ନୀତି

ଦୈନନ୍ଦିନ ଜୀବନର ଏପରି କିଛି କାମ , ଆପଣଙ୍କ ସକାଳକୁ କରିବ ଶୁଭ ସକାଳ

ଦିନଟି ଭଲରେ ବିତାଇବା ପାଇଁ ପ୍ରାୟ ସମସ୍ତ ବ୍ୟକ୍ତଙ୍କ ମନରେ ଇଛା କରହିଥାଏ। ଏପରିକି ଏଥିପାଇଁ ନାହିଁ ନଥିବା ଉପାୟ ଅବଲମ୍ବନ କରିଥାନ୍ତି ସମସ୍ତ ବ୍ୟକ୍ତି। କଥାରେ ମଧ୍ୟ ରହିଛି ସକାଳରୁ ହିଁ ଆପଣଙ୍କ ପୂରା ଦିନର ଅନୁମାନ ଲଗାଯାଇପାରିବ। ଆଜି ଆମେ ଆପଣଙ୍କ ସକାଳକୁ ଶୁଭ ସକାଳରେ ପରିଣତ କରିବାର କିଛି ସହଜ ଉପାୟ ବତାଇବାକୁ ଯାଉଛୁ। ଯାହା ଦ୍ବାରା ଆପଣଙ୍କର ଅନେକ ସମସ୍ୟା ଦୂର ହେବ।

yoga-stress

-ସକାଳୁ ଉଠିବା ମାତ୍ରେ ନିତ୍ୟନ୍ଦିନ କାର‌୍ୟ୍ୟ ସାରି ବାହାରେ ଖୋଲା ଆକାଶ ତଳେ ଟିକେ ବୁଲନ୍ତୁ। ଅଥବା ଯୋଗ ଏବଂ ବ୍ୟାୟାମ କରନ୍ତୁ। ଖୋଲା ପବନ ଓ ସକାଳୁଆ ସୂର‌୍ୟ୍ୟୋକିରଣ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।

-ପରେ ଯଥାସମ୍ଭବ ପଇଡ଼ ପାଣି ପିଅନ୍ତୁ। ଏହା ଆପଣଙ୍କ ଶରୀରରକୁ ସୁସ୍ଥ ରଖିବା ସହ ଦିନଟି ଭଲରେ ବିତାଇବା ପାଇଁ ସାହାଯ୍ୟ କରିଥାଏ। ଯଦି ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଦୈନିକ ପଇଡ଼ ପିଇଲେ ଦୂର ହୋଇଯିବ।

tea

-ଅନେକ ବ୍ୟକ୍ତିଙ୍କ ସକାଳ ସମୟରେ କ୍ଷୀର ଚା ପିଇବାର ଅଭ୍ୟାସ ରହିଥାଏ। କିନ୍ତୁ ଚା ପିଇବା ପରିବର୍ତ୍ତେ ନାଲି ଚା, ଗ୍ରୀନ ଚା ପିଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ ହୋଇଥାଏ।

morning-walk

-ସକାଳୁ ସକାଳୁ ଉଠି ମନ ପସନ୍ଦର ଗୀତ ଶୁଣିଲେ ମଧ୍ୟ ସଂପୂର୍ଣ୍ଣ ଦିନ ଭଲରେ ବିତିଥାଏ। ଏଣୁ ସକାଳୁ ଉଠିବା ମାତ୍ରେ ଗୀତ ଶୁଣିବା ସହ ହାଲୁକା ବ୍ୟାୟାମ କରିବା ଅଭ୍ୟାସ କରନ୍ତୁ।

-କିଛି ସମୟ ସକାଳୁ ଉଠି ଭଗବାନଙ୍କ ଧ୍ୟାନ କରିବା ମଧ୍ୟ ଦିନ ପାଇଁ ଖୁବ ଭଲ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button