ନୀତି

ଏହି ୫ ଇସାରାରୁ ଜାଣନ୍ତୁ ଆପଣଙ୍କ ସ୍ତ୍ରୀଙ୍କୁ ଭଲ ପାଉଛନ୍ତି କି ନାହିଁ

କଣ କୌଣସି ବିବାହ ବିନା ଭଲ ପାଇବାରେ ତିଷ୍ଠି ପାରିବ? ଏହି ପ୍ରଶ୍ନର ଉତ୍ତର ସବୁ ମଣିଷଙ୍କ ପାଇଁ ଅଲଗା ଅଲଗା ହୋଇଥାଏ। କିନ୍ତୁ ଠିକ ଭାବରେ ଦେଖାଯିବ ତେବେ କୌଣସି ସମ୍ପର୍କକୁ ଖୁସିରେ ରଖିବାକୁ ହେଲେ ପ୍ରେମ ରହିବା ନିହାତି ଆବଶ୍ୟକ। ସ୍ବାମୀ ସ୍ତ୍ରୀଙ୍କ ଭିତରେ ମତାନ୍ତର ମନାନ୍ତର ଲାଗିବା ସ୍ବାଭାବିକ କିନ୍ତୁ କେବେ କେବେ ଏହି ଝଗଡା ସମ୍ପର୍କକୁ ନଷ୍ଟ କରିଦିଏ।

ତେବେ ଆପଣ ଭାବୁଥିବେ କଣ ସତରେ ଆପଣ ଆପଣଙ୍କ ସାଥିକୁ ଭଲ ପାଉଛନ୍ତି ନା ନାହିଁ। ତେବେ ପ୍ରଶ୍ନ କରିବୁ ଯେ କଣ ଆପଣଙ୍କ ସ୍ତ୍ରୀଙ୍କୁ ଆପଣ ଭଲ ପାଉଛନ୍ତି? ଯଦି ଆପଣ ଦ୍ବନ୍ଦରେ ଥିବେ ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏମିତି ୫ଟି ଇସାରା ରହିଛି ଯାହା ଦର୍ଶାଇବ ଯେ ଆପଣ ଆପଣଙ୍କ ସ୍ତ୍ରୀଙ୍କୁ ଭଲ ପାଆନ୍ତି ନାହିଁ।

partnerଯଦି ଆପଣ ତାଙ୍କ ଠାରୁ ଅଧିକ ନିଜ ବିଷୟରେ ଭାବନ୍ତି ଏବଂ ଆପଣଙ୍କର ସମସ୍ତ ନିଷ୍ପତ୍ତି କେବଳ ନିଜେ ଉପରେ ହିଁ ନିର୍ଭର କରନ୍ତି ତେବେ ଏହା ହୋଇପାରେ ଯେ ତାଙ୍କ ପାଇଁ ଆପଣଙ୍କ ଭଲ ପାଇବା କମ୍ ହୋଇପାରେ।

ଯଦି ଆପଣ ଆପଣଙ୍କ ସ୍ତ୍ରୀଙ୍କର କୌଣସି କଥା ଉପରେ କ୍ରୋଧିତ ହେଉନାହାନ୍ତି କିମ୍ବା କୌଣସି ଅଭିଯୋଗ ରହୁ ନାହିଁ। ତେବେ ଏଥିରୁ ଜଣାପଡୁଛି ଯେ ଆପଣ ଆପଣଙ୍କ ସମ୍ପର୍କକୁ ନେଇ ବହୁତ ସିରିୟସ ଅଛନ୍ତି।

ଯଦି ଆପଣ ଆପଣଙ୍କ ସ୍ତ୍ରୀଙ୍କ ପରିବାରକୁ ନିଜ ପରିବାର ବୋଲି ଭାବୁ ନାହାନ୍ତି କିମ୍ବା ସେମାନଙ୍କ ସହିତ ମିଶୁ ନାହାନ୍ତି ତେବେ ଭାବି ନିଅନ୍ତୁ ଯେ ଆପଣ ମଧ୍ୟରେ ଦୂରତା ବଢ଼ୁଛି।

coupleତାଙ୍କ ସହିତ ବୁଲିବା କିମ୍ବା ଡିନର କରିବାକୁ ଯଦି ଆପଣ ସମୟ ବାହାର କରିବା ପାଇଁ ଚେଷ୍ଟା କରୁନାହାନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ମନରେ ତାଙ୍କ ପାଇଁ ଆଗ୍ରହ କମିଗଲାଣି।

ଯଦି ତାଙ୍କ ଦେହ ଖରାପ ଅଛି କିନ୍ତୁ ଆପଣ ତାଙ୍କ ପାଇଁ ଚିନ୍ତା କରୁନାହାନ୍ତି। କୌଣସି କଥାକୁ ନେଇ ତାଙ୍କୁ ଖରାପ ଳାଗିଥିବ କିନ୍ତୁ ଆପଣଙ୍କୁ କୌଣସି ଫରକ ପଡୁନାହିଁ ତେବେ ଏହା ଜାଣି ନିଅନ୍ତୁ ଯେ ଆପଣଙ୍କ ଭଲପାଇବା ତାଙ୍କ ପାଇଁ ଫିକା ପଡି ଗଲାଣି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button