ଦେଶ ବିଦେଶ

ଝାଳ ଯୋଗୁ ମୁହଁ କଳା ପଡ଼ିଯାଇଥିଲେ ବ୍ୟବହାର କରନ୍ତୁ ଏହି ଫେସ୍‌ପ୍ୟାକ୍‌, ଫେରିଆସିବ ପୂର୍ବ ଚମକ

ଖରାଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ନଚେତ୍‌ ମୁହଁର ଚମକ ଚାଲିଯିବା ସମ୍ଭାବନା ରହିଛି। ଗ୍ରୀଷ୍ମଦିନେ ବାହାରକୁ ବାହାରିଲେ ସୂର୍ଯ୍ୟକିରଣ ଦେହରେ ପଡ଼ିଥାଏ। ଫଳରେ ଟ୍ୟାନ୍‌ ଦେଖାଯାଏ। ତ୍ୱଚାରେ ଟାନ୍‌ ଯେତେ ଶୀଘ୍ର ଆସେ ତାହା ଯିବାକୁ ମଧ୍ୟ ସେତିକି ଅଧିକ ସମୟ ଲାଗେ। ଏଣୁ ମହିଳାମାନେ ଖରାଦିନେ ମୁହଁ ଢାଙ୍କି ପଦାକୁ ବାହାରିଥାନ୍ତି। ଖରାଦିନେ ଝାଳ ଯୋଗୁ ମୁହଁ କଳା ପଡ଼ିଯାଏ। ଏଥିରୁ ମୁକୁଳିବା ପାଇଁ ମହିଳାମାନେ ବିଭିନ୍ନ ଉତ୍ପାଦ ବ୍ୟବହାର କରିଥାନ୍ତି, ଯାହା ପରେ ସାଇଡ ଇଫେକ୍ଟ ଦେଖାଏ। ତେବେ ଆପଣଙ୍କ ତ୍ୱଚା ବି ଯଦି ଖରା ଯୋଗୁ କଳା ପଡ଼ିଯାଉଛି ତେବେ କେତେକ ଘରୋଇ ଉପାୟ ଆପଣାଇ ପୁଣିଥରେ ପୂର୍ବ ଭଳି ମୁଲାୟମ ତ୍ୱଚା ପାଇପାରିବେ…

ହଳଦୀ-ବେସନ ପ୍ୟାକ୍‌:

ଝାଳ ଯୋଗୁ ମୁହଁରେ ଦେଖାଦେଉଥିବା କଳାପଣ ଦୂରେଇବା ପାଇଁ ସବୁଠୁ ଭଲ ଉପାୟ ହେଉଛି ହଳଦୀ ଓ ବେସନର ପ୍ୟାକ୍‌। ଏକ ଚାମଚ ବେସନ, ଅଧ ଚାମଚ ହଳଦୀ, ଏକ ଚାମଚ ଦହି, ଏକ ଚାମଚ ଲେମ୍ବୁ ରସକୁ ଏକାଠି ମିଶାଇ ଏକ ପ୍ୟାକ୍‌ ବନାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ। ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

 

ହଳଦୀ ଓ ଦହି:

ହଳଦୀ ଓ ଦହିର ଫେସ୍‌ପ୍ୟାକ୍‌ ମଧ୍ୟ ତ୍ୱଚାର କଳାପଣ ଦୂର କରିଥାଏ। ଏହାକୁ ବନାଇବା ପାଇଁ ଦୁଇ ଚାମଚ ହଳଦୀ, ଏକ ଚାମଚ ଗୋଲାପ ଜଳ ଓ ଅଧ ଚାମଚ ଦହି ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ଶୁଖିବାକୁ ଛାଡ଼ି ଦିଅନ୍ତୁ। ସପ୍ତାହକୁ ତିନିଥର ଏହି ପ୍ୟାକ୍‌ ଲଗାଇବା ଦ୍ୱାରା ମୁହଁର କଳାପଣ ଦୂର ହୋଇଥାଏ।

Top 6 summer face packs to soothe your skin from the heat | India.com

ଓଟ୍ସ ଫେସ୍‌ ପ୍ୟାକ୍‌:

ଓଟ୍‌ମିଲର ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁର କଳାପଣ ଦୂର କରିବାରେ ସାହାଯ୍ୟ କରେ। ଏହାକୁ ତିଆରି କରିବା ପାଇଁ ଦୁଇ ଚାମଚ ଓଟ୍‌ମିଲରେ ଏକ ଚାମଚ ଦହି, ଅଧା ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହି ପ୍ୟାକ୍‌ ତ୍ୱଚାର କଳାପଣ ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button