ବିଚାର

କେହି ତୁମର କିଛିବି କ୍ଷତି କରି ପାରିବେ ନାହିଁ, କେବଳ ଜାଣି ନିଅନ୍ତୁ ଏହି ୫ଟି ଚାଣକ୍ୟ ନୀତି

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲେଖା ଯାଇଥିବା ଏକ ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥ ର ପ୍ରକୃତ ଉପକାର ମାନବ ଜୀବନର ପ୍ରତେକ ଅସୁବିଧା କୁ ଦୂର କରିବାର ଉଚିତ୍ ଶିକ୍ଷା ଦେବା । ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯିଏ ନିଜ ଜ୍ଞାନ ଏବଂ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜ ଗାଦି ରେ ବସାଇଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କ କିଛି ଏମିତି ନୀତି ବିଷୟରେ ଯାହା ଆପଣକୁ ଆପଣଙ୍କ ଜୀବନରେ କେବେ ନା କେବେ ନିଶ୍ଚିତ ଭାବରେ କାମରେ ଲାଗିବ । ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ବିଷୟରେ ବହୁତ ହିଁ ଅଦ୍ଭୁତ ଏବଂ ଭଲ ଜିନିଷ କହିବୁ ।

ଚାଣକ୍ୟ କହିଛନ୍ତି ଗୋଟେ ଶିଶୁ ମା ର ଗର୍ଭ ରେ ଥାଏ ସେତେବେଳେ ଏହି ୫ ଟି ଜିନିଷ ନିଶ୍ଚିତ ହୋଇଯାଇଥାଏ କି କେତେ ଲମ୍ବା ଆୟୁ ହେବା, ସେ କଣ କରିବ, କେତେ ଧନ ଏବଂ ଜ୍ଞାନ ଅର୍ଜିତ କରିବ, ଏବଂ କେବେ ମୃତ୍ୟୁ ହେବ ।
କେତେ ଆଶ୍ଚର୍ଯ୍ୟ କଥା ମଣିଷ ଗରିବ ଏବଂ ବଡଲୋକ ହୋଇଥାଏ ଯେତେବେଳେ କି ଗରିବ ନିଜର ଦୁଃଖ ଦର୍ଶାଇଥାଏ ତ ବଡଲୋକ ବହୁତ ବଡ଼ ବଡ଼ କଥା କହିଥାନ୍ତି କିନ୍ତୁ ଶେଷରେ ସମସ୍ତଙ୍କର ଶେଷ ମୃତ୍ୟୁ ହିଁ ହୋଇଥାଏ ।

ଯେଉଁ ବ୍ୟକ୍ତି ନିଜ ପରିବାର ଲୋକଙ୍କ ଠାରୁ ଆଶା ରଖିଥାଏ ସେ ବହୁତ ଦୁଃଖ କଷ୍ଟ ପାଇଥାଏ । ଯାହାକୁ ସୁଖୀ ହେବାର ଅଛି ତାକୁ ଆଶା କରିବା ଛାଡ଼ିବାକୁ ପଡିବ ।ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ପରିଶ୍ରମ କରିଥାଏ ଏବଂ ନିଜର ବୁଦ୍ଧି ଦ୍ଵାରା ସଫଳତା ପାଇଥାଏ ସେ ଜୀବନରେ ବହୁତ ଖୁସି ହୋଇଥାଏ କିନ୍ତୁ ଯେଉଁ ବ୍ୟକ୍ତି ନିଜ ଭାଗ୍ୟ ପଛରେ ଦୋୖଡି ଥାଏ ସେହି ବ୍ୟକ୍ତି ବର୍ବାଦ ହୋଇଥାଏ ।

ଚାଣକ୍ୟ କହିଛନ୍ତି ଯଦି ରାଜା ପୁଣ୍ୟାତ୍ମା ହୋଇଥାଏ ତେବେ ପ୍ରଜା ମଧ୍ୟ ସେମିତି ହୋଇଥାନ୍ତି । ଆଊ ଯଦି ରାଜା ପାପି ହୋଇଥାଏ ତେବେ ପ୍ରଜା ମଧ୍ୟ ପପି ହିଁ ହେବେ । ଯଦି ରାଜା ସାମାନ୍ୟ ଅଟେ ତେବେ ପ୍ରଜା ମଧ୍ୟ ସାମାନ୍ୟ ହେବେ । ପ୍ରଜା ସାମ୍ନାରେ ରାଜା ର ଉଦ୍ଧାରଣ ହୋଇଥାଏ ଏବଂ ରାଜା ତାହା ଅନୁସରଣ କରିଥାଏ । ଯେଉଁ ଲୋକ ବଞ୍ଚିଥିବା ସମୟରେ ଧର୍ମ କୁ ମାନିନଥାଏ ସେ କେବେ ମଧ୍ୟ ବଞ୍ଚିନଥାଏ । କିନ୍ତୁ ଯେଉଁ ବ୍ୟକ୍ତି ନିଜ ଜୀବନସାରା ଧର୍ମ କୁ ହିଁ ମାନି ଥାଏ ସେହି ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ବଞ୍ଚି ରହିଥାଏ ।

 

ଯେଉଁ ବ୍ୟକ୍ତି ଅନ୍ୟର ସଫଳତା ଦେଖି ଈର୍ଷା କରିଥାଏ ତ ପଛରେ ବହୁତ୍ ଖରାପ କଥା କହିଥାଏ ସେହି ବ୍ୟକ୍ତି ନିଜ ଜୀବନରେ କିଛି ମଧ୍ୟ କରିପାରିନଥାଏ ।

ଯେଉଁ ବ୍ୟକ୍ତି ଲୋଭ କରିଥାଏ ସେ କେବେ ମଧ୍ୟ ନିଜ ଜୀବନରେ ଶାନ୍ତିରେ ରହିଥାଏ । ସେହି ବ୍ୟକ୍ତି କୁ ସବୁବେଳେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଲୋଭ ମଣିଷର ଏକ ବଡ଼ ଶତ୍ରୁ ଅଟେ ଯାହା ମଣିଷକୁ ନଷ୍ଟ ମଧ୍ୟ କରିଦେଇଥାଏ ।

 

ଯେଉଁ ବ୍ୟକ୍ତି ନିଜ ଗୁରୁ କୁ ସମ୍ମାନ କରିନଥାଏ ସେ କେବେ ମଧ୍ୟ ନିଜ ଜୀବନରେ ସଫଳତା ଲାଭ କରିପାରିନଥାଏ । ଜୀବନରେ ନିଜ ଗୁରୁଜନ ମାନଙ୍କୁ କେବେ ମଧ୍ୟ ଅସମ୍ମାନିତ କରନ୍ତୁ ନାହିଁ କାରଣ ଗୁରୁଜନ ମାନଙ୍କୁ ଅସମ୍ମାନ କଲେ ଦୁଃଖ ଆମକୁ ହିଁ ମିଳିଥାଏ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button