ଜୀବନଶୈଳୀ

ଏହି ୫ଟି ଅଭ୍ଯାସରୁ ଦୂରେଇ ରଖନ୍ତୁ ନିଜ ପିଲାଙ୍କୁ, ଉଜ୍ବଳ ଭବିଷ୍ଯତ ପାଇଁ ହେବ ଲାଭଦାୟକ

ଯଦି ଆପଣ ସବୁ ଅଭିଭାବକଙ୍କ ଭଳି ନିଜ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ଯତ ପାଇଁ ଭାବୁଛନ୍ତି ତେବେ ଏହି ୫ଟି ଅଭ୍ଯାସକୁ ବିକଶିତ କରାନ୍ତୁ । ସବୁ ମାତା ପିତାଙ୍କର ଏହା ଭାବନା ଥାଏ କି ନିଜ ପିଲାଙ୍କ ଭବିଷ୍ଯତ କିପରି ଭଲ ହେବ । ଯାହା ପାଇଁ ସବୁ ପ୍ରତିବନ୍ଧକକୁ ଖାତିର ନକରି ଲଗାତାର ନିଜ ପ୍ରୟାସ ଜାରି ରଖିଥାନ୍ତି । ଏବଂ ନିଜ ପିଲାର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ଯ କରିଥାନ୍ତି । ଯଦି ଆପଣ ମଧ୍ଯ ନିଜ ପିଲାମାନଙ୍କ ଭବିଷ୍ଯତକୁ ଉଜ୍ଜ୍ବଳ କରିବାକୁ ଚାହିଁଛନ୍ତି, ତେବେ ଆଜି ଶିଶୁ ଦିବସ ଅବସରରେ ନିଜ ପିଲାଙ୍କଠାରୁ ଏହି ୫ଟି ପ୍ରତିଶୃତି ନିହାତି ଭାବେ ମାଗି ଦିଅନ୍ତୁ ।

ଟିଭି କମ୍ ଦେଖିବା

C2ଆଜିକାଲିକା ପିଲାମାନେ ଟିଭିରେ ସାରା ଦିନ କାର୍ଟୁନ ଦେଖିବାରେ ବ୍ଯସ୍ତ ରହୁଛନ୍ତି । ଯାହାଫଳରେ ସେମାନଙ୍କର ଆଉଟ୍ ଡୋର୍ ଆକ୍ଟିଭିଟି କମି ଯାଉଛି । ଫଳସ୍ବରୂପ ସେମାନଙ୍କର ଶାରୀରିକ ବିକାଶ ମଧ୍ଯ ଠିକ୍ ଭାବେ ହୋଇପାରୁନାହିଁ । ଏହି ଶିଶୁ ଦିବସ ଅବସରରେ ନିଜ ପିଲାଙ୍କୁ ଟିଭି ଠାରୁ ଧ୍ଯାନ ହଟାଇବା ସହ ଖେଳକୁଦରେ ନିଜର ରୁଚି ବଢାଇବା ପାଇଁ କୁହନ୍ତୁ ।

ମୋବାଇଲ୍ କୁ ନିଜର ଶତ୍ରୁ ଭାବିବା

C1ଆଜିକାଲିର ପିଲାମାନଙ୍କ ପାଇଁ ମୋବାଇଲ୍ କୌଣସି ଯିଦି ବା ଅଭ୍ଯାସ ଠାରୁ କମ୍ ନୁହେଁ । ଦିନରାତି ମୋବାଇଲ୍ ରେ ଧ୍ଯାନ ଆକର୍ଷଣ କରିବା ସହ ଭିନ୍ନ ଭିନ୍ନ ଆପଲିକେସନ୍ ଡାଉନଲୋଡ୍ କରି ବ୍ଯବହାର କରୁଛନ୍ତି । ନିକଟରେ ବ୍ଳୁ ହ୍ବେଲ୍ ନାମକ ଏକ ଗେମ୍ କିଛି ପିଲାଙ୍କ ଜୀବନ ମଧ୍ଯ ନେଇଥିଲା । ନିଜର ସମୟ ଏବଂ ଆଖି କୁ ଖରାପ କରୁଥିବା ଏହି ମୋବାଇଲ୍ ନାମକ ଶତ୍ରୁକୁ ନିଜ ପିଲାଙ୍କ ଠାରୁ ଦୁରରେ ରଖିବା ପାଇଁ ସେମାନଙ୍କ ଠାରୁ ପ୍ରତିଶୃତି ନିଅନ୍ତୁ ।

ସେୟାରିଙ୍ଗ କରିବାର କରନ୍ତୁ ଅଭ୍ଯାସ

C6ପିଲାମାନଙ୍କ ସହିତ ନିତିଦିନ ଘଟଣାରେ ହେଉଥିବା ଅପରାଧକୁ ଆଖିରେ ରଖି ନିଜ ପିଲାଙ୍କ ଠାରେ ଏହି ପ୍ରତିଶୃତି ନିଅନ୍ତୁ କି ନିଜ ସାଙ୍ଗମାନଙ୍କ ସହିତ କରୁଥିବା ସମସ୍ତ ଘଟଣା ଏବଂ କଥାବର୍ତ୍ତା ସମ୍ବନ୍ଧରେ ଆପଣଙ୍କ ସହ ଯେପରି ସେୟାର କରନ୍ତୁ । ପିଲାମାନଙ୍କୁ କୁହନ୍ତୁ କି ଆପଣ ତାଙ୍କର ଏକ ବନ୍ଧୁ ଅଟନ୍ତି । ତେଣୁ ଆପଣଙ୍କୁ ସେ କୌଣସି ବି କଥାକୁ ନ ଲୁଚାନ୍ତୁ । ଏହା କରିବା ଦ୍ବାରା ଆପଣ ଆପଣଙ୍କ ପିଲାଙ୍କ ସହିତ ହେବାକୁ ଥିବା କିଛି ଅଘଟଣକୁ ଏଡାଇଦେଇପାରିବେ ।

ଅପରିଚିତ ବ୍ଯକ୍ତଙ୍କ ସହିତ କଥାବର୍ତ୍ତା ନ ହେବା

C3ନିଜର ପିଲାମାନଙ୍କୁ ସର୍ବଦା କହିରଖନ୍ତୁ କି ଯେପରି ସେମାନେ ବାଟରେ ଯିବା ଆସିବା ସମୟରେ କୌଣସି ଅଚିହ୍ନା ବ୍ଯକ୍ତିଙ୍କ ସହିତ କଥାବର୍ତ୍ତା ନହେବା କିମ୍ବା ସେମାନଙ୍କ ଠାରୁ କୌଣସି ଜିନିଷ ନ ଖାଇବା । ଅଚିହ୍ନା ବ୍ଯକ୍ତି ବିଶେଷଙ୍କ ସହିତ ଦୂରତା ରଖିବାକୁ ଆଜି ଶିଶୁ ଦିବସ ଅବସରରେ ଆପଣ ଆପଣଙ୍କ ପିଲାଙ୍କ ଠାରୁ ନିହାତି ଭାବେ ପ୍ରତିଶୃତି ନିଅନ୍ତୁ ।

ପାଠପଢା ପ୍ରତି ଧ୍ଯାନ ରଖିବା

C5ପିଲା ଛୋଟ ହେଉ ବା ବଡ, ପାଠପଢିବା ପାଇଁ ପିଲାମାନଙ୍କୁ ପ୍ରାୟତଃ ବୋରିଙ୍ଗ୍ ଲାଗିଥାଏ । ତେଣୁ ଏହି ଶିଶୁ ଦିବସରେ ନିଜ ପିଲାମାନଙ୍କଠାରୁ ପ୍ରତିଶୃତି ନିଅନ୍ତୁ କି ସେମାନେ ନିଜର ପାଠପଢାକୁ ଯେପରି କେବେବି ଅବହେବା ନକରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button