ଦେଶ ବିଦେଶ

ପାଟି ଘା’ରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ମଣିଷ ଚାହେଁ କିପର ନିଜ ଭୋଜନ ଶାନ୍ତିରେ ବସି ଖାଇପାରିବ। କିନ୍ତୁ ବେଳେ ବେଳେ କୌଣସି ଅସୁବିଧା ହେଉ କିମ୍ବା ରୋଗ ଏହା ଯୋଗୁଁ ମଣିଷ ନିଜର ଖାଦ୍ୟ ମଧ୍ୟ ଠିକ୍‌ ଭାବେ ଖାଇପାରେ ନାହିଁ। ଏମିତିରେ ପାଟି ଘା ହେଉଛି ଅନ୍ୟତମ। ପାଟି ଘା ହେଲେ ଖାଇବାରେ ଅସୁବିଧା ଭୋଗିବାକୁ ପଡିଥାଏ। ଖାଦ୍ୟପେକ୍ଷରେ ସଠିକ୍‌ ନ ହେଲେ ପାଟି ଘା ହୋଇଥାଏ। ଆପଣ ଜଲଦି ପାଟି ଘାକୁ ଭଲ କରିବାକୁ ଚାହୁଁଚନ୍ତି ଆପଣାନ୍ତୁ ଏହିସବୁ ଘରୋଇ ଉପାୟ।

cardmom

ଗୁଜୁରାତି : ଏହାକୁ ଖାଇଲେ ଯେ କେବଳ ସୁଗନ୍ଧ ଆସିଥାଏ ତାହା ନୁହେଁ ବରଂ ଏହା ପାଟି ଘାକୁ ଭଲ କରିବାରେ ସହାୟକ ହୋଇଥାଏ। ପାଟି ଘାକୁ ଭଲ କରିବା ପାଇଁ ଗୁଜୁରାତି ଦାନାକୁ ଗୁଣ୍ଡ କରି ମହୁରେ ମିଶାଇ ଘାରେ ଲଗାନ୍ତୁ। ଏପରି କଲେ ପାଟି ଘା’ ଜଲଦି ଭଲ ହେବ।

ଟି ବ୍ୟାଗ୍‌ : ଚା’ ପତିରେ ମଧ୍ୟ ଆପଣ ପାଟି ଘା’କୁ ଭଲ କରିପାରିବେ। ଏଥିପାଇଁ ପ୍ରଥମେ ଟି ବ୍ୟାଗକୁ ପାଣିରେ ଥଣ୍ଡା କରି ଘା’ ହୋଇଥିବା ସ୍ଥାନରେ ଲଗାନ୍ତୁ। ବହୁତ ଜଲଦି ଆରାମ ମିଳିବ।

tea-1

ପିଜୁଳି ପତ୍ର : ପାଟି ଘା’ ଠିକ୍‌ କରିବା ପାଇଁ ପିଜୁଳି ପତ୍ର ବେଶ୍‌ ଉପକାରୀ। ଏହାର କଅଁଳିଆ ପତ୍ରକୁ ପାନ ଖାଇବା ପରେ ଚୋବାନ୍ତୁ। ପାଟି ଘା’ରୁ ମୁକ୍ତି ମିଳିବ।

stick

ନିମ୍ବ ଦାନ୍ତକାଠି : ପ୍ରତିଦିନ ନିମ୍ବ ଦାନ୍ତକାଠିରେ ଦାନ୍ତ ଘଷିବା ଦ୍ୱାରା ମୁହଁର ସବୁ ଜୀବାଣୁ ମରିଯିବା ସହ ପାଟି ଗରମ ଯୋଗୁଁ ହେଉଥିବା ଘା’ରୁ ମୁକ୍ତି ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button