରଗଛରେ ଜଳ ଚଢାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ, ତେଣୁ ଭୁଲରେ ବି ଏହା କରନ୍ତୁ ନାହିଁ । ଆପଣ ଚାହିଁଲେ କେବଳ ଗୋଟିଏ ଘିଅର ଦୀପ ବରଗଛ ମୂଳେ ଜଳାଇ ପାରିବେ ।

ରବିବାର ଦିନ ଆରାମ କରିବାର ଦିନ ଭାବି ଆମେ ଡେରି ଯାଏଁ ଶୋଇଥାଉ । କିନ୍ତୁ ଆପଣ ଯଦି ସୂର୍ୟଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠି ସ୍ନାନ କରି ଏକ ତମ୍ବା ଢାଳରେ ସିନ୍ଦୁର ଓ ଚାଉଳ ରଖି ସୂର୍ଯ୍ୟଦେବାଙ୍କୁ ଜଳ ଅର୍ପଣ କରନ୍ତୁ । ସଂପୂର୍ଣ୍ଣ ମନ ସହ ସୂର୍ଯ୍ୟଦେବଙ୍କ ଉପାସନା କଲେ ଆଶୀର୍ବାଦ ଅବଶ୍ୟ ପାଇବେ ।

ରବିବାର ଦିନ ଚୁଟିରେ ତେଲ ଲଗାନ୍ତୁ ନାହିଁ କି ଚୁଟି କାଟନ୍ତୁ ନାହିଁ । ନିଜ ରାଶିରେ ସୂର୍ଯ୍ୟଙ୍କୁ ପ୍ରବଳ ସ୍ଥାନକୁ ଆଣିବା ପାଇଁ ତେଲ ଅର୍ପଣ କରନ୍ତୁ । ଏହି ଉପାୟ ଦ୍ଵାରା ଆପଣ ଭବିଷ୍ୟତରେ ଆସିବାକୁ ଥିବା ଦୁର୍ଘଟଣାରୁ ବଞ୍ଚିତ ହେବେ ।ମନ୍ଦିରରେ ଦେଖିଥିବେ ମସୁର ଡାଲିର ବ୍ୟଞ୍ଜନ ବନାଯାଏ ନାହିଁ କି କୌଣସି ମହାପୁରୁଷଙ୍କୁ ଏହା ଅର୍ପଣ କରାଯାଏ ନାହିଁ । ତେଣୁ ରବିବାର ଦିନ ମସୁର ଡାଲି ଖାଇବା ଉଚିତ ନୁହେଁ । ଏହାକୁ ନକରାତ୍ମକ ଶ୍ରେଣୀରେ ରଖାଯାଇଛି ।

ଏହାସହ ପିଆଜ, ରସୁଣ ଓ ଅଦା ମଧ୍ୟ ରବିବାର ଦିନ ଭୋଜନ କରିବା ଉଚିତ ନୁହେଁ, କାରଣ ଏସବୁକୁ ମଧ୍ୟ ତାମସିକ ଶ୍ରେଣୀରେ ରଖାଯାଇଛି । ଆପଣଙ୍କ ଜାତକରେ ସୂର୍ଯ୍ୟଦେବଙ୍କ କୁଦୃଷ୍ଟି ରହିଥିଲେ ଆପଣ କିଛି ସମୟ ପାଇଁ ଏହିସବୁ ଜିନିଷ ସେବନ ବନ୍ଦ କରିଦେବ ଉଚିତ ।

ଯଦି ଆପଣ ସନ୍ତାନ ପ୍ରାପ୍ତିରେ ଇଚ୍ଛା ରଖିଛନ୍ତି ତେବେ ରବିବାର ଦିନ ସୂର୍ଯ୍ୟଦେବଙ୍କ ବ୍ରତ ପାଳନ କରନ୍ତୁ ଏବଂ ସନ୍ଧ୍ୟା ପରେ ବିନା ଲୁଣରେ ତିଆରି ଭୋଜନର ସେବନ କରନ୍ତୁ । ନାଲି ଶାଗ ଶୀଘ୍ର ଉଠିଥାଏ ଓ ଶୀଘ୍ର ମରିଯାଇ ଥାଏ । ତେଣୁ ରବିବାର ଦିନ ଏହିପରି ଅଳ୍ପ ଆୟୁଷ ଥିବା ଜିନିଷର ଭୋଜନ କରନ୍ତୁ ନାହିଁ । ଏମିତି ତ କେଉଣ୍ଡୀନ ବି ମାଛ, ମାଂସ ସେବନ କରିବା ଉଚିତ ନୁହେଁ ।

କିନ୍ତୁ ମାଛ ସୂର୍ଯ୍ୟଦେବଙ୍କ ଉପାସକ ଅଟେ, ତେଣୁ ବିଶେଷ କରି ରବିବାର ଦିନ ମାଛ ଖାଇବା ଉଚିତ ନୁହେଁ । ରୋଗମୁକ୍ତ ରହିବା ପାଇଁ ଚାହୁଁଥିଲେ ରବିବାର ଦିନ ତେଲ ଓ ଲୁଣରେ ତିଆରି ବ୍ୟଞ୍ଜନ ସେବନ କରନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button