ନୀତି

ଦୀପାବଳୀରେ ଏହି 5ଟି ଜାଗାରେ ଜାଳନ୍ତୁ ଦୀପ, ହେବ ଧନର ବର୍ଷା

ଆଲୋକର ପର୍ବ ଅଟେ ଦୀପାବଳି। ରାକ୍ଷାସ ରାଜା ରାବଣ ଉପରେ ବିଜୟ ଲାଭ କରି ଯେତେବେଳେ ରାମଚନ୍ଦ୍ର ଆଯୋଧ୍ୟା ଫେରିଥିଲେ ସେତେବେଳେ ଲୋକମାନେ ତାଙ୍କ ଆସିବା ଖୁସିରେ ଅଜୋଧ୍ୟା କୁ ଆଲୋକରେ ସଜାଇଥିଲେ । ସେବେଠାରୁ ଏହି ଦିନକୁ ଦୀପାବଳି ଭାବେ ପାଳନ କରାଯାଏ । ଦୀପାବଳିରେ ଦୀପ ଜାଳିବା ର ବହୁତ ମହତ୍ଵ ରହିଛି । ହିନ୍ଦୁ ଧର୍ମରେ ଏହା ମାନ୍ୟତା ରହିଛି କି ଏହି ଦିନ ମାତା ଲକ୍ଷ୍ମୀ ଘର ଘର ବୁଲିଥାନ୍ତି ଓ ଏହି ଦିନ ମା ଲକ୍ଷ୍ମୀ ଯାହା ଘରକୁ ଆସିଥାନ୍ତି ତା ଘରେ ବର୍ଷ ସାରା କୌଣସି ଧାନ ସମ୍ପତିର ଅଭାବ ରହି ନଥାଏ ।

ତେଣୁ ଏହି ଦିନ ମାନେ ଦୀପାବଳି ଦିନ ରାତିରେ ସମସ୍ତେ ନିଜ ଘରେ ଦୀପ ଜଳାଇ ସଂପୂର୍ଣ୍ଣ ଘରକୁ ପ୍ରକାଶିତ କରିଥାନ୍ତି । କିନ୍ତୁ ଅନେକ ଲୋକଙ୍କୁ ଜଣା ନାହିଁ କି ଦୀପାବଳି ରାତିରେ ଘର ସହିତ ଆଉ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଦୀପ ଜାଳିବା ଦ୍ଵାରା ବହୁତ ସକାରାତ୍ମକ ଫଳ ମିଳିଥାଏ । ଘର ସହିତ ମଧ୍ୟ ଏହି ଜାଗା ମାନଙ୍କରେ ଦୀପ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଆପଣଙ୍କ ଘରେ ଧନର ଅଭାବ ରହି ନଥାଏ ।

୧. ଦୀପାବଳି ଦିନ ଘରେ ମାତା ଲକ୍ଷ୍ମୀ ଙ୍କର ସ୍ଵାଗତ ପାଇଁ ଘରର ମୁଖ୍ୟ କବାଟର ଦୁଇ ପାର୍ଶ୍ଵରେ ଦୁଇଟି ଦୀପ ଅବଶ୍ୟ ଜଳାନ୍ତୁ . ମାନେ କବାଟର ବାମ ପଟେ ଓ ଡାହାଣ ପଟେ ୨ ଟି ଦୀପ ଜଳାନ୍ତୁ । ମାତା ଲକ୍ଷ୍ମୀ ଙ୍କର ସ୍ଵାଗତ ପାଇଁ ଏହା ଠାରୁ ବଡ ଉପାୟ ଆଉ କିଛି ବି ନୁହେଁ । ମାତା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ରହି ନଥାଏ । ଏହା ସହିତ ଆପଣ ଘରର ଅଗଣାରେ ଦୀପ ଜଳାଇବାକୁ ଆଦୌ ଭୁଲନ୍ତୁ ନାହିଁ ।

୨. ଦୀପାବଳି ଦିନ ଘରର ଚଉରା ପାଖରେ ଦୀପ ଜଳାଇବା ପାଇଁ ଆପଣ ଆଦୌ ଭୁଲନ୍ତୁ ନାହିଁ । ଏହା ଦ୍ଵାରା ଦେବୀ ମାତା ଆପଣଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିବେ ଓ ଏହା ସହିତ ମା ବୃନ୍ଦାବତୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

୩. ଦୀପାବଳି ଦିନ ଘରେ ଦୀପ ଲଗାଇବା ସହିତ ଏକ ଦୀପ ନେଇ ଅସ୍ଵସ୍ଥ ଗଛ ମୂଳରେ ଜଳାନ୍ତୁ । କୁହାଯାଏ କି ଯେ ଏହି ଅସ୍ଵସ୍ଥ ଗଛରେ 33 କୋଟି ଦେବା ଦେବୀମାନେ ବାସ କରିଥାନ୍ତି । ଏହି ଜାଗାରେ ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀ ଖୁସି ହୋଇ ଯାଇଥାନ୍ତି ।

୪. କୁହାଯାଏ କି ଏହି ଦୀପାବଳି ଦିନ କୌଣସି ଶୂନଶାନ ସ୍ଥାନରେ ଥିବା ଶିବଲିଙ୍ଗ ପାଖରେ ଦୀପଟିଏ ଅବଶ୍ୟ ଜଳାନ୍ତୁ । ଏହା ଦ୍ଵାରା ମଧ୍ୟ ମନର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ଆସନ୍ତା ଦୀପାବଳିରେ ଚେଷ୍ଟା କରନ୍ତୁ ଏହି ସବୁ ଜାଗାରେ ଦୀପ ଜଳାଇବା ପାଇଁ । ଯାହା ଦ୍ଵାରା ଆପଣଙ୍କ ଉପରେ ସବୁ ଦେବା ଦେବୀ ପ୍ରସନ୍ନ ରହିବେ ଓ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ ।

୫. ଦୀପାବଳି ଦିନ ନିଜ ଘରକୁ ଆଲୋକରେ ସଜାଇବା ସହିତ ଯଦି ଆପଣଙ୍କ ଘର ବାହାରେ କୌଣସି ମନ୍ଦିର ଅଛି ତେବେ ଏହାକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ । ଏହା ଦ୍ଵାରା ଆପଣ ପ୍ରଭୁ ଙ୍କ ସେବା କରିବାର ସୁଯୋଗ ପାଇଲେ । ଏହା ଦ୍ଵାରା ମଧ୍ୟ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ପଡିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button