ଜୀବନଶୈଳୀ

ଶୋଇବା ଭଙ୍ଗୀରୁ ଜାଣନ୍ତୁ ସାଥିଙ୍କ ସହ କିପରି ରହିଛି ଆପଣଙ୍କ ସଂପର୍କ

ବିବାହର କିଛି ଦିନ ପରେ ଦମ୍ପତିଙ୍କ ମଧ୍ୟରେ ଆରମ୍ଭ ହୋଇଥାଏ ଅନେକ ବିବାଦ। ଏପରି କୁହାଯାଇଥାଏ ସନ୍ତାନ ଏବଂ ପରିବାରର ଚିନ୍ତାରେ ଦମ୍ପତିଙ୍କ ମଧ୍ୟରେ କମ ହୋଇଥାଏ ରୋମାନ୍ସ। ତେବେ ସବୁବେଳେ ସମସ୍ତ ଦମ୍ପତିଙ୍କ କ୍ଷେତ୍ରରେ ଏହି ଅସୁବିଧା ଦେଖାଯାଇନଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଦମ୍ପତିଙ୍କ ଶୋଇବା ଭଙ୍ଗୀରୁ ଜଣାପଡ଼ିଥାଏ ତାଙ୍କ ମଧ୍ୟରେ ରୋମାନ୍ସ ରହିଛି କି ନାହିଁ। ଏହା ଆମେ କହୁନାହୁଁ ବରଂ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି। ଆସନ୍ତୁ ଜାଣିବା ଦମ୍ପତିଙ୍କ କେଉଁ ପୋଜିସନ୍ ଲଭ ଲାଇଫ୍ ବିଷୟରେ କଣ କହିଥାଏ।

sleeping

 

-ଯଦି ଆପଣଙ୍କ ସାଥି କାନ୍ଧରେ ମୁଣ୍ଡ ରଖି ଶୋଉଛନ୍ତି ଅର୍ଥାତ୍ ସେ ଆପଣଙ୍କ ବହୁତ ଚିନ୍ତା କରୁଛନ୍ତି। ସାଧାରଣତଃ ଦମ୍ପତି ଏମିତି ଶୋଇବାକୁ ପସନ୍ଦ କରନ୍ତି। ଏହିଭଳି ଶୋଉଥିବା ଦମ୍ପତିଙ୍କ ମଧ୍ୟରେ ବହୁତ ପ୍ରେମ ଏବଂ ବିଶ୍ବାସ ରହିଥାଏ।

-ଯଦି ସାଥି ଆପଣଙ୍କ ପିଠିକୁ ଲାଗି ଶୋଇଥାନ୍ତି ତେବେ ସେ ଆପଣଙ୍କ ସହ ନିଜକୁ ଖୁବ୍ ସହଜ ଅନୁଭବ କରୁଛନ୍ତି। ଏହିପରି ବିବାହର ବହୁତ ବର୍ଷ ପରେ ମଧ୍ୟ ସାଥି ଆପଣଙ୍କ ସହ ଏହି ଭଙ୍ଗୀରେ ଶୋଇବାକୁ ପସନ୍ଦ କରୁଥିଲେ ତେବେ ସେ ଆପଣଙ୍କୁ ଖୁବ ପସନ୍ଦ କରିବା ସହ ଆପଣଙ୍କ ସଂପର୍କ ପ୍ରେମମଧୁର ରହିଥିବା ଜଣାପଡ଼ିଥାଏ।

couple cuddle

 

-ଯଦି ଦମ୍ପତି ପରସ୍ପରକୁ ମୁହଁ ପଛ କରି ଶୋଉଛନ୍ତି ତେବେ ଜାଣିରଖନ୍ତୁ ଆପଣଙ୍କ ସଂପର୍କରେ ଦୂରତା ଆସିଗଲାଣି। ବାସ୍ତବରେ ବିବାହର କିଛି ବର୍ଷ ପରେ ଦମ୍ପତି ଏହି ପୋଜିସନରେ ଶୋଇଥାନ୍ତି। କିନ୍ତୁ କିଛି କ୍ଷେତ୍ରରେ କୁହାଯାଇଥାଏ, ଏହି ଦମ୍ପତି ବିଶ୍ବାସ ଏବଂ ପ୍ରେମ ସହ ପସସ୍ପରକୁ ପର୍ସନାଲ ସ୍ପେସ୍ ଦେବାକୁ ପସନ୍ଦ କରନ୍ତି।

-ଯଦି ଦମ୍ପତି ମୁହଁ ସାମ୍ନା-ସାମ୍ନି କରି ଶୋଉଛନ୍ତି ତେବେ ତାଙ୍କ ମଧ୍ୟରେ ଏବେ ମଧ୍ୟ ପ୍ରେମ ରହିଥିବା ଜଣାପଡ଼ିଥାଏ। ଏହା ଛଡ଼ା ଏପରି ଶୋଇବା ଦ୍ବାରା ସଂପର୍କ ମଜବୁତ ମଧ୍ୟ ହୋଇଥାଏ।

COUPLE-SLEEPING

-ଦମ୍ପତି ଖଟର ଭିନ୍ନ ଭିନ୍ନ ଅଂଶରେ ଶୋଉଛନ୍ତି ତେବେ ଆପଣ ଦୁହେଁ ସଂପର୍କରେ ପରସ୍ପରକୁ ସ୍ପେସ୍ ଦେବା ପସନ୍ଦ କରନ୍ତି ବୋଲି ଜଣାପଡ଼ିଥାଏ। କିନ୍ତୁ ଯଦି ସବୁବେଳେ ଏହି ଅଭ୍ୟାସ ରହୁଛି ତେବେ ଆପଣଙ୍କ ସଂପର୍କରେ ଫାଟକ ଦେଖାଦେବାର ସମ୍ଭାବନା ରହିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button