ନୀତି

କାଣି ଆଙ୍ଗୁଠିରେ ଏହି ଉପାୟରେ ପିନ୍ଧନ୍ତୁ ରୁପା ମୁଦି, ବଦଳିଯିବ ଆପଣଙ୍କ ଭାଗ୍ୟ

ଅନେକ ଲୋକଙ୍କୁ ମୁଦି ପିନ୍ଧିବା ଖୁବ ପସନ୍ଦ ରହିଥାଏ। କିଛି ସୁନା ମୁଦି ପିନ୍ଧନ୍ତି ତ କିଛି ରୁପା ମୁଦି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏକ ନୀର୍ଦ୍ଦାରିତ ବିଧିରେ କାଣୀ ଆଙ୍ଗୁଠିରେ ରୂପା ମୁଦିର ପରିଧାନ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଥାଏ। ଏପରକି ଆପଣଙ୍କ ଜୀବନରେ ସୁଖସମ୍ରୁଦ୍ଧିର ମଧ୍ୟ ବିକାଶ ହୋଇଥାଏ।

ଆଜ୍ଞା ହଁ, ଜୋତିଷଶାସ୍ତ୍ର ଅନୁଯାୟୀ ରୂପା ଧାତୁ ଶୁକ୍ର ଏବଂ ଚନ୍ଦ୍ରମା ଗ୍ରହ ସହ ଜଡ଼ିତ ରହିଥାଏ। ଏପରି ମାନ୍ୟତା ରହିଛି ରୂପା ଧାତୁ ଶିବଙ୍କ ନେତ୍ରରୁ ଉତ୍ପନ ହୋଇଥିଲା। ଏଣୁ ପୂଜା କାର‌୍ୟ୍ୟରେ ମଧ୍ୟ ରୂପା ଜିନିଷର ମାନ୍ୟତା ଅଧିକ। ଯେଉଁଠାରେ ରୁପା ଧାତୁ ରହିଥାଏ ସେଠାରେ ବୈଭବର କୌଣସି ଅଭାବ ରହିନଥାଏ। ଏଣୁ ଆପଣଙ୍କୁ ନିଜର କନିଷ୍ଠ ଆଙ୍ଗୁଠୀରେ ରୂପାର ମୁଦି ପରିଧାନ କରିବା ଆବଶ୍ୟକ।

silver ring

କିପରି କରିବେ ପରିଧାନ

ଏଥିପାଇଁ ବଜାରରୁ ନିଜ ଆଙ୍ଗୁଠି ମାପର ରୂପା ମୁଦି କିଣି ଆଣନ୍ତୁ। ଏହାକୁ ଯେକୌଣସି ଗୁରୁବାର ସଂପୂର୍ଣ୍ଣ ରାତି ପାଣିରେ ବୁଡାଇ ରଖନ୍ତୁ। ଏହା ପର ଦିନ ସକାଳୁ ମୁଦିକୁ ଭଗବାନ ବିଷ୍ଣୁଙ୍କ ପାଦ ତଳେ ରଖନ୍ତୁ। ଏହାକୁ ଚନ୍ଦନ ଏବଂ ଫୁଲ ଚଢ଼ାଇ ପୂଜା କରନ୍ତୁ। ଏହାପରେ ମୁଦିକୁ ଡାହାଣ ହାତର କନିଷ୍ଠ ଆଙ୍ଗୁଠିରେ ପରିଧାନ କରନ୍ତୁ। ଏହାକୁ ପରିଧାନ କରିବାର କିଛି ଦିନ ମଧ୍ୟରେ ଆପଣ ଫରକ ଜାଣିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button