ସ୍ୱାସ୍ଥ୍ୟ

କଣ ଆପଣଙ୍କୁ ରହିଛି ଏହି ସମସ୍ୟା ତେବେ ଔଷଧୀୟ ଗୁଣରେ ଭରପୁର ତ୍ରିଫଳାର କରନ୍ତୁ ସେବନ

ଆୟୁର୍ବେଦରେ ତ୍ରିଫଳାକୁ ଖୁବ ଲାଭକାରୀ କୁହାଯାଇଥାଏ। ସାଧାରଣତଃ ଲୋକ ଏହି ଚୁର୍ଣ୍ଣକୁ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରିଥାନ୍ତି। ଏହାଛଡ଼ା ଏହାର ସେବନ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ। ଏହି ଚୁର୍ଣ୍ଣକୁ ତିନି ଦ୍ରବ୍ୟ ହରଡ଼ା, ବାହାଡ଼ା ଏବଂ ଅଁଳାକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ। ତେବେ ତ୍ରିଫଳା ଅନ୍ୟ ଔଷଧୀୟ ପଦାର୍ଥ ମାନଙ୍କରୁ ଅଧିକ ଲାଭକାରୀ ହୋଇଥାଏ। ଏହାର ସେବନ ଏସିଡ, ଏଲାଜିକ୍ ଏସିଡ, ଶେବୁଲିନିକ୍ ଏସିଡ, ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ହୋଇଥାଏ।

triphala 1

ଏପରି କରନ୍ତୁ ତ୍ରିଫଳାର ସେବନ

ତ୍ରିଫଳାର ସେବନ କିଏ ମଧ୍ୟ କରିପାରିବେ। ଯଦି ଆପଣଙ୍କୁ କୌଣସି ରୋଗ ନାହିଁ ତଥାପି ଆପଣ ଏହାର ସେବନ କରିପାରିବେ। ଆପଣ ୨ ରୁ ୫ ଗ୍ରାମ ତ୍ରିଫଳା ଚୂର୍ଣ୍ଣକୁ ପାଣି ଅଥବା କ୍ଷୀରରେ ମିଶାଇ ତାହାର ସେବନ କରିପାରିବେ।

triphala 2

-ରୋଗପ୍ରତିରୋଧକ କ୍ଷମତା ବଢ଼ାଇବାରେ ଖୁବ ସହାୟକ ହୋଇଥାଏ ତ୍ରିଫଳା । ଏହା ଶରୀରକୁ ବ୍ୟାକ୍ଟେରୀଆ ମୁକ୍ତ ରଖିବା ସହ ଶରୀରକୁ ତନ୍ଦରୁସ୍ତ ରଖିଥାଏ।

-ତ୍ରିଫଳାରେ ତିନିଟି ଔଷଧୀୟ ଗୁଣ ରହିଥାଏ। ଯାହାର ସେବନ ପେଟ ସଫା କରିବା ସହ ପାଚନକ୍ରିୟା ସରଳ କରିଥାଏ। ଏହାର ସେବନ ଗୋମୂତ୍ର ସହ କଲେ ଅନେକ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ।

-ଏନିମିଆ ରୋଗୀଙ୍କ ପାଇଁ ଖୁବ ଲାଭକାରୀ ତ୍ରିଫଳା । ଏହାର ସେବନ ଶରୀରରେ ରକ୍ତର ମାତ୍ରା ବଢ଼ାଇବା ସହ ରକ୍ତ କୋଷିକାକୁ ମଜବୁତ କରାଇଥାଏ।

-ତ୍ରିଫଳାରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ବୟସ ବଢ଼ାଉଥିବା କାରକକୁ କମ କରିଥାଏ। ଏଥିସହ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ ଲାଭକାରୀ।

-ଏହାକୁ ସେବନ କରିବା ଦ୍ବାରା ପାଟିର ର୍ଦୁଗନ୍ଧ ଦୂର ହେବା ସହ ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଔଷଧିୟ ଗୁଣ ଚର୍ମ ଜନିତ ସମସ୍ତ ସମସ୍ୟାର ସମାଧାନ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button