ପୁଅମାନେ ନିଜ ଲୁକ୍ କୁ ନେଇ ଅଛନ୍ତି କି ଚିନ୍ତାରେ? ଝିଅଙ୍କୁ ଇମ୍ପ୍ରେସ୍ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ପରିବର୍ତ୍ତନ ସମୟରେ ମହିଳାମାନଙ୍କ ସହିତ ପୁରୁଷ ମାନେ ମଧ୍ୟ ନିଜର ଅଧିକା ଯତ୍ନ ନେବାରେ ଧ୍ୟାନ ରଖିବା ଉଚିତ। କାର୍ଯ୍ଯରତ ତଥା ଅଧିକ ପ୍ରେସରରେ ରହୁଥବା ବ୍ୟକ୍ତିମାନେ ନିଜର ପର୍ସନାଲିଟିର ଧ୍ୟାନ ରଖିବା ନିହାତୀ ଆବଶ୍ଯକ। ପୁରୁଷମାନଙ୍କର ଯତ୍ନ ତାଙ୍କର ସ୍ବଚ୍ଛତାରୁ ଆରମ୍ଭ ହୋଇଥାଏ। ଯେପରି ଷ୍ଟାଇଲିଷ୍ଟ କେଶ, ସଫା ନଖ, ବାସ୍ନା ଉପରେ ପୁରୁଷମାନେ କିପରି ନିଜର ଅଧିକ ଯତ୍ନ ନେବେ ତାହା ଉପରେ ଧ୍ୟାନ ରଖିବା ଉଚିତ।
ଯେଉଁ ପୁଅମାନଙ୍କୁ ଦାଢି କିମ୍ବା ନିଶ ରଖିବାକୁ ପସନ୍ଦ ଥାଏ ତାଙ୍କୁ ସଫା ରଖିବା ଉପରେ ବେଶୀ ଧ୍ୟାନ ରଖିବାକୁ ପଡ଼ିଥାଏ। ଆପଣ ଚାହିଁଲେ ନିଜ ଘରେ ମଧ୍ୟ ସେଭିଙ୍ଗ୍ ହୋଇପାରିବେ। ଏହା ବ୍ୟତୀତ ସଫା-ସୁତୁରା ଉପରେ ଧ୍ୟାନ ରଖିବା ଉଚିତ।
ମୁହଁ ସଫା ରଖିବା ପାଇଁ ଅଳ୍ପ ଫେଶୱାସର ପ୍ରୟୋଗ କରନ୍ତୁ। ଯେଉଁ ସାବୁନରେ ଆପଣ ହାତ ସଫା କରୁଛନ୍ତି ସେଥିରେ କେବେବି ମୁହଁ ସଫା କରନ୍ତୁ ନାହିଁ। ଏହା ସହିତ ମାସରେ ଗୋଟେ ଥର ଫେସିଆଲ ଏବଂ ସ୍କ୍ରବିଂ କରନ୍ତୁ।
ଅଧିକା ଲମ୍ବା କେଶ ଆପଣଙ୍କ ପର୍ସନାଲିଟିକୁ ଖରାପ କରିଥାଏ। ଏଥିପାଇଁ ସମୟ ସମୟରେ ଏହାକୁ କାଟିବା ସହିତ ନିଜ ମୁହଁକୁ ମାନୁଥିବା ଭଳି କେଶ କାଟିବା ଉଚିତ୍।
ଦୁର୍ଗନ୍ଧ ଯୁକ୍ତ ନିଶ୍ବାସରୁ ମୁକ୍ତି ପାଇବା ପାଇଁ ଆପଣ ସମୟ ସମୟରେ ପାଟି ସଫା କରିବା ଉଚିତ। ଏହା କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାପରେ ଯଦି ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଯାଉନାହିଁ, ତେବେ ଡ଼ାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ।



