ନୀତି

ଚାଣକ୍ୟ ନୀତି : ଏହି ତିନି ଅବସ୍ଥାରେ ପୁରୁଷଙ୍କୁ ହୋଇଥାଏ ଅସହ୍ୟ କଷ୍ଟ

ଅର୍ଥଶାସ୍ତ୍ର ଏବଂ ନୀତିର ମହାନ ଆଚାର୍ଯ୍ଯ ଚାଣକ୍ଯ ନିଜ ନୀତିଶିକ୍ଷା ମାଧ୍ୟମରେ ମନୁଷ୍ଯଙ୍କ ଜୀବନ ସମ୍ବନ୍ଧୀୟ ଅନେକ ରହସ୍ଯକୁ ଉଜାଗର କରିଛନ୍ତି। ଇତିହାସରେ ବର୍ଣ୍ଣିତ ମଧ୍ୟ ରହିଛି, କିପରି ଚାଣକ୍ଯ ଜଣେ ସାଧାରଣ ବାଳକ ଚନ୍ଦ୍ରଗୁପ୍ତ ମୌରୟଙ୍କୁ ସଫଳ ଶାସକରେ ପରିଣତ କରିଥିଲେ। ଚାଣକ୍ଯ ତାଙ୍କର ଏହି ନୀତିରେ ପୁରୁଷଙ୍କୁ ମଧ୍ୟ ଜୀବନରେ ତିନିଟି ସ୍ତରରେ ବହୁ କଷ୍ଟ ହୋଇଥାଏ ବୋଲି କହିଛନ୍ତି।

वृद्धकाले मृता भार्या बन्धुहस्ते गतं धनम्।
भोजनं च पराधीनं त्रय: पुंसां विडम्बना:।। 

-ଆଚାର୍ଯ୍ଯ ଚାଣକ୍ଯ ନିଜର ଶ୍ଳୋକ ମାଧ୍ୟମରେ କହିଛନ୍ତି, ପୁରୁଷଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇଥାଏ ତାଙ୍କ ପୂର୍ବରୁ ତାଙ୍କ ଜୀବନସାଥିଙ୍କ ଇହଧାମ ତ୍ଯାଗ କରିବା। ପରିଣତ ବୟସରେ ସମସ୍ତ ମହିଳା ଏବଂ ପୁରୁଷଙ୍କ ସାହାରା ତାଙ୍କର ଜୀବନସାଥି ରହିଥାନ୍ତି। ଏଣୁ ଜୀବନର ସବୁଠାରୁ ଅଧିକ କଷ୍ଟ ତାଙ୍କୁ ତାଙ୍କର ଜୀବନସାଥିଙ୍କ ଛାଡ଼ି ଯିବାରୁ ହୋଇଥାଏ।

chanakya

-ସଞ୍ଚିତ ଧନ ଅଯଥାରେ ଖର୍ଚ୍ଚ ହୋଇଥିଲେ ପୁରୁଷଙ୍କୁ ଅଧିକ କଷ୍ଟ ହୋଇଥାଏ। କାରଣ ଧନ ହିଁ ଅସୁବିଧା ସମୟରେ ଅଧିକ କାମରେ ଆସିଥାଏ।

-ନିଜର ଖାଇବା ଖର୍ଚ୍ଚ ଯଦି ଆଉ କିଏ କରେ ତାହାଲେ ମଧ୍ୟ ପୁରୁଷଙ୍କୁ କଷ୍ଟ ଅନୁଭବ ହୋଇଥାଏ। କାରଣ ସମସ୍ତ ପୁରୁଷ ନିଜକୁ ସେତିକି ସାମର୍ଥ୍ଯ ମନେ କରନ୍ତି ଯାହା ଫଳରେ ତାଙ୍କର ଖାଇବା ଏବଂ ଚଳିବା ଖର୍ଚ୍ଚ ସେ ନିଜେ ଉଠାଇପାରିବେ। ଏହା ନହେଲେ ତାଙ୍କୁ ଖୁବ ଖରାପ ଲାଗିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button