କଳାଫିତା ପିନ୍ଧିବାର ଏ ହେଉଛି ବୈଜ୍ଞାନିକ ଉଦ୍ଦେଶ୍ୟ , ଏହିଭଳି ଭାବେ ବ୍ୟବହାର କଲେ ହୋଇଯିବେ ମାଲାମାଲ୍

ବହୁତ ସାରା ଲୋକମାନେ ଖରାପ ନଜର ରୁ ବଞ୍ଚିବା ପାଇଁ କଳା ଫିତା ଧାରଣ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ମାମୁଲି କଳା ଫିତା ଖରାପ ନଜରରେ କିଭଳି କବଚ ଭଳି ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ କଳାଫିତା ପିନ୍ଧିବା ପଛର ବୈଜ୍ଞାନିକ କାରଣ ଏବଂ କଳାଫିତା ଶରୀରର କେଉଁ ଅଶଂରେ ପିନ୍ଧିଲେ କଣ ଲାଭ ମିଳେ ।
ବିଶେଷ ଭାବେ ଦେଖିବାକୁ ଗଲେ କଳାଫିତା ନକରାତ୍ମକ ଶକ୍ତିର ବିନାଶ କରିଥାଏ । କଳା ଫିତା କୌଣସି ଶୁଭ କାର୍ୟ୍ୟରେ ବ୍ୟବହାର ହୋଇନଥାଏ । ଯଦି ଆପଣ କଳା ରଙ୍ଗର ଫିତା ପିନ୍ଧୁଛନ୍ତି ତେବେ ଆପଣଙ୍କ ଶରୀରରୁ କୌଣସି ଶକ୍ତି ବାହାରିପାରିବ ନାହିଁ ।
ବୈଜ୍ଞାନିକ କାରଣ :
କଳା ଫିତା ପିନ୍ଧିବା ପଛରେ ବହୁତ ବଡ଼ ବୈଜ୍ଞାନିକ କାରଣ ରହିଛି । ଆମ ଶରୀରର ପଞ୍ଚ ଇନ୍ଧ୍ରିୟ ଭିତରୁ ଏକ ଶକ୍ତି ମିଳିଥାଏ ଯାହାଦ୍ବାରା ଆମ ଶରୀର ସଞ୍ଚାଳନ ହୋଇଥାଏ , କିନ୍ତୁ ଯଦି କଳା ନଜର ଲାଗିଯାଇଥାଏ ତେବେ ଆମର ପଞ୍ଚ ଇନ୍ଦ୍ରିୟ କାମ କରିନଥାଏ । ଯାହାଫଳରେ ଆମ ଶରୀର ସଞ୍ଚାଳନ ହୋଇପାରିନଥାଏ । ଏହି କାରଣ ରୁ ଆମକୁ କଳା ଫିତା ପିନ୍ଧିବାକୁ ପଡ଼ିଥାଏ ।
ଏହିଭଳି ଭାବେ କଳା ଫିତାର ବ୍ୟବହାର କଲେ ହୋଇପାରିବେ ମାଲାମାଲ୍ :
–ପୁରୁଣା କଥା ଅନୁସାରେ କଳା ଫିତା ଧାରଣ କଲେ ଆପଣ ଖରାପ ନଜରରୁ ବଞ୍ଚି ପାରିବେ । ଏହାସହିତ ଆପଣ ଆପଣଙ୍କର ଆର୍ଥିକ ସ୍ତିତିରେ ସୁଧାର ଆଣିପାରିବେ। ଆପଣ ଏକ କଳା ରଙ୍ଗ ର ଫିତା ଆଣି ମଙ୍ଗଳ ବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିରକୁ ନେଇ ସେଥିରେ ନଅଟି ଛୋଟ ଛୋଟ ଗଣ୍ଠି ପକାଇ ହନୁମାନଙ୍କ ପାଖରେ ପୂଜା କରି ସିନ୍ଦୂର ଲଗାଇ ଘରେର ମୁଖ୍ୟ ଦ୍ବାର ପାଖରେ ବାନ୍ଧି ଦିଅନ୍ତୁ । ଦେଖିବେ ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
–ଯଦି କଳା ଫିତାକୁ ଭୈରବୀ ମନ୍ଦିରରେ ରବିବାର ଦିନ ପୂଜା କରି ସିନ୍ଦୂର ଲଗାଇ ବାମ ହାତରେ ପିନ୍ଧନ୍ତି ତେବେ ଆପଣ ଖରାପ ଶକ୍ତିରୁ ରକ୍ଷା ପାଇପାରିବେ ।
–ଯଦି କଳା ଫିତାକୁ ରବିବାର ଦିନ ହନୁମାନଙ୍କ ପାଖରେ ପୂଜା କରି ବେକରେ ପିନ୍ଧାଯାଏ ତେବେ ଏହାଦ୍ବାରା ବିଭିନ୍ନ ପ୍ରକାର ରୋଗ ଭଲ ହୋଇଥାଏ । ଏହା କରିବା ନିଶ୍ଚିନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।



