ସ୍ୱାସ୍ଥ୍ୟ

କଣ ଆପଣଙ୍କର ଗ୍ୟାଷ୍ଟିକ୍ କାରଣରୁ ବାନ୍ତି ଏବଂ ମୁଣ୍ଡବ୍ୟଥା ହେଉଛି, ତେବେ ଜାଣନ୍ତୁ ଏମିତି ହେବା ପଛର କାରଣ

ଆଜିକାଲି ପ୍ରାୟ ୯୦ ପ୍ରତିଶତ ବ୍ୟକ୍ତି ଗ୍ୟାଷ୍ଟିକ୍ ରୋଗର ଶିକାର ହେଉଛନ୍ତି। ଏହି ଗ୍ୟାଷ୍ଟିକ୍ କାରଣରୁ ବାନ୍ତି ମୁଣ୍ଡବିନ୍ଧା ଓ ଅନେକ ସମସ୍ୟା ଭୋଗିବାକୁ ମଧ୍ୟ ପଡ଼ିଥାଏ। ଗ୍ୟାସ ସମସ୍ୟାର ନିରାକରଣ ଯଦି ଆରମ୍ଭରୁ ନକରାଯାଏ ତେବେ ପର ମୁହୁର୍ତ୍ତରେ ଏହା ଭୟଙ୍କର ରୂପ ନେଇପାରେ। ଏଥିପାଇଁ ଗ୍ୟାସର ପ୍ରମୁଖ ଲକ୍ଷଣକୁ ଜାଣିବା ବହୁତ ଆବଶ୍ୟକ ଅଟେ। ତେବେ ଅଜାଣତରେ ଆପଣ ଖାଉଥିବା ଜିନିଷ ଆପଣଙ୍କର ଗ୍ୟାସର କାରଣ ଅଟେ। ଜାଣନ୍ତୁ କେଉଁ କାରଣରୁ ହୋଇଥାଏ ଗ୍ୟାସ ସମସ୍ୟା।

home-remedy-gastric-problemସେଓ- ଆପଣମାନେ ସେଓର ନାଁ ଶୁଣି ଆଶ୍ଚର‌୍ୟ୍ୟ ହୋଇଯାଇଥିବେ। କାରଣ ସେଓକୁ ସବୁଠୁ ସ୍ୱାସ୍ଥ୍ୟକର ଫଳ ବୋଲି କୁହାଯାଏ। କିନ୍ତୁ ସେଓକୁ ଖାଲି ପେଟରେ ଖାଇଲେ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ। ଏଥିରେ ଅଧିକ ପରିମାଣରେ ଫାଇବର ରହିଥାଏ। ଯାହା ପେଟ ଫୁଲିବାର କାରଣ ହୋଇଥାଏ। ଫଳରେ ଗ୍ୟାସ ହୋଇଥାଏ। ତେଣୁ କେବେବି ଖାଲିପେଟରେ ସେଓ ଖାଆନ୍ତୁ ନାହିଁ। ଏହା ବଦଳରେ କଦଳୀ, କମଳା, ଅଙ୍ଗୁର ଖାଇପାରିବେ।

ତରଭୁଜ- ଖରାଦିନରେ ଆମେ ତରଭୁଜ ଖାଇବାକୁ ଭଲ ପାଉ। ହେଲେ ଏହି ତରଭୁଜ ଖାଇଲେ ମଧ୍ୟ ଗ୍ୟାସ୍ ହୁଏ। ତରଭୁଜରେ ଥିବା ତତ୍ତ୍ବ ପେଟକୁ ଫୁଲେଇ ଦିଏ। ଫଳରେ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ। ଖରାଦିନେ ତରଭୁଜ ଜାଗାରେ କଦଳୀ, କମଳା, ଅଙ୍ଗୁର, ବ୍ଲୁ ବେରି ଓ ସ୍ଟ୍ରବେରି ଖାଇପାରିବେ।

watermelonରସୁଣ- ଅତ୍ୟଧିକ ରସୁଣ ଖାଇଲେ ଏହି ରୋଗ ହୋଇଥାଏ। ଏହା ମଧ୍ୟ ପେଟକୁ ଫୁଲାଇଦିଏ। ରସୁଣକୁ କେବେ ହେଲେ କଞ୍ଚା ଖାଆନ୍ତୁ ନାହିଁ ଏହା ଅତି ଶିଘ୍ର ପେଟରେ ଗ୍ୟାସ ସୃଷ୍ଟି କରିଥାଏ।

ପିଆଜ- ପିଆଜ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି କରିଥାଏ। ତେଣୁ ପିଆଜ କମ ଖାଆନ୍ତୁ। ବିଶେଷ କରି କଞ୍ଚା ପିଆଜ କମ୍ ଖାଆନ୍ତୁ। ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ଆପଣ ପିଆଜ ଜାଗାରେ ପିଆଜ ସଣ୍ଢା ବ୍ୟବହାର କରିପାରିବେ।

ବିୟର- ଯଦି ଆପଣ ବିୟର ପିଉଛନ୍ତି ତେବେ ବିୟର ପିଇବା ବନ୍ଦ କରନ୍ତୁ। କାରଣ ଏଥିରେ ଥିବା ଗ୍ରେନ୍ ପେଟ ଫୁଲାଇଦିଏ। ଏହା ବଦଳରେ ରେଡ୍ କିମ୍ବା ହ୍ୱାଇଟ୍ ୱାଇନ୍ ପିଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button