ବିଚାର

ଜାନୁଆରୀ 14 ମକର ସଂକ୍ରାନ୍ତି ଦିନ କରନ୍ତୁ କେବଳ ଏହି 2 ଉପାୟ, ଯାହା ମାଗିବେ ତାହା ମିଳିବ -Jyotish Shastra

ନମସ୍କାର, ଆପଣ ମାନେ ତ ଜାଣିଥିବେ ଯେ, ଓଡ଼ିଶା ଏକ ଏଭଳି ରାଜ୍ୟ ଅଟେ ଯାହାକୁ ସବୁ ପ୍ରକାର ପର୍ବ ପର୍ବାଣୀ ର ଭୂମି ବୋଲି ମାନି ନିଆ ଯାଇଥାଏ ଏବଂ ଏହି ସବୁ ପର୍ବ ପର୍ବାଣୀ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଯାଇଥାଏ ଅର୍ଥାତ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ମାସରେ ପଡ଼ିଥାଏ ଏବଂ ଓଡ଼ିଆ ନବବର୍ଷ ର ଆରମ୍ଭ ଏହି ମକର ସଂକ୍ରାନ୍ତି ପର୍ବ ପରେ ହିଁ ହୋଇଥାଏ । ଏହି ପର୍ବକୁ ବର୍ଷର ପ୍ରଥମ ପର୍ବ ରୂପରେ ପାଳନ କରାଯାଇଥାଏ ।

ହିନ୍ଦୁ ଧର୍ମ ରେ ମକର ସଂକ୍ରାନ୍ତି ପର୍ବ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ । ଏହା ସୂର୍ଯ୍ୟ ଦେବଙ୍କ ମକର ରାଶିରେ ସଂକ୍ରମଣ ବା ପ୍ରବେଶ କରିବାରେ ଏହି ପର୍ବକୁ ମନା ଯାଇଥାଏ । ଏହି ପର୍ବ ପ୍ରତିବର୍ଷ ୧୪ ଜାନୁଆରୀ ରେ ପାଳନ କରାଯାଇଥାଏ ଏବଂ ବେଳେବେଳେ ସୂର୍ଯ୍ୟ ଦେବଙ୍କ ଚକ୍ରର ଆଧାର ରେ ଏହି ପର୍ବକୁ ୧୫ ଜାନୁଆରୀ ରେ ମଧ୍ୟ ପାଳନ କରାଯାଇଥାଏ ।

ଏହି ବର୍ଷ ମକର ସଂକ୍ରାନ୍ତି ପର୍ବ ୧୪ ଜାନୁଆରୀ ରେ ପଡୁଛି । ଏହି ପର୍ବ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପୌଷ ମାସରେ ଯେବେ ସୂର୍ଯ୍ୟ ଦେବ ଧନୁ ରାଶି କୁ ଛାଡ଼ି ମକର ରାଶିରେ ପ୍ରେବେଶ କରନ୍ତି ଅର୍ଥାତ ଏହା ମାନି ନିଆ ଯାଇଥାଏ ଯେ, ସୂର୍ଯ୍ୟ ଦେବ ଏହି ସମୟରେ ନିଜ ପୁତ୍ର ଶନି ଦେବ ଙ୍କୁ ସାକ୍ଷାତ କରିବା ନିମନ୍ତେ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି କାରଣରୁ ହିନ୍ଦୁ ଧର୍ମ ରେ ଏହି ମକର ସଂକ୍ରାନ୍ତି ପର୍ବ ର ବିଶେଷ ଭୂମିକା ରହିଛି ।

ତେବେ ଆଜି ଆମେ ଆପଣଂକୁ ଏଭଳି ୨ଟି ଉପାୟ ସମ୍ବନ୍ଧରେ କହିବୁ ଯାହାକୁ ଏହି ମକର ସଂକ୍ରାନ୍ତି ଦିନ କରିବା ଦ୍ୱାରା ଆପଣ ନିଜ ଜୀବନରେ ଯେଉଁ ଜିନିଷ ର କାମନା କରିବେ ଆପଣଂକୁ ତାହା ନିଶ୍ଚିତ ଭାବରେ ପ୍ରାପ୍ତ ହେବ । ତେବେ ଆସନ୍ତୁ ଜାଣିବା ସେହି ୨ ଟି ଉପାୟ ସମ୍ବନ୍ଧରେ ।

୧. ପ୍ରଥମ କାର୍ଯ୍ୟ ଟି ହେଉଛି, ଏହି ମକର ସଂକ୍ରାନ୍ତି ପର୍ବ ଦିନ ଦାନ କରିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହି ପର୍ବରେ କୌଣସି ବ୍ୟକ୍ତି ଯାହାକୁ କୌଣସି ଜିନିଷ ର ଆବଶ୍ୟକ ରହିଥାଏ ଅଥବା କୌଣସି ଗରିବ ବା ଭିକାରୀ ଙ୍କୁ ଦାନ କରିବା ଦ୍ୱାରା ତାହା ଶହେ ପୂଣ୍ୟ ସହ ସମାନ ହୋଇଥାଏ । ତେବେ ମକର ସଂକ୍ରାନ୍ତି ଦିନ କେଉଁ ପଦାର୍ଥ ଦାନ କରିବା ଉଚିତ ଆସନ୍ତୁ ଜାଣିବା ।

ଏହି ପର୍ବ ଦିନ ଘରେ ବନାଇଥିବା ଖାଦ୍ୟ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ ତିଆରି ହୋଇଥିବା ଖେଚୁଡ଼ି, ପୁରି, କ୍ଷୀରି ଆଦି ଦାନ କରିବା ଦ୍ୱାରା ପୂଣ୍ୟ ଲାଭ ହୋଇଥାଏ ଏବଂ ଏହା ସହିତ କିଛି ଗରମ ବସ୍ତ୍ର ମଧ୍ୟ ଦାନ କରିବା ଉଚିତ ଅଟେ । ଏହି ପର୍ବ ରେ ଶୁଦ୍ଧ ଘିଅ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ନିଶ୍ଚିତ ଭାବରେ ଏହି ସବୁ ଜିନିଷ କୁ ଦାନ କରନ୍ତୁ ଏହାଦ୍ବାରା ଆପଣ ଶହେ ପୂଣ୍ୟ ର ଭାଗିଦାରୀ ହେବେ ।

୨. ଦ୍ଵିତୀୟ କାର୍ଯ୍ୟଟି ହେଉଛି, ସୂର୍ଯ୍ୟ ଦେବ ଙ୍କ ଆରାଧନା । ମକର ସଂକ୍ରାନ୍ତି ପର୍ବ ଦିନ ସୂର୍ଯ୍ୟ ଦେବ ଙ୍କୁ ଆରାଧନା କରିବା ଦ୍ୱାରା ଆପଣଂକୁ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ପର୍ବ ଦିନ ଆପଣ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ଧଳା ଅଥବା ହଳଦିଆ ବସ୍ତ୍ର ପିନ୍ଧନ୍ତୁ ଏବଂ ଏକ ତମ୍ବା ର ଢାଳ ରେ ଜଳ ପୂର୍ଣ କରି ସୂର୍ଯ୍ୟ ଦେବ ଙ୍କୁ ଅର୍ପଣ କରନ୍ତୁ ଏବଂ ଜଳ ଅର୍ପଣ କରିବା ସମୟରେ ଓଃ ଖାଣେ ସୂର୍ଯ୍ୟାୟଃ ନମଃ ମନ୍ତ୍ର କୁ ଜପ କରନ୍ତୁ । ଏପରି କରିବା ଦ୍ୱାରା ଆପଣଂକୁ ସୂର୍ଯ୍ୟ ଦେବ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button