ଧନତେରସରେ ଏହି ରାଶିର ବ୍ୟକ୍ତି ଭୁଲରେ ମଧ୍ୟ ନିଜ ସାଥୀଙ୍କୁ ଦିଅନ୍ତୁ ନାହିଁ ସୁନାର ଗିଫ୍ଟ

ଯଦି ଏହି ଧନତେରସରେ ଆପଣ ମଧ୍ୟ ନିଜର ପାର୍ଟନରକୁ ଖୁସି କରିବା ପାଇଁ ତାଙ୍କୁ କୌଣସି ସୁନା ଅଳଙ୍କାର ଉପହାର ଦେବାକୁ ପ୍ଲାନ କରୁଛନ୍ତି ତେବେ ଜାଣନ୍ତୁ ଏମିତି କରିବା ଏହି ୪ ରାଶିର ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିପାରେ। ଧନତେରାସ ଦିନ ଲୋକମାନେ ସୁନା ଚାନ୍ଦିରେ ତିଆରି ହୋଇଥିବା ବସ୍ତୁକୁ କିଣିବା ସହିତ ନିଜ ଘରକୁ ନୂଆ ନୂଆ ଜିନିଷ କିଣି ଆଣିଥାନ୍ତି। ଏହି ଦିନ କ୍ରୟ କରିବା ବହୁତ ଶୁଭ ବୋଲି ଧରାଯାଏ।
ଗିଫ୍ଟରେ ସୁନା ଦିଅନ୍ତୁ ନାହିଁ :
-ଧନତେରସ ଦିନ ବିଛା ଏବଂ ମୀନ ରାଶିର ଲୋକମାନଙ୍କ ପାଇଁ ସୁନାର ପ୍ରଭାବ ମଧ୍ୟମ ଧରଣର ରହିଥାଏ। ଏହି ରାଶିର ଲୋକଙ୍କ ପାଇଁ ସୁନା କିଣିବା ଅଧିକ ଶୁଭ ବୋଲି ଧରାଯାଏ ନାହିଁ କିମ୍ବା ବହୁତ ଅଧିକ ଶୁଭ ଫଳ ମଧ୍ୟ ଦେଇ ନଥାଏ।
ଏହି ରାଶିର ବ୍ୟକ୍ତି ଚାହିଁଲେ ଅନ୍ୟ ଧାତୁରେ ତିଆରି ହୋଇଥିବା ଜିନିଷକୁ ଗିଫ୍ଟ କରି ପାରିବେ। କାରଣ ଏସବୁ ରାଶିର ବ୍ୟକ୍ତିଙ୍କ ପାଇଁ ସୁନା କିଣି ଉପହାର ଦେବା କୌଣସି ଭୁଲ ଠାରୁ କମ୍ ହୋଇନଥାଏ।
-ବୃଷ, ମିଥୁନ, କନ୍ୟା ଏବଂ କୁମ୍ଭ ରାଶିର ଲୋକଙ୍କ ପାଇଁ ସୁନା କିଣିବା ଉତ୍ତମ ହୋଇନଥାଏ। ଏହି ରାଶିର ବ୍ୟକ୍ତିଙ୍କୁ ସୁନା କିଣିବା ଠାରୁ ଦୂରେଇ ରହିବା ଆବଶ୍ୟକ।
-ତୁଳା ଏବଂ ମକର ରାଶିର ବ୍ୟକ୍ତିଙ୍କ ପାଇଁ ସୁନା ପିନ୍ଧିବା ଏବଂ କିଣିବା ବିଲକୁଲ ଠିକ ହୋଇନଥାଏ। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନତେରସରେ ସୁନା କିଣିବା ବଦଳରେ କୌଣସି ଧାତୁରେ ନିର୍ମିତ ବସ୍ତୁ କ୍ରୟ କରିବା ଭଲ ବୋଲି ଧରାଯାଏ।



