ନବରାତ୍ରୀରେ ଏହି ୪ ସଙ୍କେତ ମିଳିବା ହୋଇଥାଏ ଶୁଭ, ଦୂର ହୋଇଯାଏ ସମସ୍ତ ସମସ୍ୟା

ଜୀବନରେ ଚାଲିଥିବା ସମସ୍ୟା ଦୂର ନହେଲେ ଅନେକ ଲୋକଙ୍କର ଅସ୍ଥା ଏବଂ ବିଶ୍ବାସ ଭଗବାନଙ୍କ ଉପରୁ ଉଠିଯାଇଥାଏ । କିନ୍ତୁ ସମୟ ସବୁବେଳେ ସମାନ ନଥାଏ । ଦିନେ ଦିନେ ଏହା ପରିବର୍ତ୍ତନ ହୋଇଥାଏ । ତେବେ ଭଲ ସମୟ ଆସିବା ପୂର୍ବରୁ ଅନେକ ସଙ୍କେତ ମିଳିଥାଏ । ଯାହାକୁ କେହି ଜାଣି ପାରିନଥାନ୍ତି । ତେବେ ଏଥର ନବରାତ୍ରୀରେ ଏମିତି କିଛି ସଙ୍କେତ ମିଳିପାରେ ଯାହା ଆପଣଙ୍କ ପାଇଁ ଶୁଭ ହେବ । ଆସନ୍ତୁ ଜାଣିବା ଏହି ସଙ୍କେତ ବିଷୟରେ ।
– ନବରାତ୍ରୀରେ ଷୋହଳ ଶୃଙ୍ଗାର କରିଥିବା ମହିଳାଙ୍କୁ ଦେଖିବା ଶୁଭ ହୋଇଥାଏ । ଏମିତି କୁହାଯାଏ ଯେଉଁ ବ୍ୟକ୍ତିଙ୍କ ଉପରେ ମା‘ ଲକ୍ଷ୍ମୀଙ୍କ କୃପା ଆସିବାର ଥାଏ ସେମାନଙ୍କୁ ଷୋହଳ ଶୃଙ୍ଗାର କରିଥିବା ମହିଳା ନିଶ୍ଚୟ ଦେଖାଯାଆନ୍ତି ।
– ନବରାତ୍ରୀ ମାସରେ ମନ୍ଦିରରୁ ବାହାରିବା ସମୟରେ ଗାଇ ଦେଖାଯିବା ଶୁଭ ହୋଇଥାଏ । ଯଦି ଆପଣଙ୍କୁ ବି ମନ୍ଦିରରୁ ବାହାରିବା ସମୟରେ ଗାଇ ଦେଖାଯାଏ ତେବେ ଜାଣନ୍ତୁ ଆପଣଙ୍କ ଭଗ୍ୟ ପରିବର୍ତ୍ତନ ହେବ ।
– ସେହିପରି ନବରାତ୍ରୀରେ ସକାଳେ ନଡିଆ ଫୁଲ ଦେଖାଯିବା ମଧ୍ୟ ଖୁବ୍ ଶୁଭ ହୋଇଥାଏ ।
– ନବରାତ୍ରୀରେ ଯଦି ଆପଣଙ୍କ ସ୍ବପ୍ନରେ ପେଚା ଦେଖାଦିଏ ତେବେ ଜାଣନ୍ତୁ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଖୁବ୍ ଶୀଘ୍ର ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିପାରେ ।



