ବିଚାର

ଧାରଣ କରନ୍ତୁ ଏହି ଗଛର ଚେର, ବଦଳିଯିବ ଆପଣଙ୍କ ଭାଗ୍ୟ

ଯଦି ଆପଣ କୁଣ୍ଡଳିରେ ଗ୍ରହ ଦୋଷ ଦୂର କରିବା ପାଇଁ ମୂଲ୍ୟବାନ ରତ୍ନ କିଣିପାରୁନାହାନ୍ତି ତେବେ ନିରାଶ ହୁଅନ୍ତୁ ନାହିଁ। କାରଣ ସନାତନ ପରମ୍ପରା ଅନୁଯାୟୀ ପୂଜା ପାଉଥିବା ପବିତ୍ର ଗଛର ଚେର ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଯାହାକୁ ଧାରଣ କରିବା ମାତ୍ରେ ହିଁ ଚମତ୍କାରିତା ପ୍ରାପ୍ତ ହୋଇଥାଏ। ତେବେ ଜାଣନ୍ତୁ କେଉଁ ଗଛର ଚେର ଧାରଣ କଲେ କେଉଁ ଗ୍ରହ ଦୋଷ ଦୂର ହୋଇଥାଏ।

-ସୂର୍ଯ୍ୟଙ୍କ କୃପା ଲାଭ କରିବା ପାଇଁ ଏବଂ ସୂର୍ଯ୍ୟଙ୍କ ସମ୍ବନ୍ଧିତ ଦୋଷ ଦୂର କରିବା ପାଇଁ ବେଲପତ୍ରର ଚେର ଲାଲ କିମ୍ବା ଗୋଲାପି କପଡାରେ ବାନ୍ଧି ରବିବାର ଦିନ ପରିଧାନ କରନ୍ତୁ।

-ଚନ୍ଦ୍ରଙ୍କ କୃପା ଲାଭ କରିବା ପାଇଁ ଏବଂ ତାଙ୍କ ସମ୍ବନ୍ଧିତ ଦୋଷ ଦୂର କରିବା ପାଇଁ ଧଳା ରଙ୍ଗର କପଡ଼ାରେ ଚିରାଣୀ ଗଛର ଚେରକୁ ସୋମବାର ଦିନ ଧାରଣ କରନ୍ତୁ।

– ମଙ୍ଗଳ ଗ୍ରହର ଶୁଭ ପାଇଁ ଅନନ୍ତମୂଳର ଚେରକୁ ମଙ୍ଗଳବାର ଦିନ ପରିଧାନ କରନ୍ତୁ।

rhinestone-ବୁଧ ଗ୍ରହଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ସବୁଜ ରଙ୍ଗର କପଡାରେ ଭିଘାର ଗଛର ଚେରକୁ ଧାରଣ କରନ୍ତୁ।

-ବୃହସ୍ପତିଙ୍କ କୃପା ଲାଭ କରିବା ପାଇଁ କଦଳୀ ଗଛର ଚେରକୁ ଗୁରୁବାର ଦିନ ହଳଦିଆ ରଙ୍ଗର କପଡ଼ାରେ ପରିଧାନ କରନ୍ତୁ।

-ଶୁକ୍ର ଗ୍ରହଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଗୋଲାପ ଗଛର ଚେରକୁ ଶୁକ୍ରବାର ଦିନ ଧାରଣ କରନ୍ତୁ।

-ଶନିଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ କ୍୍‌ଷ୍ନସାର ଗଛର ଚେରକୁ ଶନିବାର ଦିନ ନୀଳ ରଙ୍ଗର କପଡ଼ାରେ ଧାରଣ କରନ୍ତୁ।

-ରାହୁଙ୍କ ସହ ଜଡିତ ଗ୍ରହ ଦୋଷ ଦୂର କରିବା ପାଇଁ ଛୋଟ ଚନ୍ଦନ କାଠକୁ ନୀଳ ରଙ୍ଗର କପଡ଼ାରେ ଧାରଣ କରନ୍ତୁ।

-କେତୁଙ୍କ ସହ ଜଡିତ ସମସ୍ୟା କିମ୍ବା ବାଧାକୁ ଦୂର କରିବା ପାଇଁ ଅଶ୍ବଗନ୍ଧାର ଚେରକୁ ନୀଳ ରଙ୍ଗର କପଡ଼ାରେ ଗୁରୁବାର ଦିନ ପରିଧାନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button