ନୀତି

ଜାଣନ୍ତୁ କେଉଁ କାମ ପାଇଁ କି ପ୍ରକାରର ଦୀପ ଲଗାଇବା ଆପଣଙ୍କ ପାଇଁ ହୋଇଥାଏ ଶୁଭ

ବର୍ତ୍ତମାନ ଆଉ କିଛି ପରେ ଆାରମ୍ଭ ହେବ ଚୈତ୍ର ନବରାତ୍ରୀ। ଏହି ନବରାତ୍ରୀ ଶକ୍ତିର ଦେବୀଙ୍କ ପାଖରେ ସମର୍ପିତ କରାଯାଇ ପୂଜା କରାଯାଏ। କାରଣ ଏହି ୯ ଦିନରେ ମା’ଙ୍କୁ ବିଭିନ୍ନ ସ୍ବରୂପର ପୂଜା କରାଯାଇଥାଏ। ଏହି ପୂଜାରେ ଲଗାଯାଉଥିବା ଦୀପର ମହିମା ବିଷୟରେ ଆପଣମାନେ ଜାଣିବା ନିହାତି ଆବଶ୍ୟକ। କାରଣ ଦୀପ ଅଲଗା-ଅଲଗା ପ୍ରକାରର ହୋଇଥାଏ। ଏଥି ସହିତ ବିଭିନ୍ନ ପ୍ରକାର ଦୀପ ଭିନ୍ନ-ଭିନ୍ନ ମହତ୍ବ ବହନ କରିଥାଏ। କଣ ଆପଣ ଜାଣିଛନ୍ତି କି ଦେବୀ-ଦେବତାଙ୍କ ସାମ୍ନାରେ ଦୀପ ଜଳାଇବାର ମହତ୍ବ କଣ ରହିଥାଏ ଏବଂ କେଉଁ କାମ ପାଇଁ କେଉଁ ଦୀପ ଲଗାଇବା ଶୁଭ ହୋଇଥାଏ। ଯଦି ଆପଣ ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

diyasଭାରତୀୟ ପରମ୍ପରା ଅନୁଯାୟୀ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜା-ପାଠ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଭଗବାନଙ୍କ ସାମ୍ନାରେ ଦୀପ ଲଗାଯାଇ ଆବାହନ କରାଯାଇଥାଏ। ଦୀପ ଜଳାଇବାର ମହତ୍ବ ହେଉଛି- ଜ୍ୟୋତି ରୂପରେ ଦେବୀ କିମ୍ବା ଦେବତା ସେଠାରେ ଉପସ୍ଥିତ ହେବାଦ୍ବାରା ଆମେ ପୂଜା କରିଥାଉ। ଏଥି ସହିତ ଘରେ ପୂଜା କରିବା ସମୟରେ ରାଶି ତେଲ ବା ଘିଅ ଦୀପ ଲଗାଇବଶ ଉଚିତ। ଘରେ ସୋରିଷ ତେଲରେ ଦୀପ ଜଳାଇବା ଉଚିତ ନୁହେଁ। କିନ୍ତୁ ଦୀପାବଳୀ ଦିନ କେବଳ ଘରେ ସୋରିଷ ତେଲରେ ଦୀପ ଲଗାଯାଇପାରିବ। ଏହା ବ୍ୟତୀତ ସୋରିଷ ତେଲ ଶନିବାର ଦିନ ଶନିଙ୍କ ଠାକୁରଙ୍କୁ ଚଢାଯାଇଥାଏ।

diwaliଏକ ମୁଖୀ ଦୀପ ପ୍ରତ୍ୟେକ ପୂଜା-ବିଧାନରେ ବ୍ୟବହାର କରାଯାଇଥାଏ। ଦ୍ବିତୀୟରେ ଦ୍ବିମୁଖୀ ଦୀପ, ଏହି ଦୀପ ଶତ୍ରୁମାନେ ହଇରାଣ କରିବା ସମୟରେ କିମ୍ବା ଅଫିସର ପରିବେଶ ଠିକ ନଥିଲେ ଲଗାଯାଇଥାଏ। ଏପରି ଦୀପ ଲଗାଇବା ଦ୍ବାରା ଶତ୍ରୁ ଏବଂ ବିରୋଧୀମାନେ ଶାନ୍ତ ହୋଇଥାନ୍ତି। ଏହା ବ୍ୟତୀତ ତିନି ମୁଖୀ ଦୀପ ମଧ୍ୟ କେତେଥର ବ୍ୟବହାର କରାଯାଇଥାଏ। କୁହାଯାଇଥାଏ ଲଗାତାର ତିନିମାସ ଏହି ଦୀପ ଜଳାଇଲେ ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଧନ-ସମ୍ପତ୍ତି ପ୍ରାପ୍ତି ନିମନ୍ତେ ଚୌମୁଖୀ ଦୀପର ଅନେକ ମହତ୍ବ ରହିଥାଏ। ବିଶେଷ ରୂପେ ଏହି ଚାରି ମୁଖୀ ଦୀପକୁ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ମା ଲକ୍ଷ୍ମୀଙ୍କ ପାଖରେ ଲଗାଇଲେ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button