ମାତ୍ର ୫ ଟଙ୍କାର ଏହି ଛୋଟ ଜିନିଷ ସାହାଯ୍ୟରେ ଦୂର କରନ୍ତୁ ବାସ୍ତୁଦୋଷ,ପିତୃ ଦୋଷ ଏବଂ ନଜର ଦୋଷ

ଶାସ୍ତ୍ରରେ ଅନେକ ପ୍ରକାରର ଦୋଷ ବିଷୟରେ କୁହାଯାଇଛି। ଯେଉଁଥିରେ ମୁଖ୍ୟ ରୂପରେ ତିନୋଟି ଦୋଷ ରହିଛି ପିତୃ ଦୋଷ, ବାସ୍ତୁ ଦୋଷ ଏବଂ ନଜର ଦୋଷ। ଯେଉଁ ମାନଙ୍କ ଜାତକରେ ଏହି ଦୋଷ ମିଳିଥାଏ ତାଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ଶାସ୍ତ୍ରରେ ଏହି ଦୋଷକୁ ଦୂର କରିବା ପାଇଁ ବହୁତ ପ୍ରକାରର ଉପାୟ କୁହାଯାଇଛି। ଏଥିରେ ଗୋଟିଏ ଉପାୟ ହେଉଛି କର୍ପୁରର ବ୍ୟବହାର।
ଯେଉଁ ବ୍ୟକ୍ତିଙ୍କ ଘରେ ବାସ୍ତୁ ସମ୍ବନ୍ଧୀୟ କିଛି ଦୋଷ ରହିଥାଏ। ତେବେ ଏହା ଠାରୁ ମୁକ୍ତି ପାଇବା ପାଇଁ କର୍ପୁରର ଖଣ୍ଡକୁ ପକାଇ ପୋଛା ମାରିବା ଆବଶ୍ୟକ। ଏଥିରୁ ଘରେ ଅନେକ ପ୍ରକାରର ନକାରାତ୍ମକ ଉର୍ଜ୍ଜା ପଳାଇଥାଏ ଏବଂ ଉନ୍ନତି ଆସିଥାଏ।
ଦାନ କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏଥିପାଇଁ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥାନ୍ତି ତେବେ କର୍ପୁର ଦାନ କରିବା ଆବଶ୍ୟକ। ଏହା କରିବା ଦ୍ବାରା ଘରେ ସମ୍ପନ୍ନତା ଏବଂ ବ୍ୟବସାୟରେ ଉନ୍ନତି ହୋଇଥାଏ। ଧନ ପ୍ରାପ୍ତି ପାଇଁ ଘରେ ଶ୍ରୀଯନ୍ତ୍ରର ସ୍ଥାପନା କରିବାକୁ ଚାହୁଁଥାନ୍ତି ତେବେ ଶ୍ରୀଯନ୍ତ୍ରକୁ ପୂଜା ସ୍ଥଳରେ ରଖିବା ପରେ କର୍ପୁରର ଆଳତି କରନ୍ତୁ ଏବଂ ଦେବୀ ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତୁ। ଏଥିରୁ ଶ୍ରୀଯନ୍ତ୍ର ତାହାର ପ୍ରଭାବ ଶୀଘ୍ର ଦେଖିବାକୁ ମିଳିଥାଏ।
ପିତ୍ରୁଦୋଷରୁ ମୁକ୍ତି ପାଇବା ପାଇଁ କର୍ପୁରର ବ୍ୟବହାର କରିବା ଆବଶ୍ୟକ। ସବୁ ମଙ୍ଗଳବାର ଏବଂ ଶନିବାର ଦିନ ଭଗବାନଙ୍କର ଆଳତିରେ କର୍ପୁରକୁ ବ୍ୟବହାର କରିବା ଦ୍ବାରା ପିତୃଦୋଷ ଠାରୁ ମୁକ୍ତି ମିଳିଥାଏ।
ଯଦି କୌଣସି ଛୋଟ ପିଲାଙ୍କୁ ନଜର ଲାଗିଥାଏ ତେବେ କର୍ପୁର ଜଳାଇ ତାହାକୁ ଛୁଆର ମୁଣ୍ଡ ପାଖରେ ସାତ ଥର ବୁଲାଇ ଘରର ମୁଖ୍ୟ ଦ୍ବର ବାହାରେ ରଖି ଦିଅନ୍ତୁ। ଏମିତି କରିବା ଦ୍ବାରା ନଜର ଛାଡି ଯାଇଥାଏ।



