ନୀତି

ପରିବାରରେ ଲାଗି ରହୁଛି କି କଳହ? ଥରେ ପରଖି ନିଅନ୍ତୁ ଆପଣଙ୍କ ଘରର ବାସ୍ତୁଦୋଷ

ଘରକୁ ସଜାଇବା ପାଇଁ ଆପଣ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଠାକୁର ଘର, ରୋଷେଇ ଘର ଏପରିକି ଗାଧୋଇବା ଘରକୁ ମଧ୍ୟ ଆପଣ ବାସ୍ତୁ ଅନୁସାରେ ହିଁ ତିଆରି କରିଥାନ୍ତି। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ତିଆରି ନକଲେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ। ଠିକ୍‌ ସେହିପରି ଆପଣଙ୍କର ଘର ପରି କାର‌୍ୟ୍ୟ ସ୍ଥଳରେ ମଧ୍ୟ ବାସ୍ତୁ ଦୋଷ ରହିଥାଏ। ଯାହାର କୁପ୍ରଭାବ ଆପଣଙ୍କ ଉନ୍ନତି ପଥରେ ବାଧା ସୃଷ୍ଟି କରିଥାଏ । ତେଣୁ ଉଭୟ ଘର ଏବଂ ଅଫିସ୍ ର ବାସ୍ତୁ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।

ଆସନ୍ତୁ ଜାଣିବା ଘର ଏବଂ ଅଫିସ୍ ରେ କେଉଁ ଦିଗ ଉପରେ ଧ୍ୟାନ ରଖିବେ :

Lordଆପଣଙ୍କ ଶୋଇବା ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ ନାହିଁ।

ପୂଜା ଘର କିମ୍ବା ଉତ୍ତର ପୂର୍ବ ଦିଗରେ ଜଳ ଭର୍ତ୍ତି କରି ଏକ କଳସ ରଖନ୍ତୁ। ଯାହା ଫଳରେ ଘରେ ଶାନ୍ତି ଆସିଥାଏ ।

Kalashବନ୍ୟ ଜୀବଜନ୍ତୁଙ୍କର ଫଟୋ ଘରେ ରଖିବା ଅନୁଚିତ। କାରଣ ଏହା ଘରର ଗୁରୁଜନ ମାନଙ୍କ ହିଂସାତ୍ମକ ଭାବକୁ ବଢାଇଥାଏ।

ଘରେ ଥିବା ପାଣି ଟ୍ଯାପ୍ ରୁ ପାଣି ବୋହିବା ଅନୁଚିତ କାରଣ ଏହା ଦ୍ବାରା ଘରେ ଧନ ସଞ୍ଚୟ ହୋଇରହିନଥାଏ।

ନଟରାଜଙ୍କ ଫଟୋ କିମ୍ବା ମୂର୍ତ୍ତି ଘରେ ରଖିବା ଉଚିତ ନୁହେଁ । କାରଣ ଏଥିରେ ଭଗବାନ ଶିବଙ୍କ ରାଗି ରୂପ ରହିଥାଏ।

ମହାଭାରତର କୌଣସି ଚିତ୍ର ଘରେ ରଖିବା ଅନୁଚିତ, କାରଣ ଏହା ରଖିବା ଦ୍ବାରା ଘରେ ସର୍ବଦା କଳହ ଲାଗିରହିଥାଏ।

ଦକ୍ଷିଣ, ଉତ୍ତର ପଶ୍ଚିମ, ଦକ୍ଷିଣ ପଶ୍ଚିମ ଏବଂ ମଝି ସ୍ଥାନରେ ଘରର ବେସମେଣ୍ଟ ତିଆରି କରିବା ଶୁଭ ହୋଇନଥାଏ।

ଅଫିସରେ ଆପଣ ବସୁଥିବା ଚେୟାର ପଛ ପଟେ ଝରକା ରଖିବା ଅନୁଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button