ବିଚାର

କୁବେର ଦେବତା ଭରି ଦିଅନ୍ତି ଧନର ଭଣ୍ଡାର ଯେଉଁମାନେ କରନ୍ତି ଏହି ଉପାୟ, ଭିକାରୀ କୁ ବି ବନେଇ ଦିଅନ୍ତି ରାଜା

ଏହି ସଂସାରରେ ସମସ୍ତେ ଚାହାନ୍ତି କି ତାଙ୍କ ପାଖରେ ବହୁତ ଟଙ୍କା ଥାଉ । ଯାହାକୁ ସେମାନେ ନିଜର ସବୁ ଦରକାରୀ ଜିନିଷକୁ ସହଜରେ ପାଇ ପାରିବେ । ଅଧିକ ଧନ ପାଇବା ପାଇଁ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଆବଶ୍ୟକ । କିନ୍ତୁ କେତେଥର ଦେଖା ଯାଇଛି ଯେ ମାତା ଲକ୍ଷ୍ମୀଙ୍କର ପୂଜା କରିବା ପରେ ମଧ୍ୟ ବ୍ୟକ୍ତିକୁ ଧନ ପ୍ରାପ୍ତି ହୋଇ ନଥାଏ ।

ଏହି ପରିସ୍ଥିତିରେ ବ୍ୟକ୍ତିକୁ କୁବେରଙ୍କୁ ପ୍ରସନ୍ନ କରିବା ଉଚିତ । କୁବେରଙ୍କୁ ଭଗବାନ ଶିବଙ୍କର ଦ୍ଵାରପାଳ ବୋଲି ମଧ୍ୟ କୁହା ଯାଇଥାଏ । କୁବେର ରାବଣଙ୍କର ଭାଇ ଅଟନ୍ତି କିନ୍ତୁ ବ୍ରାହ୍ମଣ ଗୁଣ ଥିବାଯୋଗୁ ତାଙ୍କୁ କୁବେର ଦେବତା ମଧ୍ୟ କୁହା ଯାଇ ଥାଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କୁବେର ଦେବତାଙ୍କୁ ପ୍ରସନ୍ନ କରିବାର କିଛି ଉପାୟ କହିବୁ ।

ଆସନ୍ତୁ ଜାଣିବା କି କୁବେର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ କଥା ପ୍ରତି ଧ୍ୟାନ ରଖିବାକୁ ପଡିବ

ମନ୍ତ୍ର ଜପ

ଯଦି ଆପଣ କୁବେର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଓଁ ଶ୍ରୀଂ, ଓଁ ହ୍ରୀଂ ଶ୍ରୀଂ, ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ବିତ୍ତେଶ୍ୱରାୟ: ନମ: ମନ୍ତ୍ରର ଜପ ସବୁ ଦିନ ସକାଳେ ଏବଂ ସନ୍ଧ୍ୟାରେ କରନ୍ତୁ । ଆପଣ ଏକ 108 ମୋତି ଥିବା ମାଳା ନିଅନ୍ତୁ ମନ୍ତ୍ରକୁ ଜାପ କରିବା ପରେ ହନୁମାନଙ୍କର ଚାଲିସାର ପାଠ ମଧ୍ୟ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଜୀବନରେ ଧନ ଲାଭ ହେବ ।

ରାତିରେ ଭଗବାନ ଶିବଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ

ଏହା ବହୁତ କମ ଲୋକମାନେ ଜାଣିଛନ୍ତି କି ଧନର ଦେବତା କୁବେର ଶିବଙ୍କ ସମକ୍ଷରେ ରାତି ସମୟରେ ଦୀପ ଜଳାଇବା ଦ୍ଵାରା ସେ ଧନର ଦେବତା ହୋଇଥିଲେ । ସେଥିପାଇଁ ଆପଣ ବି ରାତିରେ ଭଗବାନ ଶିବଙ୍କ ସାମନାରେ ଦୀପ ଜଳାନ୍ତୁ ଯାହା ଦ୍ଵାର କୁବେର ଦେବତାଙ୍କର କୃପା ଆପଣଙ୍କ ଉପରେ ରହିବ ।

ଘରେ ରଖନ୍ତୁ କୁବେର ଦେବତାଙ୍କର ମୂର୍ତି କିମ୍ବା ଫଟୋ

ଯଦି ଆପଣ ଘର ଭିତରେ କୁବେର ଦେବତାଙ୍କର ମୂର୍ତି କିମ୍ବା ଫଟୋ ରଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ସେହି ଘରେ କେବେବି ଧନର ସମସ୍ୟା ରହିବ ନାହିଁ । କୁବେର ଦେବତାଙ୍କୁ ଉତ୍ତର ଦିଗରେ ରଖନ୍ତୁ କିମ୍ବା ଆପଣ ଘରେ ଯେଉଁଠି ଟଙ୍କା ରଖୁଛନ୍ତି ସେହି ଜାଗାରେ ରଖି ପାରିବେ ।

କୁବେର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଏହା କିଛି ଛୋଟ ଛୋଟ ଉପାୟ ଯାହା ବିଷୟରେ ଆମେ ଆପଣଙ୍କୁ କହିଲୁ ଯାହାକୁ ଆପଣ ଧ୍ୟାନରେ ରଖିବେ ତେବେ କୁବେର ଦେବତା ଆପଣଙ୍କ ଉପରେ ସବୁବେଳେ ପ୍ରସନ୍ନ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button