ଦେଶ ବିଦେଶ

ଘରେ ପ୍ରସ୍ତୁତ କରନ୍ତୁ ନେଚୁରାଲ ଫେସିଆଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଉପାୟ

ୱାକିଂ ୱମେନ ହୁଅନ୍ତୁ କିମ୍ବା ହାଉସ ୱାଇଫ୍ ହୁଅନ୍ତୁ ସେମାନେ ବାରମ୍ବାର ପାର୍ଲର ଯାଇପାରନ୍ତି ନାହିଁ। ତାଙ୍କ ପାଖରେ ସମୟ କମ ରହିଥାଏ, ସେମାନେ ଏତେ ଖର୍ଚ୍ଚ ମଧ୍ୟ କରନ୍ତି ନାହିଁ। ଏହାଛଡା ବିୟୁଟି ପ୍ରଡକ୍ଟସ ଏତେ ଦାମି ଆସୁଛି ଯେ ସେମାନେ ଏହାକୁ ସବୁବେଳେ କିଣି ପାରନ୍ତି ନାହିଁ। ଏମିତିରେ ଆପଣ ଘରେ ନିଜ ଚେହେରାର ସୁନ୍ଦରତାକୁ ବଢ଼ାଇ ପାରିବେ। ଯାହାଦ୍ବାରା ସମୟ ବଞ୍ଚିବା ସହିତ ଟଙ୍କା ମଧ୍ୟ ବଞ୍ଚିଯିବ। ଆଜି ଆମେ ଆପଣଙ୍କୁ ଜଣାଇବୁ ଫେସିଆଲ ମାସ୍କକୁ କିପରି ଘରେ ସହଜରେ ପ୍ରସ୍ତୁତ କରିପାରିବେ। ଏହାଦ୍ବାରା ମଧ୍ୟ ଆପଣଙ୍କୁ କୌଣସି ପ୍ରକାର କ୍ଷତି ହେବ ନାହିଁ।

-୨-୩ଟି ଗାଜରକୁ ସିଝାଇ ଚକଟି ଦିଅନ୍ତୁ। ଏହାପରେ ସେଥିରେ ମହୁ ମିଶାଇ ଦିଅନ୍ତୁ। ଭଲଭାବେ ମିକ୍ସ କରି ମୁହଁରେ କିଛି ସମୟ ପାଇଁ ଲଗାନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚାର ରଙ୍ଗ ସଫା ହୋଇଯିବ।

hot_cold_-ଗୋଟିଏ ଚାମଚ ବେସନ,ଏକ ଚାମଚ ମହୁ ଏବଂ ଗୋଟିଏ ଚାମଚ ପେଷ୍ଟ ହୋଇଥିବା ଅମ୍ରୁତଭଣ୍ଡାକୁ ଭଲ ଭାବେ ମିକ୍ସ କରନ୍ତୁ। ଏହି ପେଷ୍ଟକୁ ୨୦ ମିନିଟ ପାଇଁ ରଖି ଦିଅନ୍ତୁ ଏବଂ ପରେ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚାର ଚମକ ବଢ଼ିବ।

-ମହୁକୁ ଏକ ବହୁତ ଭଲ ଫେସିଆଲ ମାସ୍କ ବୋଲି କୁହାଯାଏ। ଏକ ସଫା କପଡାକୁ ହାଲୁକା ଗରମ ପାଣିରେ ବୁଡାନ୍ତୁ। ଏହାକୁ ଚେହେରାରେ ରଖନ୍ତୁ ଏହା ସାମାନ୍ୟ ଥଣ୍ଡା ହୋଇଯିବା ପର୍ଯ୍ୟନ୍ତ । ଏହା ଦ୍ବାରା ଆପଣଙ୍କର ଡେଡ୍ ସ୍କିନ ସହଜରେ ବାହାରିଯିବ। ଏହାପରେ ମହୁ ଲଗାନ୍ତୁ। ୧୫ ରୁ ୩୦ ମିନିଟ ପରେ ଚେହେରା ଧୋଇ ଦିଅନ୍ତୁ। ଏହି ପ୍ୟାକକୁ ସପ୍ତାହରେ ଗୋଟିଏ ଦିନ ଲଗାଇବା ଭଲ ହେବ।

facial-ଗୋଟିଏ ଚାମଚ ଦହି ଏବଂ ଏକ ଚତୁର୍ଥ ଚାମଚ କମଳା ରସକୁ ଭଲଭାବେ ମିଶାଇ ଦିଅନ୍ତୁ।ଏବେ ଆଙ୍ଗୁଳି ସାହାଯ୍ୟରେ ତାହାକୁ ଚେହେରାରେ ଲଗାନ୍ତୁ। ଏହି ପେଷ୍ଟ ଆପଣଙ୍କୁ କୁଲ ଏବଂ ରିଲାକ୍ସ ଫିଲ କରେଇବ। ପାଞ୍ଚ ମିନିଟ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଦହି ଦ୍ବାରା ଆପଣଙ୍କ ସ୍କିନ ସାଇନିଂ ହେବ। ସେହିଭଳି କମଳାରେ ଥିବା ଭିଟାମିନ ସି ମଧ୍ୟ ତ୍ବଚାକୁ ଫାଇଦା ପହଁଞ୍ଚାଇବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button