ରାଶିଫଳ

ଏହି 5 ରାଶିର ଲୋକ ନିଜ ହାତରେ ବାନ୍ଧି ଦିଅନ୍ତୁ ଲାଲ ସୂତା, ସବୁ ଜିନିଷ ଆପଣଙ୍କ ପାଦ ତଳେ ହେବ, ଏମିତି ବଦଳିବ ଭାଗ୍ୟ କେବେ ବି ଭବାଇ ନଥିବେ…

ନଜର ଉତାରିବା ପାଇଁ କଳା ସୂତାର ବ୍ୟବହାର ପ୍ରାଚୀନ କାଳରୁ ହୋଇ ଆସୁଛି । ଖରାପ ନଜର ଏବଂ ନକରାତ୍ମକତାରୁ ବଞ୍ଚିବା ପାଇଁ ଅନେକ ଲୋକ ଗୋଡରେ କିମ୍ବା ହାତରେ କଳାସୂତା ପିନ୍ଧିଥାନ୍ତି । କିନ୍ତୁ ସବୁ ରାଶିର ଲୋକଙ୍କ ପାଇଁ ଏହି କଳାସୂତା ଶୁଭ ଫଳଦାୟକ ହୋଇ ନଥାଏ । ଭଲ ଭାବେ ନଜାଣି ଏହାକୁ କେହିବି ପିନ୍ଧି ପକାଇଲେ ଭଲ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିଥାଏ । ତେଣୁ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କଳାସୂତା ପରିବର୍ତ୍ତେ ଲାଲ ସୂତା ପିନ୍ଧିଲେ ଶୁଭ ହୋଇଥାଏ ।

ମେଷ ରାଶି । ମେଷ ରାଶିର ଜାତକ କେବେବି କଳାସୂତା ପିନ୍ଧିବା ଉଚିତ ନୁହେଁ, କାରଣ ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ମଙ୍ଗଳ । ଅର୍ଥାତ ଭଗବାନ ହନୁମାନଙ୍କୁ ନାରଙ୍ଗୀ ବା ଲାଲ ରଙ୍ଗ ହିଁ ପସନ୍ଦ ଅଟେ । ତେଣୁ ଏହି ରାଶିର ଲୋକମାନେ ନିଜ ହାତରେ ରକ୍ଷାସୂତ୍ର ବା ଲାଲ ସୂତା ବାନ୍ଧିବା ଆବଶ୍ୟକ । କଳାସୂତା ପିନ୍ଧିବା ଦ୍ଵାରା ଏହାର ଖରାପ ପ୍ରଭାବରୁ କୌଣସି ବି କାର୍ଯ୍ୟ ଶୀଘ୍ର ହୋଇପାରେ ନାହିଁ ଓ ଧନଜନିତ ସମସ୍ଯା ଦେଖା ଦେଇଥାଏ ।

ବିଛା ରାଶି । ଏହି ରାଶିର ସ୍ଵାମୀ ଗ୍ରହ ମଧ୍ୟ ମଙ୍ଗଳ ଅଟନ୍ତି । ଜ୍ଯୋତିଷ ଅନୁସାରେ ବିଛା ରାଶିର ଜାତକ ଗୋଡରେ କିମ୍ବା ହାତରେ କଳାସୂତା ପିନ୍ଧିବା ଅନୁଚିତ । ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ଯା ଚାଲୁଛି ତେବେ ଆପଣ ପିନ୍ଧିଥିବା କଳାସୂତା ଏହାର କାରଣ ହୋଇ ଥାଇପାରେ । ତେଣୁ କଳାସୂତା ବଦଳରେ ଆପଣ ଲାଲ ସୂତା ଧାରଣ କରିପାରିବେ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ସିଂହ ରାଶି । ଏହି ରାଶିର ଲୋକେ ମଧ୍ୟ ତାଙ୍କ ହାତରେ ଲାଲ ସୂତା ପିନ୍ଧିବା ଅତ୍ୟନ୍ତ ଶୁଭ ଓ ଲାଭକାରୀ ହୋଇଥାଏ । ଏମାନଙ୍କୁ ଭଗବାନଙ୍କ କୃପା ମିଳିବା ସହ ଚାକିରି ଏବଂ ବେପାରରେ ମଧ୍ୟ ସଫଳତା ମିଳିଥାଏ । ଆପଣ ସଫା ହୃଦୟରେ କୌଣସି ମନ୍ଦିରକୁ ଯାଇ ପଣ୍ଡିତଙ୍କ ଦ୍ଵାରା ହାତରେ ଲାଲ ସୂତା ବାନ୍ଧିନେବା ଦ୍ଵାରା ଏହାର ଅଧିକ ଶୁଭଫଳ ପ୍ରାପ୍ତି ହୋଇଥାଏ ।

କନ୍ୟା ରାଶି । ଏହି ରାଶିର ଲୋକେ ନିଜ ହାତରେ ଲାଲ ସୂତା ନିଶ୍ଚିତ ଭାବେ ବାନ୍ଧିବା ଉଚିତ । ଏହାଦ୍ବାରା ଆପଣଙ୍କୁ ଜୀବନରେ ସେହି ସବୁ ସୁଖ ମିଳିବ ଯାହା ଆପଣ ଇଛା କରିଥିବେ ଓ ପ୍ରତ୍ଯେକ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ । ଏହାଦ୍ବାରା ଆପଣଙ୍କୁ କ୍ଯାରିୟରରେ ସଫଳତା ମିଳିବା ସହ ବେପାର ବାଣିଜ୍ୟ ପାଇଁ ମଧ୍ୟ ଶୁଭ ଫଳଦାୟକ ସାବ୍ୟସ୍ତ ହୋଇଥାଏ ।

କର୍କଟ ରାଶି । ଏହି ରାଶିର ଲୋକେ ମଧ୍ୟ ହାତରେ ଲାଲ ସୂତା ବାନ୍ଧିବା ଶୁଭ ସାବ୍ୟସ୍ତ ହୋଇଥାଏ । ଏହାଦ୍ବାରା ଚାକିରିରେ ସଫଳତା ମିଳିବା ସହ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳିଥାଏ । ତେଣୁ ଆପଣ ସବୁବେଳେ ନିଜ ହାତରେ ଲାଲ ସୂତା ପିନ୍ଧନ୍ତୁ । ଏହାଦ୍ବାରା ଆପଣଙ୍କୁ ମାନ ସମ୍ମାନ ମଧ୍ୟ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button