ଜୀବନଶୈଳୀ

ଦିନକୁ ୩ ରୁ ୪ ଥର କରନ୍ତୁ ଏହି ଯୋଗାସନ , ଚିନ୍ତା ଦୂର କରିବା ସହ ଶରୀର ପାଇଁ ଅତି ଉପକାରୀ

ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ନିଜର ଯତ୍ନ ନେବା ପାଇଁ ସମୟ ବାହର କରିପାରନ୍ତି ନାହିଁ, ଯାହାର ପ୍ରଭାବ ଶରୀରରେ ପଡ଼ିଥାଏ। ଯଦି ଆପଣ ନିଜର କର୍ମ ବ୍ୟସ୍ତ ଜୀବନକୁ ସନ୍ତୁଳନ କରିବା ପାଇଁ ଚାହୁଛନ୍ତିୁ ତେବେ ଯୋଗାସନ ଆପଣଙ୍କର ଦୈନିକ କାର୍ଯ୍ୟରେ ଥରେ ସାମିଲ କରନ୍ତୁ। ଦିନରେ ୨୦-୩୦ ମିନିଟ ଯୋଗ କରିବା ଦ୍ବାରା ଆପଣଙ୍କ ଶରୀରରେ ଦିନ ସାରା ଶକ୍ତି ଜାଗ୍ରତ ହୋଇଥାଏ, ଓଜନ ନିୟନ୍ତ୍ରିତ ହୋଇଥାଏ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ହିନ୍ଦୁ ଦେବତା ଶିବଙ୍କ ନାମରେ ନଟରାଜ ଯୋଗାସନ ଏକ ଲାଭକାରୀ ଯୋଗାସନ। ଏହି ଯୋଗାସନ କରିବା ପାଇଁ ଆପଣଙ୍କୁ ଅଭ୍ୟାସ କରିବାକୁ ହେବ, ଯାହା ଦ୍ବାରା ଆପଣଙ୍କ ଶରୀର ସନ୍ତୁଳନ ହୋଇପାରିବ।

ଜାଣନ୍ତୁ ନଟରାଜ ଯୋଗାସନ କିପରି କରିବେ ଏବଂ ଏହି ଆସନ କରିବାରେ ଶରୀରରେ କେଉଁ ଲାଭ ମିଳିଥାଏ:

natarajasana yogaକିପରି କରିବେ ନଟରାଜ ଯୋଗାସନ

. ନଟରାଜ ଯୋଗାସନ କରିବା ପାଇଁ ଆପଣ ପ୍ରଥମେ ସିଧା ଛିଡ଼ା ହୋଇ ନିଜ ହାତକୁ ସାଇଡରେ ସିଧା ରଖନ୍ତୁ। ଏହା ପରେ ଆପଣ ଗୋଡ଼କୁ ଶରୀରର ପଛକୁ ବୁଲାଇ ହାତରେ ନିଜର ପାଦକୁ ଛୁଅନ୍ତୁ।

. ଏହା ପରେ ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ଗୋଡ଼କୁ ଉପରକୁ ଉଠାନ୍ତୁ। ଏହି ସମୟରେ ଆପଣ ଗୋଡ଼କୁ ହାତରେ ଧରି ରଖିଥିବେ।

. ଆପଣଙ୍କର ଅନ୍ୟ ଏକ ହାତକୁ ନିଜ ସାମ୍ନାରେ ସିଧା ରଖନ୍ତୁ। ଏହି ଆସନ ଆରମ୍ଭ କରିବା ସମୟରେ ପ୍ରଥମେ ଆପଣ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ନେଇପାରିବେ।

. ଅଭ୍ୟାସ କରିବା ସମୟରେ ଆପଣ ଦୀର୍ଘ ନିଶ୍ବାସ ନେବା ସହିତ ଶରୀର ସନ୍ତୁଳନ ରଖିବା ପାଇଁ ଚେଷ୍ଟା କରନ୍ତୁ। ଏହି ଆସନ ଆପଣ ୨୦-୩୦ ସେକେଣ୍ଡ ପର‌୍ୟ୍ୟନ୍ତ କରନ୍ତୁ ଏବଂ ଏହାକୁ ୩ ରୁ ୪ ଥର ଅଭ୍ୟାସ କରନ୍ତୁ।

ନଟରାଜ ଯୋଗାସନ କରିବାର ଲାଭ

The-Natarajasan. ନଟରାଜ ଯୋଗାସନ ଆପଣଙ୍କ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

. ଏହି ଆସନ ଆପଣଙ୍କ ଶରୀର ସୁସ୍ଥ ରଖିବା ସହିତ ଶରୀରରେ ସନ୍ତୁଳନ ରଖିଥାଏ।

. ନଟରାଜ ଯୋଗାସନ ଶରୀରର ଜଙ୍ଘ, ଗଣ୍ଠି ଏବଂ ଛାତିର ମାଂସପେଶୀକୁ ସୁଦୃଢ କରିଥାଏ।

. ଆପଣଙ୍କ ଏକାଗ୍ରତା ବଢାଇବାରେ ଏହା ଏକ ଲାଭକାରୀ ଯୋଗାସନ।

. ଚିନ୍ତା ଦୂର କରିବା ଏବଂ ମସ୍ତିଷ୍କକୁ ଶାନ୍ତି ଦେବା ପାଇଁ ଏହି ଯୋଗାସନ କଲେ ଲାଭ ଉପକାର ମିଳିଥାଏ।

. ଏହି ଯୋଗାସନ କରିବା ଦ୍ବାରା ଆବଡ୍ରୋମିଲନ ଅର୍ଗାନରେ ପରିବର୍ତ୍ତନ ହୋଇଥାଏ, ଯାହା ଆପଣଙ୍କର ପାଚନ କ୍ରିୟାରେ ସାହାର‌୍ୟ୍ୟ କରିଥାଏ।

. ଏହି ଯୋଗାସନ ଶରୀରର ହିମାଷ୍ଟ୍ରିଙ୍ଗ, ଶିରା ପ୍ରସିରା ଏବଂ କାନ୍ଧର ମାଂସପେଶୀ ସଞ୍ଚାଳନ ଠିକ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button