କଣ ଆପଣ ମଧ୍ୟ ଦ୍ବିପହର ଖାଇବା ପରେ କରୁଛନ୍ତି ଏହି ଭୁଲ, ତେବେ ସାବଧାନ ..

ଭଲ ସ୍ବାସ୍ଥ୍ଯ ପାଇଁ ଖାଲି ସଠିକ୍ ସମୟରେ ଖାଇବା, କଣ ଖାଇବା ଏବଂ କେତେ ପରିମାଣର ଖାଇବା ଉପରେ ରହିନଥାଏ। ବରଂ ଖାଇବା ପିଇବାରେ କିଛି ସାଧାରଣ ଭୁଲ ଆପଣଙ୍କ ଶରୀରକୁ ଖରାପ କରିପାରେ। ସାଧାରଣତଃ ଜୀବନରେ ରାତି ଏବଂ ଦ୍ବିପହର ଖାଇବା ପରେ ଏପରି କିଛି ଭୁଲ କରାଯାଇଥାଏ ଯାହାଫଳରେ ଭୋଗିବାକୁ ପଡ଼ିଥାଏ ଅନେକ ପ୍ରକାରର ଅସୁବିଧା।
-ଆପଣ ଶୁଣିଥିବା ପ୍ରାୟ ସମସ୍ତେ କହିଥାନ୍ତି ଖାଇବା ପରେ ପାଣିପିଇବା ବହୁତ ଖରାପ। ସବୁବେଳେ ଖାଇବାର ଅଧା ଘଣ୍ଟା ପରେ ପାଣି ପିଇବା କଥା। ଯଦି ତୁରନ୍ତ ପାଣି ପିଉଛନ୍ତି ତେବେ ଭୁଲରେ ମଧ୍ୟ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏହାଦ୍ବାରା ପାଚନ ପ୍ରକ୍ରିୟା ବିଗିଡ଼ି ଯାଇପାରେ। ଖାଇବା ପରେ ପାଣି ପିଇବା ପାଇଁ ହେଲେ ହାଲୁକା ଉଷୁମ ପାଣି ପିଅନ୍ତୁ। ଏହା ପାଚନ କ୍ରିୟାକୁ ସକ୍ରିୟ କରିଥାଏ।

-କିଛି ବ୍ଯକ୍ତିଙ୍କୁ ଖାଇବା ପରେ କଫି ବା ଚା ପିଇବା ପସନ୍ଦ ରହିଥାଏ। ତେବେ ଏହି ଅଭ୍ଯାସକୁ ତୁରନ୍ତ ବଦଳାନ୍ତୁ। ଏହା ଦ୍ବାରା ଖାଦ୍ଯରେ ଥିବା ଆଇରନ ଶରୀର ଅବଶୋଷିତ କରିପାରିନଥାଏ ଏଥିସହ ପ୍ରୋଟିନ ମଧ୍ୟ ମିଳିନଥାଏ।
-ଦ୍ବିପହରରେ ଖାଇବା ଶେଷ କରିବା ପରେ କେବେ ମଧ୍ୟ ଅଧିକ ଚଲାବୁଲା ବା କାମ କରନ୍ତୁ ନାହିଁ। ଖାଇବା ପରେ କିଛି ସମୟ ଆରାମ କରି ସମସ୍ତ କାର୍ଯ୍ଯ କରନ୍ତୁ। ଅଥବା ଶରୀରରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଅନୁଭବ ହୋଇଥାଏ।
-ଖାଇବା ପରେ ତୁରନ୍ତ ଫଳ ବା ଜୁସ ପିଅନ୍ତୁ ନାହିଁ। ଏହା ପାଚନ କ୍ରିୟାକୁ ବିଗାଡ଼ିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରାଇଥାଏ।

-ଦ୍ବିପହର ଖାଇବା ପରେ କିଛି ବ୍ଯକ୍ତିଙ୍କର ଶୋଇବା ଅଭ୍ଯାସ ରହିଥାଏ। ତେବେ କେବେ ମଧ୍ୟ ତୁରନ୍ତ ଖାଇବା ପରେ ବିଶ୍ରାମ ନିଅନ୍ତୁ ନାହିଁ। ଏଥିସହ ଯଥା ସମ୍ଭବ ଖାଇବା ପରେ ଧୂମପାନ କରନ୍ତୁ ନାହିଁ। ଏହା ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ।



