ଦେଶ ବିଦେଶ

ଏହି ପ୍ରକ୍ରିୟାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ବ୍ରୋକଲି ସୁପ୍, ଖାଇକି ଆସିଯିବ ମଜା

ଖରା ଦିନରେ ହାଲୁକା ଏବଂ କମ ତେଲଯୁକ୍ତର ଖାଦ୍ୟ ଖାଇବା ଉଚିତ୍। ଖାସ କରି ଶରୀରକୁ ଥଣ୍ଡା ରଖିବା ଭଲ ଖାଦ୍ୟ ଖାଇବା ନିହାତି ଜରୁରୀ। ଏମିତିରେ ଯଦି ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ୟକର ଖାଇବା ମିଳିଯିବ ତେବେ ଆଉ କଣ ଦରକାର। ଏନେଇ ଆମେ ଆଜି ଆପଣଙ୍କୁ ସହଜ ଏବଂ ଟେଷ୍ଟି ବ୍ରୋକଲି ସୁପର ରେସିପି କହିବାକୁ ଯାଉଛୁ। ଯାହା ପାଟିକୁ ସୁଆଦିଆ ଲାଗିବା ସହ ଆପଣଙ୍କ ଅନେକ ରୋଗରୁ ମଧ୍ୟ ଦୂର କରିବ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି।

ସାମଗ୍ରୀ

୨୫୦ ଗ୍ରାମ ବ୍ରେକଲି, ଗୋଟିଏ ଛୋଟ କଟା ପିଆଜ, ଦୁଇ ପାଖୁଡା ରସୁଣ, ମିକ୍ସ ହର୍ବ ଚାମଚ, ଜାଇଫଳ ପାଉଡର, ଭେଜିଟେବଲ ଷ୍ଟ୍ରାର୍କ, କ୍ଷୀର ଏବଂ କ୍ରିମ୍, ମଇଦା, ବଟର, ଗୋଲ ମରିଚ ଏବଂ ଲୁଣ ସ୍ବାଦଅନୁଯାୟୀ।

broccoli

ପ୍ରସ୍ତୁତି :

-ସର୍ବ ପ୍ରଥମେ ବ୍ରୋକଲିକୁ ଛୋଟ ଛୋଟ କରି କାଟି ଦେଇ ଧୋଇ ଦିଅନ୍ତୁ।

-ଏହାକୁ ଏକ ଛୋଟ କପ୍ ପାଣିରେ ଲୁଣ ପକାଇ ୩୦ ସେକେଣ୍ଡ ସିଝାଇ ତାହାକୁ ବାହାର କରିଦିଅନ୍ତୁ।

-ଗୋଟିଏ କଡେଇରେ ବଟର ପକାଇ ତାହାକୁ ଗରମ କରନ୍ତୁ। ଏଥିରେ କଟା ପିଆଜ ଏବଂ ରସୁଣ ପକାନ୍ତୁ। ଏହାକୁ ହାଲୁକା ବ୍ରାଉନ ହେବା ପର‌୍ୟ୍ୟନ୍ତ ଭାଜନ୍ତୁ।

broccoli soup

-ଏହାପରେ ମଇଦା ପକାଇ ଦୁଇ ମିନିଟ ପର‌୍ୟ୍ୟନ୍ତ ହାଲୁକା ଭାଜନ୍ତୁ। ଏହାପରେ ସିଝା ବ୍ରୋକଲିକୁ ଏଥିରେ ପକାଇ ଘାଣ୍ଟନ୍ତୁ। ଏପରି ୨ ମିନିଟ କରିବା ପରେ ଭେଜିଟେବଲ ଷ୍ଟର୍କ ଲଗାଇବା ସହ ତାହାକୁ କିଛି ସମୟ ପର‌୍ୟ୍ୟନ୍ତ ଢ଼ାଙ୍କି ଦିଅନ୍ତୁ। ଏବେ ଏହାକୁ ଭଲ ଭାବେ ମିଶ୍ରଣ କରି ୧୦ ମିନିଟ ପର‌୍ୟ୍ୟନ୍ତ ସିଝିବାକୁ ଛାଡିଦିଅନ୍ତୁ।

-ଅନ୍ୟ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ। ଏହାପରେ ବ୍ରୋକଲିର ମିଶ୍ରଣକୁ ଏଥିରେ ପକାଇ ତାହାକୁ ହାଲୁକା ଆଞ୍ଚରେ କିଛି ସମୟ ପର‌୍ୟ୍ୟନ୍ତ ଗରମ କରନ୍ତୁ।

-ଏବେ ଏଥିରେ ମିକ୍ସ ହର୍ବ ପକାଇବା ସହ ଗୋଲ ମରିଚ ଏବଂ ଯାଇଫଳର ପାଉଡର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରୋକଲି ସୁପ। ଏବେ ଏହାକୁ ପାତ୍ରରେ ବାହାର କରି ଲୋକଙ୍କୁ ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button