ଦେଶ ବିଦେଶ

କେଶକୁ ଷ୍ଟ୍ରେଟନିଙ୍ଗ୍ କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଅଧିକାଂଶ ମହିଳାମାନେ ସିଧା କେଶ ପସନ୍ଧ କରିଥାନ୍ତି। କେଶ ସିଧା ବା ଷ୍ଟ୍ରେଟନିଙ୍ଗ୍ କରିବା ପାଇଁ ଅନେକ ପ୍ରକାର କେମିକାଲ ପ୍ରଡକ୍ଟ ମଧ୍ୟ ବ୍ୟବହାର କରାଯାଇଥାଏ, ଯାହା କିଛି ଲୋକମାନଙ୍କ କେଶରେ ଖରାପ ପ୍ରଭାବ ପକାଇଥାଏ। ଏଥିରେ କେଶ ଦୁର୍ବଳ ହେବା ସହ ଝଡ଼ିବା ଆରମ୍ଭ ହୋଇଥାଏ। କେଶ ସିଧା କରିବା ପାଇଁ ପ୍ରତ୍ୟେକ ଥର ପାର୍ଲର ଯିବା ଆବଶ୍ୟକ ହୋଇନଥାଏ। ଯଦି ଆପଣ ବିନା କେମିକାଲରେ କେଶ ସିଧା କରିବା ପାଇଁ ଚାହୁଁଛନ୍ତି ତେବେ ଘରେ ବସି ମଧ୍ୟ କେଶ ସିଧା କରିପାରିବେ। ଏହି ଘରୋଇ ଉପଚାରର ପ୍ରଭାବ କିଛି ସମୟ ପରେ ଦେଖାଯାଇଥିଲେ ମଧ୍ୟ ଏହା କେଶ ପାଇଁ ଲାଭକାରୀ ହୋଇଥାଏ। ଏହା ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ହୋଇନଥାଏ। ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ କେଶ ସିଧା କରିବା ପାଇଁ ୬ଟି ଉପାୟ ବିଷୟରେ କହିବୁ।

hair-ଘି କୁଆଁରୀ ଜେଲ୍ ଏବଂ ମହୁ

ପ୍ରଥମେ ଏକ କପ ପାଣିରେ ୨ ଚାମଚ ଅଲସୀ ମଞ୍ଜି ପକାଇ ୨ ରୁ ୩ ମିନିଟ ଫୁଟାନ୍ତୁ। ଏହି ପାଣି ଥଣ୍ଡା ହେବା ପରେ ତାକୁ ଛାଣି ସେଥିରେ ୨ ଚାମଚ ଘି କୁଆଁରୀ ଜେଲ୍, ୨ ଚାମଚ କାଷ୍ଟୋର ଅଏଲ, ୧ ଚାମଚ ଲେମ୍ବୁ ରସ ଏବଂ ୨ ଚାମଚ ମହୁ ମିଶାଇ ଓଦା କେଶରେ ଲଗାନ୍ତୁ। ଜେଲ୍ ଲଗାଇବାର ୩୦ ମିନିଟ ପରେ କେଶକୁ ଥଣ୍ଡା ପାଣିରେ ଧୋଇ କଣ୍ଡିସିନର ଲଗାନ୍ତୁ। ଏହା ପରେ କେଶକୁ ଭଲଭାବେ ସୁଖାଇ କୁଣ୍ଡାଇ ସିଧା କରନ୍ତୁ।

ଗରମ ତେଲ ଉପଚାର

ନଡ଼ିଆ ତେଲ, ଅଲିଭ ଅଏଲ ବା ବାଦାମ ତେଲକୁ ନେଇ ହାଲୁକା ଗରମ କରନ୍ତୁ। ଏହି ତେଲକୁ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ କେଶର ମୂଳରେ ମସାଜ କରନ୍ତୁ। ଏହାପରେ କେଶକୁ କୁଣ୍ଡାଇ ହାଲୁକା ଗରମ ପାଣିରେ ଏକ ଟାୱଲ ବୁଡାଇ କେଶରେ ବାନ୍ଧନ୍ତୁ। ୩୦ ମିନିଟ ପର‌୍ୟ୍ୟନ୍ତ ବାନ୍ଧି ରଖିବା ପରେ ଶାମ୍ପୂରେ କେଶ ସଫା କରନ୍ତୁ ଏବଂ ପାନିଆ ସାହାଯ୍ୟରେ କେଶ ସିଧା କରନ୍ତୁ। ପ୍ରତ୍ୟେକ ଦିନ ଗରମ ତେଲ ବ୍ୟବହାର କରିବା ଦ୍ବାରା କେଶ ବହୁତ ଜଲଦି ସିଧା ହୋଇଯାଇଥାଏ।

hair treatmentନଡ଼ିଆ ତେଲ ଏବଂ ଲେମ୍ବୁ

ଏକ ପାତ୍ରରେ ନଡ଼ିଆ ତେଲ ଏବଂ କିଛି ଲେମ୍ବୁ ରସ ମିଶାଇ କିଛି ଘଣ୍ଟା ଫ୍ରିଜ୍ ରେ ରଖନ୍ତୁ। ଫ୍ରିଜ୍ ରୁ ବାହାର କରିବା ପରେ ଆପଣ ଦେଖିପାରିବେ ଏହା ଉପରେ କ୍ରିମିର ଏକ ଲେୟାର ହୋଇ ଯାଇଛି। ଏହି କ୍ରିମିକୁ କେଶରେ କିଛି ସମୟ ମସାଜ କରିବା ପରେ ୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ହାଲୁକା ଗରମ ପାଣିରେ ଏକ ଟାୱଲ ଓଦା କରି କେଶରେ ବାନ୍ଧନ୍ତୁ। ତାପରେ କୌଣସି ଶାମ୍ପୂ ସାହାଯ୍ୟରେ କେଶ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା କେଶ ସିଧା ହୋଇଯାଇଥାଏ।

ଅଲିଭ ଅଏଲ ଏବଂ ଅଣ୍ଡା

୨ଟି ଅଣ୍ଡାରେ ଆବଶ୍ୟକ ଅନୁଯାୟୀ ଅଲିଭ ଅଏଲ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ କେଶ ଏବଂ କେଶର ମୂଳରେ ଲଗାନ୍ତୁ। ତାପରେ ପାନିଆ ସାହାଯ୍ୟରେ କେଶକୁ ସିଧା କରନ୍ତୁ। କିଛି ସମୟ ପରେ ହାଲୁକା ଗରମ ପାଣିରେ ଏକ କପଡା ସାହଯ୍ୟରେ କେଶରେ ବାଷ୍ପ ଦିଅନ୍ତୁ। ଏହାପରେ ଶାମ୍ପୂ କରି ଓଦା କେଶକୁ ଭଲଭାବେ କୁଣ୍ଡାଇ ସିଧା କରନ୍ତୁ।

hairମୁଲତାନ ମାଟି ଏବଂ ଅଣ୍ଡା

ମୁଲତାନ ମାଟିରେ ଅଣ୍ଡାର ଧଳା ଅଂଶ ମିଶାଇ ସେଥିରେ ୧ ଚାମଚ ଚାଉଳ ଅଟା ମିଶାନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲଭାବେ କେଶରେ ଲଗାନ୍ତୁ। ଏହାକୁ କେଶରେ ୧ଘଣ୍ଟା ରଖିବା ପରେ ଭଲଭାବେ ଧୋଇ କ୍ଷୀର ସ୍ପ୍ରେ କରନ୍ତୁ। ସ୍ପ୍ରେ କରିବାର ୧୫ ମିନିଟ ପରେ ପୁଣି ଥରେ କେଶକୁ ଭଲଭାବେ ଧୋଇ ଦିଅନ୍ତୁ।

ଆପୁଲ ସାଇଡର ଭିନେଗାର ମାକ୍ସ

କେଶ ସିଧା କରିବା ପାଇଁ ୧ କପ ପାଣିରେ ୧ ରୁ ୨ କପ ଆପୁଲ ସାଇଡର ଭିନେଗାର ମିଶାନ୍ତୁ। କେଶ ଧୋଇବା ପରେ ଏହି ମିଶ୍ରଣକୁ କେଶରେ ବ୍ୟବହାର କରନ୍ତୁ। କିଛି ସମୟ ପରେ କେଶକୁ ଭଲଭାବେ ଧୋଇଦିଅନ୍ତୁ। ଏହି ମିଶ୍ରଣକୁ ଲଗାତାର ବ୍ୟବହାର କରିବା ଦ୍ବାରା କେଶ ସିଧା ହେବା ସହ କୋମଳ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button