ସ୍ୱାସ୍ଥ୍ୟ

ଶୀତ ଦିନେ ଶୁଷ୍କ ତ୍ବଚା ସମସ୍ୟାକୁ ଦୂର କରିବ ଏହି ସହଜ ଉପାୟ !

ଶୀତଦିନରେ ସବୁବେଳେ ତ୍ବଚା ବହୁତ ଶୁଖି ଯାଇଥାଏ, ଯାହା ଦେଖିବାକୁ ବହୁତ ଖରାପ ଲାଗିଥାଏ। ଏହି ଋତୁରେ ତ୍ବଚା ଡ୍ରାଏ ହେବାର କାରଣ ପବନରେ ଆସୁଥିବା ନମନୀୟ କମ ହେବାରୁ ହୋଇଥାଏ। ତ୍ବଚାରେ ଆର୍ଦତା କମ ହେବା କାରଣରୁ ତ୍ବଚା ଶୁଷ୍କ ଏବଂ ଶୁଖିଲା ହୋଇଯାଇଥାଏ। ଏମିତିରେ ଝିଅମାନେ ନିଜର ତ୍ବଚାକୁ ସୁନ୍ଦର କରିବା ପାଇଁ ବହୁତ ଉପାୟ ଆପଣେଇଥାନ୍ତି।

ତ୍ବଚାର ଶୁଷ୍କତାକୁ ଦୂର କରିବା ପାଇଁ ଉପାୟ

-କଦଳୀର ବ୍ୟବହାରରେ ଆପଣ ଶୁଷ୍କ ତ୍ବଚାର ସମସ୍ୟାରୁ ରକ୍ଷା ପାଇପାରିବେ। ଏହାକୁ ବ୍ୟବହାର କରିବା ପାଇଁ କଦଳୀକୁ ପେଷ୍ଟ କରି ନିଜ ତ୍ବଚାରେ ଲଗାନ୍ତୁ। ଏହା ଶୁଖିଗଲା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

-ମହୁ ସାହାଯ୍ୟରେ ତ୍ବଚାର ମ୍ରୁତ କୋଷ ଗୁଡିକ ବାହାରକୁ ବାହାରି ଆସେ। ଏହାକୁ ବ୍ୟବହାର କରିବା ପାଇଁ ଏକ ପାତ୍ରରେ ସର୍ବ ପ୍ରଥମେ ଅଳ୍ପ ମହୁ ନିଅନ୍ତୁ। ଏବେ ସେଥିରେ ଲୁଣ, ଚିନି ପାଉଡର ଏବଂ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହାକୁ ଭଲଭାବେ ମିଶାଇ ନିଜ ଚେହେରାରେ ଲଗାନ୍ତୁ।

-ଗ୍ଲିସରୀନର ବ୍ୟବହାରରେ ମଧ୍ୟ ତ୍ବଚାର ଶୁଷ୍କତାକୁ ଦୂର କରାଯାଇପାରେ। ଏହାପାଇଁ ଅଳ୍ପ କଞ୍ଚା କ୍ଷୀରରେ ୨-୪ ବୁନ୍ଦା ଗ୍ଲିସରୀନ ମିଶାଇ ନିଜ ଚେହେରାରେ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button