ଗରମ ଦିନେ ରାମବାଣ ଆଇସ୍ ଟି, ଜାଣନ୍ତୁ ଏହାର ଫାଇଦା
ଦୈନଦିନ ଜୀବନରେ ଆପଣମାନେ ଅନେକ ପ୍ରକାର ଚା ପିଇଥିବେ। ଯେପରି ଲେମନ ଟି, ଗ୍ରୀନ ଟି, ବ୍ଲାକ ଟି ଏହି ସବୁ ଚା ତ ଆପଣମାନେ ନିଶ୍ଚିନ୍ତ ରୂପେ ପିଇଥିବେ। ସେହିପରି ଗରମ ଦିନେ ମଧ୍ୟ ଆଇସ୍ ଟି ସେବନ କରିଥିବେ। ଆଇସ୍ ଟି କେବଳ ବ୍ଲାକ ଟି ବା ଗ୍ରୀନ ଟିରେ ପ୍ରସ୍ତୁତ ହୋଇଥାଏ। ଏହା ବ୍ୟତୀତ ଆପଣ ମଧ୍ୟ ହର୍ବାଲ ଟି ରେ ବରଫ ପକାଇ ଆଇସ୍ ଟି ପ୍ରସ୍ତୁତ କରିପାରିବେ। ଗରମ ଦିନ ଆରମ୍ଭରେ ପାନୀୟ ପଦାର୍ଥ ଉପରେ ଅଧିକା ଧ୍ୟାନ ରଖିବା ଉଚିତ। କିନ୍ତୁ ଆପଣ ଜାଣିଛନ୍ତି କି ଆଇସ୍ ଟି କେବଳ ପିଇବା ପାଇଁ ହୋଇନଥାଏ ବରଂ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ।
ଜାଣନ୍ତୁ ଆଇସ୍ ଟି ପିଇବା ଦ୍ବାରା ଶରୀରରେ କେଉଁ ସବୁ ଲାଭ ମିଳିଥାଏ
ଆଇସ୍ ଟିରେ ପୋଟାସିୟମ, ଡାଇଟରୀ ଫାଇବର, କୌଫିନ୍ ଏବଂ ଅନ୍ୟ କେତେକ ଆଣ୍ଟି-ଅକ୍ସିଡେଣ୍ଟ ପୋଷକ ତତ୍ତ୍ବ ରହିଥାଏ। ସେହିପରି ଅନ୍ୟ ଆଇସ୍ ଟି ହର୍ବାଲ ଟି ଏବଂ ଗ୍ରୀନ ଟିରେ ମଧ୍ୟ ଅଲଗା-ଅଲଗା ପୋଷକ ତତ୍ତ୍ବ ରହିଥାଏ। ଓଜନ କମାଇବା ପାଇଁ ଏହି ଚା ଉପକାରୀ ହୋଇଥାଏ। ଏଥିରେ କ୍ୟାଲୋରୀ ଏବଂ ସୁଗାରର ମାତ୍ରାଖୁବ୍ କମ ରହିଥାଏ। ଏହାକୁ ସେବନ କରିବା ଦ୍ବାରା ଶରୀରରେ ଅନେକ ପ୍ରକାର ରୋଗ ଏବଂ ସଂକ୍ରମଣ ହେବାରୁ ରକ୍ଷା ପାଇପାରିବେ।
ଏହି ଚା ଆପଣଙ୍କୁ ଛାତି ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ। ଅଇସ୍ ଟିରେ ଥିବା ଫ୍ଲାଭୋନୋଇଡ ନାମକ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ, ଯାହା ଶରୀରରେ ହୃଦ ଜନିତ ସମସ୍ୟା ଏବଂ ରକ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ଡାଇବେଟିଜ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ। ବିନା ଚିନି ପକାଇ ଆଇସ୍ ଟି ସେବନ କଲେ ବ୍ଲାକ ଟି ରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ ଏବଂ ଏହା ସହିତ ଶରୀରରେ ଇନସୁଲିନ ରେସିଷ୍ଟାଣ୍ଟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ପ୍ରସ୍ତୁତି ପ୍ରଣାଳି
-ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ସାମାନ୍ୟ ବ୍ଲାକ ଟିର ୪ଟି ଟି ବ୍ୟାଗ ନିଅନ୍ତୁ, ୬-୮ କପ ପାଣି, କଟା ଲେମ୍ବୁ ଏବଂ ଗରମ ପାଣି।
-ପାଣି ଫୁଟିବା ପରେ ସେଥିରେ ଟି ବ୍ୟାଗ ପକାନ୍ତୁ। ୧୦-୧୨ ମିନିଟ ପର୍ଯ୍ୟନ୍ତ ସେଥିରେ ଚା ସିଝିବାକୁ ଦିଅନ୍ତୁ। ଏହାପରେ ୧୦ ମିନିଟ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। ଥଣ୍ଡା ହେବା ପରେ ସେଥିରେ ବରଫ ଏବଂ ଲେମ୍ବୁ ପକାଇ ସେବନ କରନ୍ତୁ।



