ସ୍ୱାସ୍ଥ୍ୟ

କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଚନ୍ତି କି ? ପ୍ରତିଦିନ ଖାଆନ୍ତୁ ଏହି ଚାରିଟି ଖାଦ୍ୟ

କିଡନୀ ଆମ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ନିତାନ୍ତ ଜରୁରୀ। ଯଦି ଆପଣଙ୍କ କିଡନୀରେ କୌଣସି ସମସ୍ୟା ଦେଖାଦିଏ ତେବେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ। କିଡନୀ ଆପଣଙ୍କ ଶରୀରରେ ରକ୍ତରେ ଥିବା ପାଣି ଏବଂ ଅନାବଶ୍ୟକ ପଦାର୍ଥକୁ ଅଲଗା କରିବାର କାମ କରିଥାଏ। ଏମିତିରେ ଆପଣ କିଡନୀକୁ ସୁସ୍ଥ ରଖିବା ଜରୁରୀ। ଏମିତି କିଛି ଆହାର ରହିଛି, ଯାହା ଆପଣଙ୍କ କିଡନୀକୁ ସୁସ୍ଥ ରଖିବା ସହ ସଫା ମଧ୍ୟ ରଖିଥାଏ। ଆସନ୍ତୁ ଜାଣିବା ଏହି ଖଶଦ୍ୟ ବିଷୟରେ..

juice

– ବିନା ଚିନି କିମ୍ବା ବିନା ଲୁଣରେ ପ୍ରସ୍ତୁତ ହୋଇଥିବା ଜୁସ୍‌ ଶରୀର ପାଇଁ ପୁଷ୍ଟିକର ହୋଇଥାଏ। ଜୁସ୍‌ ଆପଣଙ୍କ କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଲେମ୍ବୁ, ତରଭୁଜ ଏବଂ କମଳା ଜୁସ୍‌ରେ ସାଇଟ୍ରିକ ଏସିଡ ଭରପୂର ମାତ୍ରାରେ ରହିଥାଏ। ଯାହା କିଡନୀରେ ହେଉଥିବା ଷ୍ଟୋନ ସମସ୍ୟାକୁ ଦୂର କରିଥାଏ।

– ଶାଗ ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଥିବା ଆବଶ୍ୟକ ପୋଷକ ତତ୍ତ୍ୱ କିଡନୀକୁ ସୁସ୍ଥ ରଖିଥାଏ। ପାଳଙ୍ଗ ଶାଗରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ କିଡନୀ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ।

cheery

– ଭାରତରେ ଅଧିକାଂଶ ଲୋକ ଚା ପିଇବାକୁ ଭଲପାଆନ୍ତି। ଚା’ ମଧ୍ୟ କିଡନୀକୁ ସଫା କରିବାରେ ସାହାଯ୍ୟ କରିଥାଏ।

– ଚେରୀ ଏବଂ କାନବେରୀକୁ ଆପଣ ନିଜ ଖାଇବାରେ ସାମିଲ କରନ୍ତୁ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ଫଳ ଖାଇବା ଦ୍ୱାରା ୟୁଟିଆଇ ସମସ୍ୟା କମ୍‌ ହେବା ସହ କିଡନୀ ସମସ୍ୟାରୁ ମୁକ୍ତି ମିଳିଥାଏ। ଚେରୀ ଏବଂ କାନବେରୀରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଯାହା ଅନେକ ରୋଗ ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button