ଧର୍ମ

ମାର୍ଗଶିର ଗୁରୁବାର ମାଣବସା ଦିନ ରାତିରେ କରନ୍ତୁ ଏହି ଗୋଟିଏ ଖାସ ଉପାୟ, ରାତା ରାତି ହେଇଯିବେ ମାଲାମାଲ

ବର୍ଷର ପ୍ରତେକ ଗୁରୁବାର ମାଆ ଲକ୍ଷ୍ମୀ ଙ୍କ ବାର ହେଲେ ମଧ୍ୟ ଚାରିଗୋଟି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ପ୍ରତେକ ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମହତ୍ଵ ରହିଛି । ଏହି ଦିନ ଗୁଡ଼ିକରେ ଧନୀ, ଗରିବ, ଉଚ୍ଚ ଜାତି, ନିଚ ଜାତିର ସମସ୍ତେ ଧାନ ମାଣ ବସାଇ ମାଆ ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି । ପ୍ରତେକ ଓଡ଼ିଆଣୀ ଏହାକୁ ଭକ୍ତି ଓ ନିଷ୍ଠାର ସହ ପୂଜା କରିଥାଏ । ପୂଜାର ପୂର୍ବଦିନ ଘରକୁ ଭଲ ଭାବରେ ଧୋଇ ପୋଛା ମାରି ଅରୁଆ ଚାଉଳ ବାଟି ସେଥିରେ ଲକ୍ଷ୍ମୀ ପାଦ, ପଦ୍ମ ଫୁଲ, ହାତୀ, କଦଳୀ ଗଛ, ଶଙ୍ଖ ଇତ୍ୟାଦି ର ଝୋଟି ପକାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ମାର୍ଗଶୀର ମାଣବସା ଗୁରୁବାର ଦିନ ଦିନରେ ପୂଜା କରିବା ସହ ରାତିରେ କେଉଁ ଗୋଟିଏ ଖାସ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଆପଣଙ୍କ ଉପରେ ନିଜର କୃପା ବର୍ଷା କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମେ ଆମେ ଜାଣିବା ଯେ ଗୁରୁବାର ଲକ୍ଷ୍ମୀ ମା ଙ୍କ ପୂଜା ବିଧି ବିଷୟରେ କିଛି କଥା । ଲକ୍ଷ୍ମୀ ପୂଜା ପାଇଁ ଆମେ ପ୍ରଥମେ କୁସୁମ ଫୁଲ, ପଦ୍ମ ଫୁଲ ଏବଂ ଅନ୍ୟ ସବୁ ଜିନିଷ ଆଣିଥାଉ । ତାପରେ ଗୋଟେ ଖଟୁଲି ନେଉ ଯୋଉଥିରେ ପଦ୍ମ ଫୁଲର ଚିତା ପକାଇଥାଉ । ଗୁରୁବାର ଦିନ ନାରୀମାନେ ଶୁଦ୍ଧପଟ ହୋଇ ଧାନ ମାଣରେ ସୁଖା ଧାନ ରଖି ଫଳ, ମୂଳ, ଅରୁଆ ଚାଉଳ, ଦୁବ ପତ୍ର, ଧୂପ ଦୀପ ନୈବେଦ୍ୟ ଦେଇ ମା ଙ୍କ ଆରାଧନା ଆରମ୍ଭ କରିଥାଉ ।

ଏବଂ ଶଙ୍ଖ ହୁଳହୁଳି ଦେଇ ଲକ୍ଷ୍ମୀ ପୁରାଣ ପାଠ କରିବା ସହିତ ଖିରି, ପୁରୀ, ଖେଚେଡ଼ି, ପିଠା ପଣା ଆଦି ଭୋଗରେ ଘର ପବିତ୍ର ଓ ଆନନ୍ଦିତ ହୋଇଯାଏ । ପ୍ରଥମେ ସକାଳେ ବାଳଭୋଗ ପାଇଁ ବି ପ୍ରସ୍ତୁତ କରି ରଖିଦେବେ । ତାପରେ ଗୋଟେ ଝୋଟି ପକେଇ ସେଥିରେ ଖଟୁଲି ବସାଇବେ । ତାପରେ ପୂଜା ଆରମ୍ଭ କରିବେ । ଆପଣ ସୋଳଗୋଟି ଝୋଟି କରିମଧ୍ୟ ଖଟୁଲି ରଖିପାରିବେ । ଖଟୁଲି ଉପରେ ଧାନ ଭରି କରିଦେବେ ।

ଆପଣ ଯେତେ ଧାନ ରଖିବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସେତେ ଅଧିକ ପ୍ରସନ୍ନ ହେବେ । ସେହି ଧାନ ଉପରେ ଗୋଟେ ମାଣ ରଖିଦେବେ, ତାକୁ ଧାନ ରେ ଭରିଦେବେ ତାପରେ ସେହି ମାଣ ଉପରେ ଆଊ ଏକ ଶେର ମାଣ ରଖିବେ । ତାପରେ ଗୋଟେ ବଡ଼ ବାସନ ବା ତସଲା ନେଇ ସେଥିରେ କିଛି ପାଣିରେ ଅଳ୍ପ ହଳଦୀ ପକାଇ ଦୁବ ଘଷାରେ ଗୋଳାଇ ଏହି ପାଣିକୁ ଭଲ ଭାବରେ ମାଣରେ ଚିଂଚି ଦେବେ । ତାପରେ କଳସ ବସାଇବେ । ଏହା ପରେ ମାଣ ଉପରେ ତିନୋଟି ଗୁଆ ଏବଂ ତିନୋଟି ହଳଦୀ ବସାଇଦେବେ । ଏହାପରେ ମାତାଙ୍କୁ ବସ୍ତ୍ର ପିନ୍ଧିବେ । ମାତା ଲକ୍ଷ୍ମୀ ଙ୍କର ପାସନ୍ଦିତ ଜିନିଷ ଗୁଡ଼ିକ ରଖି ଭଲ ଭାବରେ ମାତା ଲକ୍ଷ୍ମୀ ଙ୍କୁ ସଜାଇଦେବେ । ତାପରେ ନୀତି ନିୟମ ସହିତ ମାଣ ବାସ ପୂଜା କରନ୍ତୁ ।

ଗୋଟିଏ ଉପାୟ

ପ୍ରଥମେ ଦୁଇଟି କଦଳୀ ନେବେ, ଧ୍ୟାନ ରଖିବେ ଯେପରି କଦଳୀ ସଫା ଥିବ । ଗୁରୁବାର ଦିନ ରାତିରେ ଏହି କଦଳୀକୁ ମାଆ ଙ୍କ ପାଖରେ ରଖନ୍ତୁ । ଏବଂ ହାତ ଯୋଡ଼ି ପ୍ରଥାନ କରି ମାଆ ଙ୍କୁ ନିଜର ମନର ଦୁଃଖ କଥା ଜଣାନ୍ତୁ । ତାପରେ ସିନ୍ଦୂର ଓ ତେଲ ନିଅନ୍ତୁ । ଏହି ସିନ୍ଦୂର ତେଲକୁ ଭଲସେ ମିଶାଇ କଦଳୀରେ ସ୍ଵସ୍ତିକର ଚିହ୍ନ ବନାନ୍ତୁ । ଏହା ପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କୁ ମବାରେ ଧ୍ୟାନ କରି ତାଙ୍କ ମନ୍ତ୍ର ଓମ ନମଃ ଭଗବତେ ବାସୁଦେବାୟ ନମଃ, ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

 

ସେହି କଦଳୀକୁ ସେମିତି ହିଁ ରାତିସାରା ମା ଲକ୍ଷ୍ମୀ ଙ୍କ ପାଖରେ ରଖନ୍ତୁ । ପର ଦିନ ସକାଳୁ ଉଠି ସ୍ନାନ କରିସାରି ମାଆ ଙ୍କ ପୂଜା କରିସାରି ସେହି କଦଳିକୁ ଘରର ସବୁ ସଦସ୍ୟଙ୍କୁ ଟିକେ ଟିକେ ବଣ୍ଟି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ସବୁ ଗ୍ରହ ଦୋଷ ଦୁର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

ତେବେ ଆପଣ ଯଦି ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button