ଦେଶ ବିଦେଶ

ବହୁ ଲାଭଦାୟକ ପୋଦିନା ପତ୍ର, ସଂକ୍ରମଣକୁ ଦୂର କରିବା ସହ ବଢ଼ାଇବ ସୌନ୍ଦର୍ଯ୍ୟ

ତ୍ବଚାର ଯତ୍ନ ନେବା ଜରୁରୀ କାରଣ ଏହା ଆପଣଙ୍କୁ ଆକର୍ଷିତ ଦେଖାଯିବାରେ ସାହାଯ୍ଯ କରିଥାଏ। କିନ୍ତୁ ଆଜି କାଲି ଲୋକମାନଙ୍କ ପାଖରେ ସମୟ ଅଭାବ ଥିବାରୁ ତ୍ବଚାର ଯତ୍ନ ନେଇପାରୁନଥିବା ବେଳେ ଏନେଇ ଅନେକ ସମସ୍ୟା ଦେଖାଯାଉଛି। ଫଳରେ ମୁହଁରେ ବ୍ରଣ ଏବଂ ଦାଗ ଆଦି ହୋଇଥାଏ। ଯଦି ଆପଣ ବ୍ୟସ୍ତ ଜୀବନରେ ଅଳ୍ପ ସମୟ ବାହାର କରି ପୋଦିନା ପତ୍ରର ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ତ୍ବଚାକୁ ସୁସ୍ଥ ରଖିବା ସହିତ ତ୍ବଚାର ସମସ୍ତ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିବ। କାରଣ ପୋଦିନାରେ ଥିବା ପୋଷକ ତତ୍ତ୍ବ ତ୍ବଚାର ଯତ୍ନ ନେବାରେ ଲାଭକାରୀ ହୋଇଥାଏ ଏବଂ ତ୍ବଚାକୁ ପୋଷଣ ପ୍ରଦାନ କରିଥାଏ।

ଜାଣନ୍ତୁ ତ୍ବଚା ପାଇଁ ପୋଦିନା ପତ୍ର କିପରି ଲାଭକାରୀ :

କଳାଦାଗ କମ କରିଥାଏ:

ପୋଦିନା ପତ୍ରରେ ଭିଟାମିନ-ସି ଏବଂ ଆଇରନ ଆଦି ପୋଷକ ରହିଥାଏ, ଯାହା ମୁହଁରେ ହେଉଥିବା କଳାଦାଗକୁ କମ କରିବାରେ ସାହାଯ୍ୟ କରିଥାଏ। ଏହା ତ୍ବଚାରେ କୌଣସି ପ୍ରକାର କ୍ଷତି କରିନଥାଏ।

mint-leaves-beauty-benefitsବ୍ରଣ ହୋଇନଥାଏ:

ବ୍ରଣ କମ କରିବାରେ ପୋଦିନା ପତ୍ର ଖୁବ୍ ଲାଭକାରୀ। କାରଣ ଏଥିରେ ଆଣ୍ଟି-ଫଙ୍ଗଲ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ। ଏହା  ତ୍ବଚାରେ ବ୍ୟାକ୍ଟେରିଆ ଏବଂ ଜୀବାଣୁ ସହ ଲଢିବାରେ ସାହାଯ୍ୟ କରିଥାଏ।

mint leavesତ୍ବଚା ସୌନ୍ଦଯ୍ୟ ହୋଇଥାଏ:

ପୋଦିନା ପତ୍ରରେ ଆଣ୍ଟିସେପ୍ଟିକ ରହିଥାଏ, ଯାହା ତ୍ବଚାର ମୃତ କୋଷିକାକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ମୃତ କୋଷିକା ଗୁଡ଼ିକ ନଷ୍ଟ ହେବା ଯୋଗୁଁ ତ୍ବଚାରେ ସୌନ୍ଦଯ୍ୟ ଫେରି ଆସିବା ସହ ତ୍ବଚାରେ ଚମକ ବଢିଥାଏ।

podina pest-faceତ୍ବଚା ଜଳିବା କମ କରିଥାଏ:

ପୋଦିନା ପତ୍ରରେ ଆଣ୍ଟିସେପ୍ଟିକ ଏବଂ ଏସ୍ଟ୍ରିଜେଟ ରହିଥାଏ ଯାହା ତ୍ବଚା ଜଳିବାର ସମସ୍ୟା ଦୂର କରିଥାଏ। ଏହା ବ୍ୟତୀତ ତ୍ବଚାରେ ଏଲର୍ଜି କମ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button