ନୀତି

ମଙ୍ଗଳଦୋଷ ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର ଜାତକରେ ମଙ୍ଗଳ ଦୋଷ ରହିଛି। ଏମିତିରେ ଆପଣଙ୍କୁ ଜଣାଇବୁ ମେଷ ଏବଂ ବିଛା ରାଶିର ସ୍ବାମୀ ଭାବରେ ମଙ୍ଗଳକୁ ଧରାଯାଏ। ସବୁ ଗ୍ରହ ମାନଙ୍କ ମଧ୍ୟରୁ ଏହାକୁ ସେନାପତିର ଆଖ୍ୟା ଦିଆଯାଇଛି। ଏମିତିରେ କୁହାଯାଏ ଯେ ଏହି ଗ୍ରହ ଦଶମ ସ୍ଥାନର କାରକ ଅଟେ। ଏହା ଶୁଭ ହେଲେ ଉଚ୍ଚ ରକ୍ତଯୋଗ ହୋଇଥାଏ ଏବଂ ବ୍ୟକ୍ତି ଟଙ୍କାରେ ଖେଳିବାକୁ ଲାଗିଥାଏ। ଏହା ସହିତ ଜାତକରେ ନେତ୍ରୁତ୍ବ କ୍ଷମତା ଆସିଥାଏ ଏବଂ ଏଥିରେ ପରାକ୍ରମ-ସାହସ ଆସିଯାଇଥାଏ। ଏହା ପାଇଁ କୁହାଯାଏ ଯେ ମଙ୍ଗଳର ରିଷ୍ଟ ଶାନ୍ତି ପାଇଁ ଶ୍ରୀ ନବଗ୍ରହ ଶାନ୍ତି ଚାଳୀସା ଏବଂ ଶ୍ରୀ ନବଗ୍ରହ ଶାନ୍ତି ବିଧାନ କରି ନିଜର ସୌଭାଗ୍ୟ ସ୍ରୁଷ୍ଟି କରିପାରିବେ।

pooja prathnaମଙ୍ଗଳ ଦୋଷକୁ ଦୂର କରିବା ପାଇଁ ଉପାୟ

-ଯଦି ଆପଣ ଲାଲ କପଡାରେ ପାନମଧୁରୀ ବାନ୍ଧି ନିଜ ଶୟନକକ୍ଷରେ ରଖି ଦିଅନ୍ତି। ତେବେ ଏହା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ। ମଙ୍ଗଳ ପ୍ରଭାବିତ ବ୍ୟକ୍ତି ନିଜ ଘରେ ଲାଲ ପଥର ଅବଶ୍ୟ ଲଗାନ୍ତୁ। ଏହିଭଳି କରିବା ଦ୍ବାରା ଲାଭ ହୋଇଥାଏ।

-ପ୍ରିୟଜନ ମାନଙ୍କୁ ମିଷ୍ଠାନ୍ନର ସେବନ କରାଇବା ଦ୍ବାରା ମଙ୍ଗଳ ଶୁଭ ହୋଇଯାଇଥାଏ। ଏହା ମଧ୍ୟ କୁହାଯାଏ ଯେ ଲାଲ ବସ୍ତ୍ରରେ ଦୁଇ ମୁଠା ମସୁର ଡାଲିକୁ ବାନ୍ଧି ମଙ୍ଗଳବାର ଦିନ କୌଣସି ଭିକାରୀଙ୍କୁ ଦାନ କରିବା ଦ୍ବାରା ଲାଭ ମିଳିଥାଏ।

-ମଙ୍ଗଳବାର ଦିନ ହନୁମାନଙ୍କର ଚରଣରୁ ସିନ୍ଦୁର ନେଇ ମସ୍ତକରେ ଟୀକା ଲଗାନ୍ତୁ। ଏପରି କରିବା ଦ୍ବାରା ମଙ୍ଗଳ ଦୋଷ ଦୂର ହୋଇଯାଇଥାଏ। ମଙ୍ଗଳ ଦୋଷ କରିବା ପାଇଁ ମଙ୍ଗଳବାର ଦିନ ମାଙ୍କଡମାନଙ୍କୁ ଗୁଡ ଏବଂ ଚଣା ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button