ଦେଶ ବିଦେଶ

ୟୁନୁସ ସରକାର ବିରୋଧରେ ଷଡ୍‌ଯନ୍ତ୍ର ଅଭିଯୋଗ: ହସିନାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବାଂଲାଦେଶ ପୁଲିସ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବଂ ଅନ୍ୟ ୭୨ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏକ ଗୃହଯୁଦ୍ଧ ଦ୍ବାରା ହାସିନା ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଭାଙ୍ଗିବାପାଇଁ ଷଡ୍‌ଯନ୍ତ୍ର କରିଥିବା ଅଭିଯୋଗରେ  ଢାକାର ଚିଫ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ କୋର୍ଟରେ  ମାମଲା ରୁଜୁ ହୋଇଛି। କୋର୍ଟ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୪ ଡିସେମ୍ବର ୧୯ ତାରିଖରେ ଏକ ଅନ୍‌ଲାଇନ୍‌ ମିଟିଂ ହୋଇଥିଲା ଏବଂ  ଅଂଶଗ୍ରହଣକାରୀମାନେ ଏକ ‘ଜୟ ବଙ୍ଗଳା ବ୍ରିଗେଡ୍‌’ ‌ପ୍ଲାଟଫର୍ମ ସୃଷ୍ଟି କରିଥିଲେ। ଏକ ଗୃହଯୁଦ୍ଧ ଦ୍ବାରା ହସିନାଙ୍କୁ ପୁଣିଥରେ ଶାସନକୁ ଫେରାଇ ଆଣିବାପାଇଁ  ଆଲୋଚନା ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଅନୁଯାୟୀ ‌ ୬୭୭ ନାଗରିକ ଏହି ବୈଠକରେ ଯୋଗ ଦେଇଥିଲେ ଏବଂ ବୈଠକରେ ହସିନାଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଥିଲେ। ଉଲ୍ଳେଖଯୋଗ୍ୟ, ହସିନାଙ୍କ ୧୬ ବର୍ଷର ଅୱାମି ଲିଗ୍‌ ସରକାର ଗତବର୍ଷ ଅଗଷ୍ଟ ୫ ତାରିଖରେ ଭାଙ୍ଗି ଯାଇଥିଲା। ସେବେଠାରୁ ୭୭ ବର୍ଷୀୟା ହାସିନା ବାଂଲାଦେଶ ଛାଡ଼ି ଭାରତରେ ରହୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button