ଦେଶ ବିଦେଶ

ଖରାରେ ନିଅନ୍ତୁ ଘରେ ଥଣ୍ଡାଥଣ୍ଡା ଜୁସର ମଜା , ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି

ବଦଳୁଥିବା ପାଗ ଏବଂ ବଢ଼ିଥିବା ଖରାରେ ହେବାକୁ ଥିବା ରୋଗରୁ ନିଜକୁ ପୂର୍ବରୁ ରକ୍ଷା କରିବା ହିଁ ବୁଦ୍ଧିମାନର କାମ। ଏମିତିରେ ନିଜ ସ୍ବସ୍ଥ୍ୟା ଉପରେ ଟିକେ ଧ୍ୟାନ ରଖିବା ନିହାତି ଆବଶ୍ୟକ। ଏମିତି ଗରମରେ ଥଣ୍ଡାଥଣ୍ଡା କୁଲକୁଲ ଅନୁଭୂତ କରିବା ପାଇଁ ଆମେ ଆପଣଙ୍କୁ ଏହି ଋତୁର ସବୁଠାରୁ ଶ୍ରେଷ୍ଠ ଜୁସ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ଘରେ ଟେଷ୍ଟି ଜୁସ ପ୍ରସ୍ତୁତିର ସହଜ ଉପାୟ।

kacha am

-କଞ୍ଚା ଆମ୍ବ ଜୁସ ଖରା ଦିନରେ ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ଏଥିପାଇଁ କଞ୍ଚାଆମ୍ବକୁ ପାଣିରେ ଫୁଟାଇ ଦିଅନ୍ତୁ। ଏବେ ଏଥିରେ ପୁଦିନା ରସ, ଜିରା, ଗୋଲମରିଚ, ସ୍ବାଦଅନୁଯାୟୀ ଲୁଣ ଏବଂ ଚିନି ମିଶାଇ ଫ୍ରିଜରେ ରଖିଦିଅନ୍ତୁ। ଏହାର ଗୋଟିଏ ଗ୍ଳାସର ସେବନ ଅଂଶୁଘାତ ଭଳି ସମସ୍ୟାରୁ ସମାଧାନ ମିଳିଥାଏ।

lembu

-ଲେମ୍ବୁ ରସ ଏବଂ ଅଙ୍ଗୁର ରସକୁ ମିଶାଇ ଦିଅନ୍ତୁ। ଏହି ମିଶ୍ରଣଙ୍କୁ ପାଖାପାଖି ୨ ଗ୍ରାମ ସୁଣ୍ଠି ଗୁଣ୍ଡ ଏବଂ ୨ ଚାମଚ ଚିନି ମିଶାଇ ଦିଅନ୍ତି। ଏହାପରେ ହାଲୁକା ପାଣି ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିଶାଇ ଥଣ୍ଡାଥଣ୍ଡା ସେବନ କରନ୍ତୁ।

bela pana

-ପାଚିଲା ବେଲକୁ ପାଣିରେ ଭଲ ଭାବେ ମିଶ୍ରଣ କରନ୍ତୁ। ଏବେ ଏଥିରେ ୨ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାପରେ ସ୍ବାଦନୁଯାୟୀ ଲୁଣ ଏବଂ ଚିନି ମିଶ୍ରଣ କରନ୍ତୁ। ଏହାକୁ ସକାଳୁ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ। ଏହାକୁ ଦୈନିକ ପିଇବା ଦ୍ବାରା ଅଂଶୁଘାତର ସମସ୍ୟା ମଧ୍ୟ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button