ସ୍ୱାସ୍ଥ୍ୟ

ସବୁ ରୋଗର ହେବ ଅନ୍ତ, ଆଜି ରାତିରୁ ଏହି 6 ଟି ରାଶିର ସବୁ ଦୁଃଖ କଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗବଲି, ଏହା ଆପଣଙ୍କ ରାଶି ନୁହେଁ ତ ?

ଭଗବାନ ହନୁମାନ ନିଜ ଭକ୍ତଙ୍କୁ କେବେ ମଧ୍ୟ ସଙ୍କଟ ମଧ୍ୟରେ ଦେଖି ପାରନ୍ତି ନାହିଁ। ଯେଉଁ ବ୍ୟକ୍ତି ରୋଗ ଓ ସଙ୍କଟ ମଧ୍ୟରେ ହନୁମାନଙ୍କ ନାମ ନିଏ ସେ ତାଙ୍କ ଭକ୍ତର ସମସ୍ତ କଷ୍ଟ ଦୂର କରିବାକୁ ଆସି ଯାଆନ୍ତି।

ଏବେ ଯେଉଁ ରୋଗ ସାରା ବିଶ୍ୱରେ ବ୍ୟାପିଛି ସେଥିରୁ ତାଙ୍କ ଭକ୍ତଙ୍କୁ ରକ୍ଷା କରିବା ପାଇଁ ସ୍ଵୟଂ ହନୁମାନ ପୃଥିବୀକୁ ଆସି ସାରିଲେଣି। ତେବେ ଦେଖିବା କେଉଁ ରାଶି ଗୁଡ଼ିକ ଉପରେ ତାଙ୍କର କୃପା ବର୍ତ୍ତିବାକୁ ଯାଉଛି। ସର୍ବ ପ୍ରଥମେ ତୁଳା ରାଶି – ଭଗବାନ ହନୁମାନଙ୍କ କୃପାରୁ ଏହି ରାଶି ମୁଖରେ ମାଗିଥିବା ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ। ଏମାନଙ୍କର ରାଜଯୋଗ ବନୁଥିବାରୁ ଏମାନଙ୍କୁ ପ୍ରଚୁର ଟଙ୍କା ପଇସା ଓ ଧନ ପ୍ରାପ୍ତ ହେବ। ଏମାନଙ୍କ ଘର ଅଚାନକ ଖୁସିରେ ପରିପୂର୍ଣ୍ଣ ହେବ। ହନୁମାନ ସମସ୍ତ ଦୁଃଖ ହରଣ କରିବେ, ଶିକ୍ଷା କ୍ଷେତ୍ରରେ ଅପାର ସଫଳତା ମିଳିବ ଓ ପ୍ରେମଜୀବନ ଆନନ୍ଦମୟ ହେବ।

ତା ପରେ ସିଂହ ରାଶି। ଅନେକ ଦିନରୁ ଆପଣଙ୍କ ବିବାହରେ ବାଧା ଉପୁଜୁଥିବା ଏବେ ଭଗବାନ ହନୁମାନଙ୍କ କୃପାରୁ ତାହା ଦୂର ହେବ। ଏହି ସମୟରେ ଯାତ୍ରା କରିବାର ଥିଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ହନୁମାନଙ୍କ ନାମ ଅବଶ୍ୟ ସ୍ମରଣ କରନ୍ତୁ। ତାଙ୍କ କୃପାରୁ ସମସ୍ତ ପରିଶ୍ରମର ଫଳ ପ୍ରାପ୍ତ ହେବ ଓ ଅବଶ୍ୟ ଧନବାନ୍ ହେବେ।

ତା ପରେ ହେଉଛି ମେଷ ରାଶି। ସକାରାତ୍ମକ ଚିନ୍ତା ହେଉଛି ଆପଣଙ୍କ ଶକ୍ତି ଓ ଆପଣ ଏହାର ଫାଇଦା ଉଠାଇବେ। ଏହି ସମୟରେ ଆପଣ ଆଧ୍ୟାତ୍ମିକ ବିକାଶ ସହିତ ଭୌତିକ ଖୁସିର ମଧ୍ୟ ଆନନ୍ଦ ଉଠାଇବେ। ନୂଆ ଚିନ୍ତାଧାରା ସହ ସମୃଦ୍ଧି ଲାଭ କରିବେ। ଯେକୌଣସି ଦ୍ଵନ୍ଦ ବା ବିରୋଧରୁ ବଞ୍ଚି ରୁହନ୍ତି। ଏହାର ପ୍ରଭାବ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିପାରେ। ରୋଜଗାରର ନୂଆ ଉପାୟ ମିଳିବ ଓ ବିବାହ କରିବା ପାଇଁ ଏହି ସମୟ ଉତ୍ତମ ଅଟେ।

ତା ପରେ କନ୍ୟା ରାଶି। ବଜରଙ୍ଗବାଲିଙ୍କ କୃପାରୁ ଆପଣଙ୍କୁ ଜୀବନରେ ରାଜ ସୁଖ ପ୍ରାପ୍ତ ହୋଇପାରେ। ଜୀବନରେ ନୂଆ ଖୁସି ଖବର ମିଳିବାର ଯୋଗ ନଜର ଆସୁଛି। ଆପଣଙ୍କ ପ୍ରେମ ସମ୍ବନ୍ଧ ମଜବୁତ୍ ହେବ, ସମସ୍ତ ପ୍ରକାର ସମସ୍ୟା ଦୂର ହେବ ଓ ଜୀବନରେ ଉତ୍ତମ ଦିନର ଆରମ୍ଭ ହେବ।

ତା ପରେ ବୃଷ ରାଶି। ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନରେ ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ହେବ। ବ୍ୟପାରୀ ମାନଙ୍କ ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ। କାର୍ଯ୍ୟସ୍ଥଳରେ ପଦୋନ୍ନତି ଓ ପ୍ରଶଂସା ସାଉଁଟିବେ। ସେୟାର ମାର୍କେଟରେ ନିବେଶ ପାଇଁ ଏହା ଉତ୍ତମ ସମୟ ଅଟେ।

ଶେଷରେ ମକର ରାଶି। ଏହି ରାଶି ଲୋକଙ୍କ ଆସନ୍ତା ସମୟ ଖୁବ୍ ଶୁଭ ହେବ। ଭଗବାନ ହନୁମାନଙ୍କ ଆଶୀର୍ବାଦରେ ଆପଣଙ୍କ ଘରେ ଖୁସି ବର୍ଷିବ। ଆପଣ କୌଣସି ନୂତନ କାର୍ଯ୍ୟର ଆରମ୍ଭ କରି ପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଜନକ ହେବାକୁ ଯାଉଛି। ଶିକ୍ଷା କ୍ଷେତ୍ରରେ ନୂତନ ସୋପାନ ହାସଲ କରିବେ ଓ ମିତ୍ରଙ୍କ ସହ ବୁଲାବୁଲିର ଯୋଜନା କରି ପାରନ୍ତି। ସନ୍ତାନଙ୍କ ପ୍ରଗତି ନିମନ୍ତେ ପଦକ୍ଷେପ ନେବେ ଓ ଆପଣଙ୍କ ଜୀବନରେ ଖୁବ୍ ଜୋରରେ ଆଗକୁ ବଢିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button