ରାଶିଫଳ

ରାଶି ସାହାଯ୍ୟରେ ଜାଣନ୍ତୁ କେଉଁ ପଶୁ-ପକ୍ଷୀ ପାଳିବା ଆପଣଙ୍କ ପାଇଁ ହୋଇଥାଏ ଶୁଭ

କିଛି ଲୋକଙ୍କୁ ଘରେ ପଶୁ-ପକ୍ଷୀ ରଖିବାକୁ ବହୁତ ପସନ୍ଦ ଆସିଥାଏ। ସାଧାରଣତଃ କୁକୁରକୁ ସମସ୍ତେ ଘରେ ରଖିଥାନ୍ତି। ଯେଉଁମାନେ ଏକା ରୁହନ୍ତି ସେମାନେ ନିଜର ଏକେଲାପଣ ଏବଂ ସୁରକ୍ଷା ପାଇଁ କୁକୁର ପାଳିଥାନ୍ତି। କେବେ କେବେ ଆପଣଙ୍କର ଏହି ସୌକ ଆପଣଙ୍କ ଉପରେ ଓଲଟା ପ୍ରଭାବ ପକାଇଥାଏ। ଆପଣଙ୍କୁ ଜଣାଇବୁ ଯେ ଜ୍ୟେତିଷ ଶାସ୍ତରେ କୁହାଯାଇଛି ଯେ କେଉଁ ରାଶିର ବ୍ୟକ୍ତି କେଉଁ ପୋଷା ପଶୁ-ପକ୍ଷୀ ରଖିବା ଉଚିତ। ଯଦି କୌଣସି ବ୍ୟକ୍ତି ନିଜ ରାଶିକୁ ଧ୍ୟାନରେ ରଖି କୌଶସି ପଶୁ କିମ୍ବା କୌଣସି ପକ୍ଷୀକୁ ନିଜ ଘରେ ରଖିନ୍ତି ତେବେ ତାହା ତାଙ୍କ ପାଇଁ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ପଶୁ ପକ୍ଷୀ ରଖିଲେ ତାଙ୍କ ପାଇଁ ଶୁଭ ହୋଇଥାଏ।

dogମେଶ ରାଶି

ନିଜ ରାଶି ହିସାବରେ ମେଷ ରାଶିର ବ୍ୟକ୍ତି କୁକୁର ପାଳିବା ଶୁଭ ହୋଇଥାଏ।

ବୃଷ ରାଶି

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ବିଲେଇ ପାଳିବା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ।

ମିଥୁନ ରାଶି

ଏହି ରାଶିର ବ୍ୟକ୍ତି ନିଜ ଜାତକ ଅନୁସାରେ କୌଣସି ପକ୍ଷୀକୁ ଯଦି ଘରେ ରଖନ୍ତି ତେବେ ଏହା ତାଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ତେବେ ଶୁଆକୁ ଆପଣ ରଖିପାରିବେ।

parrotକର୍କଟ ରାଶି

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନିଜ ରାଶି ହିସାବରେ ଗାଈ ରଖିବା ଶୁଭ ହୋଇଥାଏ।

ସିଂହ ରାଶି

ସିଂହ ରାଶିର ବ୍ୟକ୍ତିଙ୍କୁ ଘୋଡା ପାଳିବା ଉଚିତ।

କନ୍ୟା ରାଶି

ନିଜ ରାଶି ହିସାବରେ କନ୍ୟା ରାଶିର ବ୍ୟକ୍ତି ମାଛ ଘରେ ରଖିବା ଦ୍ବାରା ଲାଭ ମିଳିଥାଏ।

clear-fish-bowlତୁଳା ରାଶି

ଏହି ରାଶିର ଜାତକଙ୍କ ପାଇଁ ଶୁଆ ଘରେ ରଖିବା ଶୁଭ ହୋଇଥାଏ।

ବିଛା ରାଶି

ବିଛା ରାଶିର ବ୍ୟକ୍ତି ନିଜ ରାଶି ହିସାବରେ କୁକୁର ପାଳିବା ଆବଶ୍ୟକ।

ଧନୁ ରାଶି

ଧନୁ ରାଶିର ବ୍ୟକ୍ତି କଇଁଛ ପାଳିବା ଉଚିତ୍।

ମକର ରାଶି

ଏହି ରାଶିର ଜାତକ ଯଦି ଘରେ କୌଣସି ପଶୁଙ୍କୁ ରଖିବା ପାଇଁ ଚାହୁଁଛନ୍ତି ତେବେ ଗାଈକୁ ଘରେ ରଖିନ୍ତୁ, ଏହା ଦ୍ବାରା ଲାଭ ମିଳିଥାଏ।

କୁମ୍ଭ ରାଶି

କୁମ୍ଭ ରାଶିର ଜାତକଙ୍କ ପାଇଁ ଠେକୁଆ ରଖିବା ଶୁଭ ହୋଇଥାଏ।

ମୀନ ରାଶି

ମୀନ ରାଶିର ଜାତକଙ୍କ ପାଇଁ ନିଜ ରାଶି ହିସାବରେ ଧଳା ମୂଷା ପାଳିବା ଶୁଭ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button