ଘର ପାଖରେ ରହିଥିବା ଏହି ଜଙ୍ଗଲୀ ଗଛର ରହିଛି ଅନେକ ଔଷଧିୟ ଗୁଣ, ଜାଣିଲେ ଆଜି ହିଁ କରିବେ ବ୍ୟବହାର

ଆମ ଘର ଚାରିପାଖରେ ଅନେକ ଗଛପତ୍ର ରହିଥାଏ। କିଛି ଗଛର ନାମ ଆମକୁ ଜଣାଥିବା ବେଳେ କିଛିର ଜଣାନଥାଏ। ଏପରି କିଛି ଗଛ ରହିଛି ଯାହାକୁ ଆମେ କେବଳ ଏକ ଜଙ୍ଗଲୀ ଗଛ ଭାବେ ଜାଣିଥାଉ। ସେହିପରି ଗଛର ନାମ ହେଉଛି ନାଗଫେଣୀ ଗଛ। ଏହା ଦେଖିବାକୁ ବହୁତ କଣ୍ଟାମୟ, ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ଅନେକ ଔଷଧିୟ ଗୁଣ ରହିଛି।
ନାଗଫେଣୀ ଗଛରେ ଅନେକ ଔଷଧିୟ ପୋଷକ ତଥା କ୍ୟାଲସିୟମ୍, ପୋଟାସିୟମ୍, ଫାଇବର, ଆଇରନ୍, ଓ ନାନା ପ୍ରକାରର ଭିଟାମିନ୍ ରହିଥାଏ। ଯାହା ବିଭିନ୍ନ ପ୍ରକାର ରୋଗର ଉପଶମ ନିମନ୍ତେ ବ୍ୟବହାର କରାଯାଏଥାଏ। ଏହା ଆମ ଶରୀରରେ ଅନେକ ପ୍ରକାର ତତ୍ତ୍ୱକୁ ଶେଷ କରିଦିଏ । ଆପଣଙ୍କୁ କହିଦେବୁ କି ଏହା ଏକ ଆଣ୍ଟି ସେପ୍ଟିକ୍ ପରି କାମ କରିଥାଏ , ନାଗଫେଣୀ ଫଳର ଭାଗ ଟେନିନ୍ ଓ ପେକ୍ଟିନ୍ ରେ ଭରିରହିଛି ।

-ସାଧାରଣତଃ ଲୋକମାନେ ଆଜିକାଲି ଅଧିକାଂଶ ମୋଟାପରକୁ ନେଇ ଚିନ୍ତିତ ରହୁଛନ୍ତି।ଏନେଇ ଅନେକ ବ୍ୟାୟାମ ଏବଂ କସରତ ମଧ୍ୟ କରୁଛନ୍ତି। କିନ୍ତୁ ନାଗଫେଣୀ ଗଛରେ ଏପରି ତତ୍ତ୍ବ ରହିଛି ଯାହା ଶରୀରରେ ଚର୍ବିକୁ ତରଳାଇବା ସହ ଭୋକ କମ କରିଥାଏ।
-ଏହା ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏଥିରେ ଥିବା ପୋଷକ ଶରୀରକୁ ଏନର୍ଜି ଯୋଗାଇଥାଏ। ଖାଲି ତାହା ନୁହଁ ଏହାର .ସେବନ କିଡନୀ ଜନିତ ସମସ୍ଯାକୁ ମଧ୍ୟ ଦୂର କରିଥାଏ।
– ଶରୀରରେ ହୋଇଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଏହା ଦୂର କରିଥାଏ। ଖାଲି ବାହାର ନୁହଁ ଶରୀର ମଧ୍ୟରେ ହୋଇଥିବା ଯନ୍ତ୍ରଣାକୁ ମଧ୍ୟ ଏହା ଦୂର କରିଥାଏ।

-ନାଗଫେଣୀରେ ଫାଇଟୋକେମିକାଲ୍ ଓ ଆଣ୍ଟି ଅକ୍ସିଡେଣ୍ଟ ପରି ଚମତ୍କାରୀ ଗୁଣ ମିଳିଥାଏ। ଏହା ଖରାପ ହର୍ମୋନ୍ କୁ ନଷ୍ଟ କରିଦିଏ ଫଳରେ ଏନର୍ଜି ମିଳିଥାଏ। ଏଥିପାଇଁ ନାଗଫେଣୀ ସେବନ କଲେ ତ୍ୱଚା କୋମଳ ରଖିଥାଏ ।
କିପରି କରିବେ ଏହାର ବ୍ୟବହାର।
-ପ୍ରଥମେ ଆପଣ ନାଗଫେଣି ପତ୍ରର କଣ୍ଟାକୁ ବାହାର କରିଦିଅନ୍ତୁ।
-ନାଗଫେଣି ପତ୍ରକୁ ପାଣିରେ ସିଝାଇଦିଅନ୍ତୁ। ଏହା ପରେ ଏହାର ବ୍ୟବହାର କରନ୍ତୁ। ଏହାପରେ ଏହାକୁ ଥଣ୍ଡାକରି ସକାଳେ ସନ୍ଧ୍ୟାରେ ଏହାର ସେବନ କରନ୍ତୁ।



