ନୀତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ କବାଟ କିପରି ହେବା ଉଚିତ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଘର ସହ ଅନେକ ବାସ୍ତୁଦୋଷ ଜଡ଼ିତ ଥାଏ। ସେହିପରି ଯେଉଁ ଘରେ କୌଣସି କଥାକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥାଏ ବା ଘରର ସଦସ୍ୟ କୌଣସି ଗମ୍ଭୀର ରୋଗରେ ଚିନ୍ତିତ ରହିଥାନ୍ତି, ତେବେ ସେହି ଘରେ ନିଶ୍ଚିନ୍ତି ରୂପେ ବାସ୍ତୁ ଦୋଷ ରହିଥାଏ। ଘରର ପ୍ରତ୍ୟେକ ସ୍ଥାନ ବାସ୍ତୁ ସହ ଜଡ଼ିତ ହୋଇଥାଏ। ଯାହା ମଧ୍ୟରେ ଘରର ମୁଖ୍ୟ କବାଟରେ ଅନେକ ବାସ୍ତୁ ଦୋଷ ରହିଥାଏ।

ଜାଣନ୍ତୁ ଘରର ମୁଖ୍ୟ କବାଟ ସହ ଜଡିତ ଥିବା କିଛି ବାସ୍ତୁଦୋଷ ସମ୍ପର୍କରେ:

main door-ଜୀବନରେ ରଙ୍ଗର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ କବାଟ କଳା ରଙ୍ଗ ହେବା ଅନୁଚିତ। ଘରର ମୁଖ୍ୟ କଳା ରଙ୍ଗ ହେବା ଦ୍ବାରା ଧନ ହାନି ହୋଇଥାଏ।

-ଘରର ମୁଖ୍ୟ କବାଟ ଅନ୍ୟ କବାଟ ଠାରୁ ବଡ଼ ହେବା ଉଚିତ। ଘରର ମୁଖ୍ୟ କବାଟ ଛୋଟ ହେବା ଦ୍ବାରା ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଥାଏ।

-ଘରର ମୁଖ୍ୟ କବାଟରେ ସର୍ବଦା ଗଣେଶ ଏବଂ ସ୍ବସ୍ତିକ ଚିହ୍ନ ରହିବା ଉଚିତ। ଏହା ଦ୍ବାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।

-ଘରର ମୁଖ୍ୟ କବାଟରେ କୌଣସି ପ୍ରକାର ଶଦ୍ଦ ନହେବା ଉଚିତ। ସମୟ-ସମୟ ମଧ୍ୟରେ ଏହା ଖରାପ ନହେବା ଉପରେ ଧ୍ୟାନ ରଖିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି ନିୟମ ପାଳନ କରିବା ଦ୍ବାରା ଘରର ଉନ୍ନତି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button