ନୀତି

ଜାଣନ୍ତୁ କାହିଁକି ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ମହାମନ୍ତ୍ର ବୋଲି ଧରାଯାଏ

ଭଗବାନ ଶିବଙ୍କୁ ଦେବଙ୍କର ଦେବ ମହାଦେବ ବୋଲି କୁହାଯାଏ। ସମସ୍ତ ଦେବତା ମାନଙ୍କ ମଧ୍ୟରୁ ତାଙ୍କୁ ସବୁଠୁ ବଡ ବୋଲି ଧରାଯାଏ। ଶିବଙ୍କର ମନ୍ତ୍ର ଓଁ ନମଃ ଶିବାୟକୁ ବହୁତ ସ୍ବତନ୍ତ୍ର ବା ବଡ ମନ୍ତ୍ର ବୋଲି ଧରାଯାଇଛି। ଏହି ମନ୍ତ୍ର ସବୁଠାରୁ ଦିବ୍ୟ ଏବଂ ଅସାଧାରଣ ମନ୍ତ୍ର ଅଟେ। ଏମିତି କୁହାଯାଏ ଯେ ସର୍ବପ୍ରଥମେ ଯେଉଁ ଶବ୍ଦର ଉତ୍ପତ୍ତି ହେଲା ସେହି ଶବ୍ଦ ହେଉଛି ଓଁ। ବାକି ପାଞ୍ଚ ଶବ୍ଦ ନମଃ ଶିବାୟର ଉତ୍ପତ୍ତି ତାଙ୍କର ପାଞ୍ଚ ମୁଖ ଦ୍ବାରା ହେଲା। ଯାହାକୁ ସୁଷ୍ଟିର ସବୁଠୁ ପ୍ରଥମ ମନ୍ତ୍ର ବୋଲି ଧରାଗଲା।

shivକେବଳ ଏତିକି ନୁହେଁ ଏହି ମନ୍ତ୍ରକୁ ମହାମନ୍ତ୍ର ବୋଲି ଧରାଯାଏ। ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ମନକୁ ବହୁତ ଶାନ୍ତି ମିଳିଥାଏ। ଏହି ମନ୍ତ୍ରକୁ ନିୟମିତ ଭାବରେ ଜପ କରିବା ଦ୍ବାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ସ୍ବତନ୍ତ୍ର ମନ୍ତ୍ରକୁ ଜପ କରିବା ଦ୍ବାରା ଆପଣ ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ଓଁ ଅଘୋରାୟ ନମଃ, ଓଁ ବିରୂପାକ୍ଷାୟ ନମଃ, ଓଁ ବିଶ୍ବରୂପେଣ ନମଃ, ଓଁ ତ୍ରୟମ୍ବକାୟ ନମଃ, ଓଁ କର୍ପଦିନେ ନମଃ, ଓଁ ଭୈରବାୟ ନମଃ, ଓଁ ଶୂଳପାଣୟେ ନମଃ, ଓଁ ଇର୍ଶାନାୟ ନମଃ, ଓଁ ମହେଶ୍ବରାୟ ନମଃ।

ommଭଗବାନ ଶିବଙ୍କର ଏହି ମନ୍ତ୍ର ଏମିତି ମନ୍ତ୍ର ଅଟେ ଯାହାର କୌଣସି ସଂଖ୍ୟା ନଥାଏ। ଏହି ମନ୍ତ୍ରକୁ ଆପଣ ଯେତେ ମାତ୍ରାରେ ଜପ କରିବେ ସେତେ ଅଧିକ ଫଳ ମିଳିଥାଏ। ଆପଣ ଯେତେ ଏହାର ଜପ କରିବେ ଏହା ସେତେ ସିଦ୍ଧ ହୋଇଚାଲୁଥିବ। ଯଦି ଆପଣ ଭଗବାନ ଶିବଙ୍କର କ୍ରୁପା ଦ୍ରୁଷ୍ଟି ସର୍ବଦା ପାଇବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ର ଦ୍ବାରା ଆପଣ ସହଜରେ ଶିବଙ୍କ କ୍ରୁପା ପାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button