ସ୍ୱାସ୍ଥ୍ୟ

ହୁସିଆର୍ ! ତାୱାରୁ ବାହାରି ଥିବା ଗରମା ଗରମ ରୁଟି ଖାଉଛନ୍ତି କି, ତେବେ ଏହି ଭୟଙ୍କର ରୋଗର ହୋଇପାରନ୍ତି ଶିକାର

ତାୱାରୁ ଗରମ ଗରମ ବାହାରି ଥିବା ରୁଟି ଖାଇବାକୁ କିଏ ଅବା ପସନ୍ଦ ନକରନ୍ତି, କିନ୍ତୁ ଏଭଳି ତରବରିଆରେ ଖାଇବାର ଭୁଲ ଆପଣ ଆଦୌ କରନ୍ତୁ ନାହିଁ । କାରଣ ଏହି ଖାଦ୍ୟ କ୍ୟାନସରର ବାହକ ମଧ୍ୟ ସାଜିପାରେ । ଖାଲି ରୁଟି ହିଁ ନୁହେଁ ଅନ୍ୟାନ୍ୟ ଗରମ ଖାଦ୍ୟ ପଦାର୍ଥ ତଥା ଚାହା –କଫି ଏବଂ ସୁପ୍ ମଧ୍ୟ ହଡବଡିରେ ଖାଇବା ଦ୍ୱାରା ଆପଣ କ୍ୟାସନର ଭଳି ମାରାତ୍ମାକ ରୋଗର ଶିକାର ହୋଇପାରନ୍ତି ।

ରାଜକୀୟ ଜେକେ କ୍ୟାନସର ସଂସ୍ଥାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ରୋଗୀମାନଙ୍କ ମଧ୍ୟରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି । ଏଠିକାର ବିଶେଷଜ୍ଞଙ୍କ ମତରେ ଖାଦ୍ୟ ନଳୀରେ କ୍ୟାନସରର ମାମଲା ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ ପାଖାପାଖି ୪୦୫ ଜଣ ରୋଗୀଙ୍କର ଚିକିତ୍ସା ଚାଲିଛି । କ୍ୟାନସର ସଂସ୍ଥାର ବିଶେଷଜ୍ଞଙ୍କ କହିବା କଥା ହେଲା, ଚିକିତ୍ସା ପାଇଁ ଆସିଥିବା ୩୦ରୁ୪୦ ବର୍ଷ ବୟସର ଲୋକଙ୍କର ଯାଂଚରେ ଖାଦ୍ୟ ନଳୀରେ କ୍ୟାନସର ଦେଖାଦେଉଛି।

କାରଣ

rotiଗରମ ଖାଦ୍ୟ କିମ୍ବା ପେୟ ଦ୍ୱାରା ଖାଦ୍ୟ ନଳୀର ଅତି ସମ୍ବେଦନଶୀଳ ଭାଗ କ୍ଷତିଗ୍ରସ୍ତ ହେବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ । ଏହି କାରଣରୁ ବିଳମ୍ବିତ ରାତି ଧରି କାମ କରିବା ଏବଂ ସକାଳରେ ବିଳମ୍ବରେ ଉଠିବାର ଅନୀୟମିତ ଜୀବନଶୈଳୀରେ ଲୋକଙ୍କ ଖାଦ୍ୟପେୟ ତରିବରିଆ ଭାବେ ହୋଇଥାଏ ।

ଲକ୍ଷଣ

• ଖାଦ୍ୟ କିମ୍ବା ପାଣି ଢୋକିବାରେ ସମସ୍ୟା

• ଛାତିରେ ଲଗାତର ଜଳାପୋଡା ହେବା

• ଖାଦ୍ୟ ଗିଳିବାରେ ସମସ୍ୟା ଦେଖାଦେଲେ

• ଖାଇବାର ତୁରନ୍ତ ବାଦ୍ ବାନ୍ତି ହେବା

• ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବା

• ଲଗାତର କାଶ ହେବା

ଚିକିତ୍ସା

ଖାଦ୍ୟ ନଳୀର ଇଣ୍ଡୋସ୍କୋପି ଯାଂଚ, ସିଟି ସ୍କାନ ଯାଂଚ ଏବଂ ଏମଆରଆଇ ଯାଂଚ କରାନ୍ତୁ । ତେବେ ସମୟ ଥାଉ ଥାଉ ରୋଗର ଚିହ୍ନଟ ହେବା ଦ୍ୱାରା ଏହାର ଚିକିତ୍ସା ମଧ୍ୟ ସହଜସାଧ୍ୟ ପ୍ରମାଣିତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button