ଦେଶ ବିଦେଶ

ସୂର୍ଯ୍ୟଙ୍କ ହାନିକାରକ କିରଣ କେଶକୁ କରିପାରେ ଖରାପ, ଏପରି ରଖନ୍ତୁ ଯତ୍ନ

ଅଧିକାଂଶ ଲୋକମାନେ ଜାଣିଥାନ୍ତି ଗରମ ସମୟରେ କେଶ ଶୁଷ୍କ ହେବା ସହ ନିର୍ଜିବ ହୋଇଯାଇଥାଏ। ଏହି ଋତୁରେ ପ୍ରଦୂଷଣ ଏବଂ ସୂର୍ଯ୍ୟଙ୍କ କିରଣ କେଶର କୋମଳତା ଉପରେ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହି କାରଣରୁ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଗରମ ସମୟରେ ଅଧିକ ଝାଳ ବୋହୂଥିବାରୁ କେଶର ମୂଳ ତେଲିଆ ହୋଇଯାଇଥାଏ। ଏହି କାରଣରୁ ଆପଣ ନିଜ କେଶର ଯନ୍ତ୍ର ନେବା ପାଇଁ କିଛି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ହେବ। ଗରମ ସମୟରେ କେଶର ଯନ୍ତ୍ର ନେବା ପାଇଁ କିଛି ଟିପ୍ସର ଉପଯୋଗ କରାଯାଇଥାଏ। ଏହି ସବୁ ଟିପ୍ସ କେଶ ଖରାପ ହେବାରୁ ରକ୍ଷା କରିଥାଏ।

Hair-Glowକେଶକୁ ଭଲଭାବେ ସଫା କରନ୍ତୁ

ଆପଣ ନିଜ କେଶକୁ ଚମକଦାର କରିବା ପାଇଁ ଚାହୁଁଥିଲେ ନିୟମିତ କେଶ ସଫା କରନ୍ତୁ। ୪ ଚାମଚ ସେଓ ରସକୁ ଏକ କପ ଥଣ୍ଡା ପାଣିରେ ମିଶାନ୍ତୁ। ଥରେ ଶାମ୍ପୂ କରିବା ପରେ ଏହି ମିଶ୍ରଣକୁ କେଶରେ ଲଗାଇ କିଛି ମିନିଟ ପରେ କେଶକୁ ପୋଛି ଦିଅନ୍ତୁ। ଏପରି କରିବା ଦ୍ବାରା କେଶ ଭଲ ରହିଥାଏ।

ଫଳ ସେବନ କରନ୍ତୁ

ଆବଶ୍ୟକୀୟ ଅନୁଯାୟୀ ଫଳ ଏବଂ ପନି-ପରିବା ସେବନ କରନ୍ତୁ। ଏହା ଦ୍ବାରା ସ୍ବାସ୍ଥ୍ୟ ଲାଭ ହେବା ସହ କେଶ ମଧ୍ୟ ସୁସ୍ଥ ରହିଥାଏ। କମଳା, ଅମୃତଭଣ୍ଡା ଏବଂ ଜାମୁ ଆଦି ଫଳରେ ଭିଟାମିନ-ଏ, ବି ଏବଂ ସି ରହିଥାଏ, ଯାହା କେଶକୁ ପୋଷଣ ପ୍ରଦାନ କରିଥାଏ। ଏହା ବ୍ୟତୀତ ଶୁଷ୍କ ଏବଂ ନିର୍ଜିବ କେଶରୁ ରକ୍ଷା କରିଥାଏ।

smooth hairହେୟାର ମାକ୍ସ ବ୍ୟବହାର କରନ୍ତୁ

ସୁସ୍ଥ ଏବଂ ମୋଟା କେଶ ପାଇଁ ହେୟାର ମାକ୍ସ ବ୍ୟବହାର କରିବା ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ହେୟାର ମାକ୍ସ କେଶକୁ ଆବଶ୍ୟକୀୟ ପୋଷଣ ପ୍ରଦାନ କରିଥାଏ। ହେୟାର ମାକ୍ସ ବ୍ୟବହାର କରିବା ଦ୍ବାରା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀରୁ କେଶ ରକ୍ଷା ପାଇଥାଏ।

କେଶର ମୂଳରେ ସ୍କ୍ରବ କରନ୍ତୁ

ଗରମ ସମୟରେ କେଶର ମୂଳରେ ନିଶ୍ଚିନ୍ତ ସ୍କ୍ରବ କରନ୍ତୁ। ଏହା ଦ୍ବାରା କେଶରେ ଥିବା ମଇଳା ସଫା ହୋଇଥାଏ ଏବଂ କେଶ ସୁସ୍ଥ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button