ଧର୍ମ

ବାସ୍ତୁ ଟିପ୍ସ: ଏକାଦଶୀରେ କରନ୍ତୁ ଏହିସବୁ ଛୋଟ ଉପାୟ, ଦୂର ହେବ ଚିନ୍ତା, ମିଳିବ ଖୁସି

ହିନ୍ଦୁ ଧର୍ମରେ ଏକାଦଶୀର ଏକ ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ କୃଷ୍ଣ ଏବଂ ଶୁକ୍ଳ ଦୁଇଟି ପକ୍ଷ ରହିଥାଏ। ଏଥିପାଇଁ ମାସକୁ ଦୁଇଟି ପକ୍ଷ ଏବଂ ବର୍ଷକୁ ୨୪ଟି ଏକାଦଶୀ ଆସିଥାଏ। ପ୍ରତି ମାସରେ ଦୁଇଟି ଏକାଦଶୀ ବ୍ରତ ରଖାଯାଏ। ଏକାଦଶୀ ବ୍ରତରେ ଭଗବାନ ବିଷ୍ଣୁଙ୍କୁ ବିଶେଷ ଆରାଧନା ଏବଂ ପୂଜା କରାଯାଏ।

ଆଶ୍ୱିନ ମାସର ଶୁକ୍ଳ ପକ୍ଷରେ ପାପାଙ୍କୁଶ ଏକାଦଶୀ ବ୍ରତ ପାଳନ କରାଯାଏ। ଆଜି ହିଁ ପାଳନ କରାଯାଉଛି ପାପାଙ୍କୁଶ ଏକାଦଶୀ ବ୍ରତ ପାଳନ କରାଯାଏ। ଏହି ଏକାଦଶୀରେ ଭଗବାନ ପଦ୍ମନାଭ ପୂଜା କରାଯାଏ। ଏକାଦଶୀ ତିଥିରେ ବାସ୍ତୁ ଅନୁସାରେ କିଛି ଖାସ୍‌ ଉପାୟ କରି ସମସ୍ୟା ଦୂର କରିବାର ସଫଳତା ପ୍ରାପ୍ତ କରିପାରିବେ।

deep

ଏକାଦଶୀ ତିଥିରେ ବାସ୍ତୁ ଟିପ୍ସ :

ଏକାଦଶୀ ତିଥିରେ ସନ୍ଧ୍ୟାକାଳରେ ଗାଈ ଘିଅରେ ଦୀପ ଜଳାଇ ଉତ୍ତର ପୂର୍ବ ଦିଗରେ ଜଳାଇଲେ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ଏକାଦଶୀରେ ଘରରେ ବୃକ୍ଷରୋପଣ କରନ୍ତୁ ଏବଂ ତୁଳସୀ ଗଛ ଘରର ପୂର୍ବ ଦିଗରେ ଲଗାନ୍ତୁ।

ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହିଦିନ କଦଳୀ ଗଛ ପାଖରେ ଦୀପ ଲଗାନ୍ତୁ।ୟ

ଯଦି ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ରହେ ଏବେ ବେଡରୁମ ସଠିକ୍‌ ଦିଗରେ ନାହିଁ। ତେବେ ଏକାଦଶୀ ଦିନ ଘରର ଛାଡ ଉପରେ ଗେଣ୍ଡୁ ଫୁଲ ଗଛ ଲଗାନ୍ତୁ ଏବଂ ହଳଦିଆ ରଙ୍ଗର ଧ୍ୱଜା ଲଗାଇ ବୃହସ୍ପତିକୁ ମଜବୁତ କରନ୍ତୁ।

ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହିଦିନ ଦମ୍ପତି ଅଁଳା ଗଛଘର ଦୁଆରେ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button