ନୀତି

ରବିବାର ଦିନ ସୂର୍ଯ୍ୟଙ୍କ ପୂଜା ସହିତ ଆଉ କାହାର ପୂଜା କରାଯାଏ ଜାଣନ୍ତୁ !

ସପ୍ତାହର ସାତ ଦିନରେ ଭିନ୍ନ ଭିନ୍ନ ଦେବତାଙ୍କର ପୂଜା କରାଯାଇଥାଏ। ସେଥି ମଧ୍ୟରୁ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କର ପୂଜା କରାଯାଏ। ଜାଣନ୍ତୁ କେମିତି କରାଯାଏ ସୂର୍ଯ୍ୟପୂଜା।

ସୂର୍ଯ୍ୟଙ୍କର କେଉଁ ଦିନ

suryadev-puja-on-sunday-644x362ରବିବାର ଭଗବାନ ସୂର୍ଯ୍ୟଙ୍କର ଦିନ ହୋଇଥାଏ। ଏହି ଦିନ ଲୋକମାନେ ଭଗବାନ ଭୁବନ ଭାଷ୍କରଙ୍କର ଆରାଧନା କରାଯାଏ। ରବିବାର ଦିନ ସୂର୍ଯ୍ୟ ବ୍ରତ ରଖୁଥିବା ଲୋକ ପୂରା ଦିନ ଘିଅ, ତେଲ ଏବଂ ଲୁଣ ଖାଆନ୍ତି ନାହିଁ। ଏହି ଦିନରେ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଲେ ସୂର‌୍ୟ୍ୟ ଦେବତା ପ୍ରସନ୍ନ ହୋଇଥାନ୍ତି। ପୂଜାରେ ଲାଲ ଚନ୍ଦନର ଟୀକା ଲଗାଇ ସୂର୍ଯ୍ୟ ଦେବତାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ, ଏମିତି କରିବା ଦ୍ବାରା ଲାଭ ମିଳିଥାଏ।

ଦୁର୍ଗାଙ୍କ ପୂଜା

durga pujaରବିବାର ଦିନ ସୂର୍ଯ୍ୟ ଦେବଙ୍କ ସହିତ ମାତା ଦୁର୍ଗାଙ୍କର ପୂଜା କରାଯାଇଥାଏ। ଏହି ଦିନକୁ ମାତା ଦୁର୍ଗାଙ୍କର ଦିନ ମଧ୍ୟ କୁହାଯାଏ। ଏହି ଦିନରେ ମାତା ଦୁର୍ଗାଙ୍କର ମନ୍ତ୍ର ‘ଓଂ ଶ୍ରୀ ଦୁର୍ଗାୟ ନମଃ’ର ଜପ କରିବା ଦ୍ବାରା ବହୁତ ଲାଭ ହୋଇଥାଏ। ଆପଣଙ୍କ ଜୀବନର ସମସ୍ତ ଅସୁବିଧାର ଅନ୍ତ ହୋଇଥାଏ। ଏହିଭଳି ଭାବେ ‘ଓଂ ସୂର୍ଯ୍ୟାୟ ନମଃ’ ଜପ କରିବା ଦ୍ବାରା ଜୀବନରେ ଶକ୍ତି ଲାଗି ରହିଥାଏ। ରବିବାର ଦନି ବ୍ରତ ରଖୁଥିବା ବ୍ୟକ୍ତିଙ୍କୁ ନିଜ ସହିତ ନିଜର ଆଖପାଖର ଜିନିଷକୁ ସଫା ରଖିବା ଆବଶ୍ୟକ। ଯେଉଁ ଲୋକଙ୍କର ତ୍ବଚା ସମ୍ବଦ୍ଧୀୟ କୌଣସି ରୋଗ ହୋଇଥାଏ, ତାଙ୍କ ପାଇଁ ରବିବାର ଦିନ ରଖିବା ଲାଭକାରୀ ଅଟେ। ଏହି ଦିନରେ ଦାନ ପୂଣ୍ଣ୍ୟ ମଧ୍ୟ କରିବା ଆବଶ୍ୟକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button