କ୍ରାଇମ

ରାଜଧାନୀରେ ପୁଣି ଥାର ଆତଙ୍କ ! ଗ୍ୟାରେଜ ଭିତରେ ପଶିଗଲା ଦ୍ରୁତଗତି ଥାର

ରାଜଧାନୀରେ ପୁଣି ଥରେ ଥାର ଆତଙ୍କ ଦେଖିବାକୁ ମିଳିଛି । ଗ୍ୟାରେଜ ଭିତରେ ପଶିଗଲା ଦ୍ରୁତଗତି ଥାର । ନିଶାଶକ୍ତ ଅବସ୍ଥାରେ ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ଥାର ଗାଡ଼ି ପସେଇ ଦେଇଛି । ଘଟଣାରେ ଗ୍ୟାରେଜ ମାଲିକ ଓ ତାର ସହଯୋଗୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଥାର ହଠାତ୍ ଭାରସାମ୍ୟ ହରାଇ ସିଧା ଗ୍ୟାରେଜ ଭିତରକୁ ପଶିଯାଇଥିଲା । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ମଦ୍ୟପ ଥାର ଡ୍ରାଇଭରକୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ । ଥାର ଭିତରୁ ମଦ ବୋତଲ ଜବତ ହୋଇଥିବା ବେଳେ ଗାଡ଼ିରେ ବସିଥିବା କିଛି ଯୁବକ ଫେରାର ହୋଇଯାଇଛନ୍ତି । ରାଜଧାନୀରେ ଲଗାତାର ନିଶା ଡ୍ରାଇଭିଂ ଘଟଣା ବଢ଼ୁଥିବା ବେଳେ ପୁଣି କମିଶନରେଟ ପୋଲିସର ଏନଫୋର୍ସମେଣ୍ଟକୁ ନେଇ ପ୍ରଶ୍ନ ଉଠିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button