ନୀତି

ଘର କିଣିବାକୁ ଯାଉଛନ୍ତି କି ? ତେବେ ଜାଣନ୍ତୁ ଏହି ଜରୁରୀ ବାସ୍ତୁ ଉପାୟ

ବାସ୍ତୁ ବିଜ୍ଞାନ ସମ୍ବଦ୍ଧୀୟ ଆପଣଙ୍କ ଘର ଏବଂ ଆପଣଙ୍କ ଆଖପାଖରେ ଥିବା ଜିନିଷ ଯାହା ଆପଣଙ୍କୁ ଧନବାନ ମଧ୍ୟ କରିପାରିବ ଏବଂ ଧନହାନି ମଧ୍ୟ କରିପାରିବ। ଏଥିପାଇଁ ଘର ତିଆରି ସମୟରେ ଏବଂ ଘର କିଣିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ।

ଘର କିମ୍ବା ଫ୍ଲାଟ କିଣିବା ସମୟରେ ପ୍ରଥମେ ଏହା ଦେଖନ୍ତୁ ଯେ ମୁଖ୍ୟ ଦ୍ବାର ପୂର୍ବୀ ଏୈଶାନ୍ୟ, ଉତ୍ତର ଏୈଶାନ୍ୟ, ଦକ୍ଷିଣ ଆଗ୍ନେୟ ଏବଂ ପଶ୍ଚିମ ବାୟବ୍ୟରେ ରହିବା ଆବଶ୍ୟକ।

ଘରର ମୁଖ୍ୟ ଦ୍ବାର ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ, ଗଛ ଏବଂ ମନ୍ଦିର ନ ରହିବା ଆବଶ୍ୟକ।

houseଶୌଚାଳୟ ଏବଂ ବାଥରୁମ ଘରର ମଝିରେ କିମ୍ବା ମୁଖ୍ୟ ଦ୍ବାରର ସାମ୍ନାରେ ରହିବା ଅଶୁଭ ହୋଇଥାଏ। ଏଥିପାଇଁ ଘର ନେବା ପୂର୍ବରୁ ଏହା ନିଶ୍ଚୟ ଦେଖନ୍ତୁ।

ଘରେ ଯଦି ବାଲକୋନି ଅଛି ତେବେ ଉତ୍ତର ଏବଂ ପୂର୍ବ ଦିଗରେ ବାଲକୋନି ଶୁଭ ହୋଇଥାଏ।

ମୁଖ୍ୟ ଦ୍ବାର ଭିତର ଆଡକୁ ଖୋଲାଯାଏ ତେବେ ଏହା ଶୁଭ ଅଟେ।

ରୋଷେଇ ଘର ଏୈଶାନ୍ୟ କୋଣରେ ରହିବା ଉଚିତ ନୁହେଁ।

houseଘର ଏବଂ ଫ୍ଲାଟରେ ସାମ୍ନା ଆଡକୁ ସିଡି କିମ୍ବା ଲିଫ୍ଟ ରହିବା ଉଚିତ ନୁହେଁ।

ବିଦ୍ୟୁତର ସ୍ବିଚବୋର୍ଡ ଆଗ୍ନେୟ କୋଣ ବା ଦକ୍ଷିଣ ପୂର୍ବ ଆଡକୁ ଶୁଭ ବୋଲି ଧରାଯାଏ।

ଧ୍ୟାନ ରଖନ୍ତୁ ଯେ ଏବଂ ଆକାରର ଘର କିମ୍ବା ଫ୍ଲାଟ ଶୁଭ ହୋଇନଥାଏ।

ପୂଜା ସ୍ଥଳ ଶୋଇବା ଘରେ କରିବା ଉଚିତ ନୁହେଁ। ପୂଜା ଘର ଏୈଶାନ୍ୟ କୋଣ ବା ଉତ୍ତର ପୂର୍ବରେ ରହିବା ଶୁଭ ବୋଲି ଧରାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button