ସ୍ୱାସ୍ଥ୍ୟ

ଭାଙ୍ଗ ଖାଇଲେ ବି ଶରୀରକୁ ମିଳେ ଚମତ୍କାରୀ ଫାଇଦା, ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ଲୋକ ଭଗବାନ ଶିବଙ୍କ ନାଁ ନେଇ ଗ୍ଲାସ୍ ଗ୍ଲାସ୍ ଭାଙ୍ଗ ପଣା ପିଇ ଯାଆନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଭାଙ୍ଗ ସେମାନଙ୍କର କେତେ ପରିମାଣରେ କ୍ଷତି କରେ। ଭାଙ୍ଗ ଖାଇଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼େ। କିନ୍ତୁ ଭାଙ୍ଗର ଅନେକ ଫାଇଦା ବି ଅଛି। ଆୟୁର୍ବେଦରେ ଏ ବିଷୟରେ ଉଲ୍ଲେଖ ରହିଛି। ଏହା ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରେ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶକ୍ରମେ ସୀମିତ ମାତ୍ରାରେ ଭାଙ୍ଗ କିମ୍ବା ଗଞ୍ଜେଇ ସେବନ କଲେ ତାହା ରୋଗ ବେମାରକୁ ଭଲ କରିବାରେ ସାହାଯ୍ୟ କରେ। କୌଣସି ଜିନିଷକୁ ଅଧିକ ବ୍ୟବହାର କଲେ ତାହା କ୍ଷତିକାରକ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଭାଙ୍ଗର ସଠିକ୍ ବ୍ୟବହାର ଓ ଏହାର ଫାଇଦା ସଂପର୍କରେ ଜଣାଇବୁ।

drinks-bhang

– ଯଦି ଆପଣଙ୍କର ସବୁବେଳେ ମୁଣ୍ଡ ବିନ୍ଧୁଥାଏ, ତା’ହେଲେ ଭାଙ୍ଗ ଗଛର ପତ୍ରକୁ ବାଟି ରସ ବାହାର କରନ୍ତୁ। ଏଥିରୁ ଦୁଇ-ତିନି ବୁନ୍ଦା କାନରେ ପକାନ୍ତୁ। ଧୀରେ ଧୀରେ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଯିବ।

– ଅଧିକ ଭାଙ୍ଗ ସେବନ କଲେ ଯେକୌଣସି ବ୍ୟକ୍ତି ନିଜର ମାନସିକ ଭାରସାମ୍ୟ ହରାଇ ପାରନ୍ତି। ତେବେ ଠିକ୍ ମାତ୍ରାରେ ଭାଙ୍ଗର ବ୍ୟବହାର ଦ୍ୱାରା ମାନସିକ ରୋଗୀଙ୍କୁ ଫାଇଦା ମିଳିଥାଏ। ହେଙ୍ଗୁ ସହିତ ଏହାକୁ ମିଶାଇ ମାନସିକ ରୋଗୀଙ୍କୁ ଖାଇବାକୁ ଦେବା ଉଚିତ।

bhanga

– ଭାଙ୍ଗ ଖାଇଲେ ଭୋକ ମରିଯାଏ। କିନ୍ତୁ ସଠିକ୍ ମାତ୍ରାରେ ଭାଙ୍ଗ ଖାଇଲେ ଭୋକ ବଢ଼ାଇଥାଏ। ଯେଉଁମାନେ ଭୋକ ନହେବା ଭଳି ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ କଞ୍ଚା ଲଙ୍କା ସହିତ ସଠିକ୍ ମାତ୍ରାର ଭାଙ୍ଗ ଖାଆନ୍ତୁ। ଏମିତି କିଛି ଦିନ ଖାଇଲେ ଭୋକ ସମସ୍ୟା ଦୂର ହୋଇଯାଏ। ତେବେ ଏଥିପାଇଁ କୌଣସି ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

– ଅନେକ ଲୋକ ଶାରୀରିକ ସଂପର୍କ ରଖିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏଭଳି ଲୋକେ ଡାକ୍ତରଙ୍କ ପରାମର୍ଶ ନେଇ ସଠିକ୍ ମାତ୍ରାରେ ଭାଙ୍ଗ ସେବନ କଲେ ବହୁତ ଶୀଘ୍ର ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button